ନୂଆଦିଲ୍ଲୀ,୩୦/୦୯: ଅକ୍ଟୋବର ୭ରୁ ୯ ଯାଏ ଅନୁଷ୍ଠିତ ହେବ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍ପିସି) ବୈଠକ । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସୁଧହାର ଉପରେ ନିଷ୍ପତ୍ତି ହେବ ।
ଗତ ଅଗଷ୍ଟରେ ହୋଇଥିବା ଏମ୍ପିସି ବୈଠକରେ ୯ମ ଥର ଲାଗି ଆର୍ର୍ବିଆଇ ସୁଧହାରରେ କୌଣସି ପରିବର୍ତ୍ତନ କରି ନ ଥିଲା । ତେବେ ଅକ୍ଟୋବରରେ ହେବାକୁ ଥିବା ବୈଠକରେ ମଧ୍ୟ ସୁଧ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି । ବୈଠକର ନିଷ୍ପତ୍ତି ସମ୍ପର୍କରେ ଶକ୍ତିକାନ୍ତ ଦାସ ୯ ଅକ୍ଟୋବରରେ ସୂଚନା ଦେବେ । ଆରବିଆଇ ଶେଷ ଥର ଲାଗି ୨୦୨୩ ଫେବ୍ରୁଆରିରେ ରେପୋ ରେଟ ୦.୨୫% ବୃଦ୍ଧି କରିବା ଯାଗୁ ଏହା ୬.୫% ସ୍ତର ଛୁଇଁଥିଲା ।