ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଗୌତମ ଗମ୍ଭୀରଙ୍କ ସ୍ଥାନରେ ସିଧାସଳଖ ରାହୁଲ ଦ୍ରାବିଡଙ୍କୁ ନିଯୁକ୍ତ କରିବାକୁ ଚାହୁଁଛି କେକେଆର !

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ୨୦୨୪ରେ ଭାରତୀୟ ଟିମ୍‌ର ବିଜୟ ସହ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଭାରତୀୟ ଟିମ୍‌ର ପରବର୍ତ୍ତୀ ମୁଖ୍ୟ କୋଚ୍‌ କିଏ ହେବେ ତା ଉପରେ ସମସ୍ତଙ୍କ ନଜର ରହିଛି । କେକେଆର ମେଣ୍ଟର ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବେ ବୋଲି ସ୍ପଷ୍ଟ ହୋଇଥିବା କୁହାଯାଉଛି । ଏହାରି ମଧ୍ୟରେ ଆଇପିଏଲ ୨୦୨୪ର ଚାମ୍ପିୟନ୍‌ କୋଲକାତା ନାଇଟ ରାଇଡର୍ସ (କେକେଆର) ଗୌତମ ଗମ୍ଭୀରଙ୍କ ସ୍ଥାନରେ ସିଧାସଳଖ ରାହୁଲ ଦ୍ରାବିଡଙ୍କୁ ନିଯୁକ୍ତ କରିବାକୁ ବଡ଼ ଅଫର ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ବାରବାଡସ୍‌ରେ ବିଜୟ ପରେ ରିପୋର୍ଟରଙ୍କୁ ମଜାରେ ଦ୍ରାବିଡ କହିଥିଲେ, ଏବେ ସେ ବେରୋଜଗାର ହୋଇଯିବେ । କିନ୍ତୁ ନ୍ୟୁଜ ୧୮ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଅନେକ ଆଇପିଏଲ ଫ୍ରାଞ୍ଚାଇଜ୍‌ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଅଫର ଦେଇଛନ୍ତି । ସେପଟେ କେକେଆର ଗୌତମ ଗମ୍ଭୀରଙ୍କ ବିକଳ୍ପ ଖୋଜିବାରେ ଲାଗିଛି । ଆଇପିଏଲ ୨୦୨୫ରେ ଟିମ୍‌ ଦ୍ରାବିଡଙ୍କୁ କୋଚ କିମ୍ବା ମେଣ୍ଟର ଭାବେ ଚାହୁଁଛି । ଟିମ୍‌ ଇଣ୍ଡିଆ ଠାରୁ ବଡ଼ ଅଫର ଦେବାକୁ ବି ପ୍ରସ୍ତୁତ ଅଛି କେକେଆର । ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ତାଙ୍କୁ ବାର୍ଷିକ ୧୨ କୋଟି ଟଙ୍କା ମିଳୁଥିଲା । 

୨୦୧୨ରୁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରଠୁ ଦ୍ରାବିଡ କ୍ରିକେଟ କୋଚିଂ ଦେଇଆସୁଛନ୍ତି । ୨୦୧୪-୨୦୧୫ ମଧ୍ୟରେ ରାଜସ୍ଥାନ ରୟାଲ୍ସର ମେଣ୍ଟର ଥିଲେ ଦ୍ରାବିଡ । ଏପରିକି ଇଂଲଣ୍ଡ ଗସ୍ତ ସମୟ‌ରେ ଟିମ୍‌ ଇଣ୍ଡିଆର ସେ ମେଣ୍ଟର ଥିଲେ । ଏହା ପରେ ୧୯ ବର୍ଷରୁ କମ୍‌ ଟିମର ମୁଖ୍ୟ କୋଚ ନିଯୁକ୍ତ ହୋଇଥିଲେ ଦ୍ରାବିଡ୍‌ । ତାଙ୍କର ତତ୍ତ୍ବାବଧାନରେ ଅଣ୍ଡର ୧୯ ଟିମ୍‌ ୨୦୧୬ରେ ଫାଇନାଲକୁ ଯାଇଥିବା ବେଳେ ୨୦୧୮ରେ କପ୍‌ ଜିତିଥିଲା । 

ଭବିଷ୍ୟତର ଷ୍ଟାର ପ୍ଲେୟର ଇଶାନ କିଶନ, ଋଷଭ ପନ୍ତ, ଓ୍ବାଶିଂଟନ ସୁନ୍ଦର ପ୍ରମୁଖ ତାଙ୍କଠୁ କୋଚିଂ ନେଇଛନ୍ତି । ୨୦୧୬ରେ ଦିଲ୍ଲୀ ଟିମ୍‌ର ମେଣ୍ଟର ହୋଇଥିଲେ ରାହୁଲ ଦ୍ରାବିଡ । ସେପଟେ ଗୌତମ ଗମ୍ଭୀର ବିଦାୟୀ କାଳୀନ ଭିଡିଓ ସୁଟ୍‌ ଲାଗି କୋଲକାତାରେ ଅଛନ୍ତି । ସେ ଖୁବଶୀଘ୍ର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରନ୍ତି । ଏପରିକି ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ ଟିମ୍‌ର ଦାୟିତ୍ବ ନେଇପାରନ୍ତି ଗୌତମ ଗମ୍ଭୀର । 

  • Goutam Gambhir
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.