ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

'ରାମାୟଣ'ରେ ଡବଲ ରୋଲରେ ନଜର ଆସିବେ ରଣବୀର,ଜଟାୟୁଙ୍କ ସ୍ୱର ଦେବେ ବିଗ୍‌ ବି'

ନୂଆଦିଲ୍ଲୀ,୧୦/୦୯: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ 'ରାମାୟଣ'କୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନିର୍ମାତାମାନେ ଏହି ଚଳଚ୍ଚିତ୍ରର କୌଣସି ଅଫିସିଆଲ୍ ଘୋଷଣା ସେୟାର କରିନଥିବାବେଳେ ନୀତେଶ ତିୱାରୀ ରାମାୟଣର କାହାଣୀକୁ ପରଦାରେ ବହୁତ ବଡ଼ ଶୈଳୀରେ ଆଣିବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ରଣବୀର କପୁର ଏହି ଚଳଚ୍ଚିତ୍ରରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ଏହି ଚଳଚ୍ଚିତ୍ରରେ ଡବଲ୍ ରୋଲରେ ଦେଖିବାକୁ ମିଳିବ ।

ମିଡିଆ ରିପୋର୍ଟ ଅନୁଯାୟୀ,ରଣବୀର କପୁର 'ରାମାୟଣ'ରେ ଡବଲ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ସେ ଏହି ଚଳଚ୍ଚିତ୍ରରେ ଭଗବାନ ବିଷ୍ଣୁଙ୍କର ଦୁଇଟି ଅବତାର ଉଭୟ ରାମ ଏବଂ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରିବେ । 'ଶ୍ୟାମଶେରା ଏବଂ ଆନିମଲ' ପରେ ଏହା ତାଙ୍କର ତୃତୀୟ ଚଳଚ୍ଚିତ୍ର ହେବ ଯେଉଁଥିରେ ସେ ଏକ ଡବଲ୍ ରୋଲ୍ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଫିଲ୍ମର କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ କିନ୍ତୁ ଫିଲ୍ମର କାଷ୍ଟରେ ରଣବୀର କପୁର, ସାଇ ପଲ୍ଲବୀ ଏବଂ ଲାରା ଦତ୍ତାଙ୍କ ଭଳି କଳାକାର ନଜର ଆସିବେ ବୋଲି କୁହାଯାଉଛି। ବର୍ତ୍ତମାନ ଅମିତାଭ ବଚ୍ଚନ ମଧ୍ୟ ଏଥିରେ ଏଣ୍ଟ୍ରି କରିଛନ୍ତି । ସେହିପରି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ରାମାୟଣର କାଷ୍ଟରେ ଯୋଗଦେବେ । ହେଲେ ଶାରୀରିକ ଭାବରେ ଜଡିତ ହେବେ ନାହିଁ, ବରଂ ସେ ରାମାୟଣରେ ଜଟାୟୁଙ୍କ ସ୍ୱର ଦେବେ । ଦେବୀ ସୀତାଙ୍କୁ ବଞ୍ଚାଇବା ପାଇଁ ରାବଣ ସହିତ ମୁହାଁମୁହିଁ ସମୟରେ ଯିଏ ଜୀବନ ହରାଇଥାଏ । ଜଟାୟୁଙ୍କୁ ଉପସ୍ଥାପିତ କରିବା ପାଇଁ ନିର୍ମାତାମାନେ ବଚ୍ଚନଙ୍କ ଆଖି ସ୍କାନ କରିଥିବା ଜଣାଯାଇଛି । ଯାହାକୁ ସେମାନେ ଭିଏଫଏକ୍ସ ଭାବରେ ବ୍ୟବହାର କରିବେ ବୋଲି ସୂଚନା ମିଳିଛି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.