ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ବସୁଧୈବ କୁଟୁମ୍ୱକମ୍ ଭାବନାର ପ୍ରତୀକ ନାଳନ୍ଦା ବିଶ୍ୱବିଦ୍ୟାଳୟ: ମୋଦି

Published By : Prameya | June 19, 2024 1:47 PM

ପାଟନା, ୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିହାରର ଏୌତିହାସିକ ନାଳନ୍ଦା ବିଶ୍ୱବିଦ୍ୟାଳୟର ପୁର୍ନଃଉଦ୍ଧାର ସହ ନୂଆ କ୍ୟାମ୍ପସର ଉଦଘାଟନ କରିଛନ୍ତି । ନୂଆ କ୍ୟାମ୍ପସ୍ ଉଦଘାଟନ କରିବା ପରେ ନାଳନ୍ଦାର ଧ୍ୱଂସାବଶେଷକୁ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାମ୍ପସ ପରିସରରେ ଗଛ ଲଗାଇବା ସହ ନାଳନ୍ଦା ବିଶ୍ୱ ବିଦ୍ୟାଳୟର ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ନାଳନ୍ଦା କେବଳ ଗୋଟିଏ ନାଁ ନୁହେଁ । ନାଳନ୍ଦା ହେଉଛି ଏକ ପରିଚୟ । ଏକ ସମ୍ମାନ । ନାଳନ୍ଦାର ଏକ ମୂଲ୍ୟ, ମନ୍ତ୍ର, ଗର୍ବ, କାହାଣୀ ରହିଛି । ନାଳନ୍ଦା ହେଉଛି ସତ୍ୟର ଘୋଷଣା । ନିଆଁରେ ବହି ଜଳି ପାରିବ କିନ୍ତୁ ଜ୍ଞାନକୁ ନଷ୍ଟ କରିପାରିବ ନାହିଁ ନିଆଁ । ସେ ଆହୁରି କହିଛନ୍ତି, ଆମେ ସମସ୍ତେ ଜାଣୁ ଯେ ନାଳନ୍ଦା ଏକଦା ଭାରତର ପରମ୍ପରା ଏବଂ ପରିଚୟର ଜୀବନ୍ତ କେନ୍ଦ୍ର ଥିଲା । ଶିକ୍ଷାକୁ ନେଇ ଭାରତର ଏହା ହିଁ ଚିନ୍ତାଧାରା ଥିଲା । ଶିକ୍ଷା ଆମକୁ ଗଢ଼େ, ଆମକୁ ବିଚାର ଶକ୍ତି ପ୍ରଦାନ କରେ । ନାଳନ୍ଦାର ଏହି ନୂତନ କ୍ୟାମ୍ପସରେ ଆମକୁ ପୁଣି ଥରେ ସେହି ପ୍ରାଚୀନ ପ୍ରଣାଳୀକୁ ଆଧୁନିକ ରୂପରେ ମଜଭୁତ କରିବାକୁ ହେବ । ମୁଁ ଖୁସି ଯେ ଆଜି ବିଶ୍ୱର ଅନେକ ଦେଶରୁ ଅନେକ ଛାତ୍ର ଏଠାକୁ ଆସୁଛନ୍ତି । ଏହା ବସୁଧୈବ କୁଟୁମ୍ୱକମ୍ ଭାବନାର ଏକ ସୁନ୍ଦର ପ୍ରତୀକ । 

ସୂଚନାନୁସାରେ, ୨୦୧୭ରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ନାଳନ୍ଦାର ପ୍ରାଚୀନ ଭଗ୍ନାବଶେଷ ନିକଟରେ ନିର୍ମାଣ କରାଯାଇଛି । ୪୫୫ ଏକର ଜମିରେ ୧୭୪୯ କୋଟି ଟଙ୍କା ବ୍ୟୟରେ ନୂଆ କ୍ୟାମ୍ପସ୍ ନିର୍ମାଣ ହୋଇଛି । ୪୦ କ୍ଲାସରୁମ୍‌ରେ ଏବେ ମୋଟ୍ ୧୮୯୦ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ିବେ । କ୍ୟାମ୍ପସରେ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏବେ ଯାଏଁ ୨୦ରୁ ଅଧିକ ରାଷ୍ଟ୍ରର ଅନେକ ଛାତ୍ରଛାତ୍ରୀ ନାଳନ୍ଦାରେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ବିଶେଷ ଭାବେ ଆମେରିକା, ଇଣ୍ଡୋନେସିଆ, ଭୁଟାନ, ଆର୍ଜେଣ୍ଟିନା, ଥାଇଲାଣ୍ଡ, ତୁର୍କି ଭଳି ଦେଶର ଛାତ୍ରଛାତ୍ରୀ ଏଥିରେ ରହିଛନ୍ତି । ସମ୍ପୂର୍ଣ୍ଣ କ୍ୟାମ୍ପସ୍ ନେଟ୍ ଜିରୋ ଏରିଆ ଅର୍ଥାତ୍ ଗ୍ରୀନ ହାଉସ୍ ଇଫେକ୍ଟ ନଥିବା ଅଞ୍ଚଳ ଭାବେ ନିର୍ମାଣ କରାଯାଇଛି । ୪୫୫ ଏକର କ୍ୟାମ୍ପସର ୧୦୦ ଏକର ଜମିରେ ପୁଷ୍କରିଣୀ ତଥା ଜଳ ସଞ୍ଚୟ ପାଇଁ ବ୍ୟବସ୍ଥା ହୋଇଛି ।

ଉଦ୍‌ଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ଅରବିନ୍ଦ ପାନାଗରିଆ ଯୋଗ ଦେଇଥିଲେ । ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ବ୍ରୁନେଇ, ଦାରୁସଲାମ, କାମ୍ବୋଡିଆ, ଚୀନ୍, ଇଣ୍ଡୋନେସିଆ, ଲାଓସ୍, ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ଏବଂ ଭିଏତନାମ ସମେତ ସମୁଦାୟ ୧୭ଟି ଦେଶରୁ ବିଦେଶୀ ଦୂତମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ୧୬୦୦ ବର୍ଷ ପୂର୍ବେ ବିହାରର ରାଜଗିରୀ ଜିଲ୍ଲାରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଶ୍ୱର ସବୁଠୁ ବଡ଼ ତଥା ଉନ୍ନତମାନର ବିଶ୍ୱବିଦ୍ୟାଳୟ ଥିଲା । ପରେ ବିଦେଶୀ ଶତ୍ରୁଙ୍କ ଆକ୍ରମଣ ଦ୍ୱାରା ସମ୍ପୂର୍ଣ୍ଣ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ନଷ୍ଟ କରାଯାଇଥିଲା । ଏବେ ଏହାର ନୂଆ କ୍ୟାମ୍ପସ୍‌ର ପୁର୍ନଃଉଦ୍ଧାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.