ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଜିନପିଙ୍ଗଙ୍କୁ ମୋବାଇଲରେ ତାଙ୍କର ପୁରୁଣା ଫଟୋ ଦେଖାଇଲେ ବାଇଡେନ ? ଭାଇରାଲ ଫଟୋରେ କଣ ରହିଛି ସତ...ଜାଣନ୍ତୁ

ବେଜିଂ : ଆମେରିକାର ରାଷ୍ଟ୍ରପତି ଜୋ ବାଇଜେନ ଓ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ଜୋ ବାଇଡେନ ନିଜର ଚାଇନା ସମକକ୍ଷଙ୍କୁ ମୋବାଇଲରେ କିଛି ଦେଖାଉଛନ୍ତି। ଏବେ ଏହାକୁ ନେଇ ବିଭିନ୍ନ ପ୍ରକାରର ଦାବି କରାଯାଉଛି। କୁହାଯାଉଛି ଯେ, ବାଇଡେନ୍‌ ନିଜ ମୋବାଇଲରେ ଜିନପିଙ୍ଗଙ୍କର ଏକ ପୁରୁଣା ଫଟୋ ଦେଖାଉଛନ୍ତି। ଏହି ଫଟୋରେ ଜିନପିଙ୍ଗ ଆମେରିକାର ଗୋଲଡେନ ଗେଟ୍‌ ବ୍ରିଜ୍‌ରେ ଠିଆ ହୋଇଛନ୍ତି। ଏଥିରେ ସେ ହସୁଛନ୍ତି ଏବଂ ଖୁବ୍‌ ଯୁବ ସୁଲଭ ନଜର ଆସୁଛନ୍ତି। ଏହି ଫଟୋ ଏହି ସପ୍ତାହରେ ସେତେବେଳେ ସାମନାକୁ ଆସିଛି, ଯେବେ ଶି ଜିନପିଙ୍ଗ୍‌ ଓ ଜୋ ବାଇଡେନ ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ ଶିଖର ସମ୍ମିଳନୀ ପାଇଁ ସାନ୍‌ ଫ୍ରାନ୍ସିସ୍କୋରେ ପରସ୍ପରକୁ ସାକ୍ଷାତ କରିଥିଲେ। 

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ସେୟାର କଲେ ଫଟୋ –

ଏହି ଫଟୋ ଚୀନ୍‌ର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନିଂ ସୋସିଆଲ ମିଡ଼ିଆ ସାଇଟ୍‌ ଏକ୍‌ସ (ଟ୍ୱିଟର)ରେ ସେୟାର କରିଛନ୍ତି। ହୁଆଙ୍କ ମୁତାବିକ, ଆମେରିକୀୟ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ନିଜ ମୋବାଇଲରେ ଏହି ଫଟୋ ଦେଖାଉଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି କି, ନିଜ ଫୋନରେ ଏହି ଫଟୋ ଦେଖାଇ ବାଇଡେନ ପଚାରୁଛନ୍ତି କି, ଆପଣ ଏହି ୟଙ୍ଗ୍‌ ମ୍ୟାନଙ୍କୁ ଜାଣନ୍ତି ? ଏହାର ଜବାବରେ ଜିନପିଙ୍ଗ୍‌ କହିଥିଲେ, ହଁ , ଏହା ୩୮ ବର୍ଷ ପୂର୍ବର କଥା। ସେୟାର କରାଯିବା ପରେ ଏହି ଫଟୋକୁ ୧.୧ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହା ବ୍ୟତୀତ  ୭୫୦୦ରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ସୋସିଆଲ ମିଡ଼ିଆ ୟୁଜରମାନେ ଏହି ଫଟୋକୁ ନେଇ ହୃଦୟସ୍ପର୍ଶୀ ଟିପ୍ପଣୀ ଦେଉଛନ୍ତି।

ଉଲ୍ଲେଖନୀୟ ଯେ, ଏହି ମିଟିଂ ବେଳେ ବାଇଡେନ ଓ ଜିନପିଙ୍ଗ୍‌ ଉଚ୍ଚ ସ୍ତରୀୟ ସେନା ଯୋଗାଯୋଗ ପୁନଃ ସ୍ଥାପନ କରିବା ନେଇ ସହମତ ହୋଇଛନ୍ତି। ଏହା ବ୍ୟତୀତ କଥାବାର୍ତ୍ତାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବିଷୟ ବି ଉଠାଇଛନ୍ତି। ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି କି, ନେତାମାନେ ଆମେରିକା-ଚୀନ ସରକାରର କଥାବାର୍ତ୍ତା ମାଧ୍ୟମରେ ଉନ୍ନତ ଏଆଇ ପ୍ରକ୍ରିୟାର ବିପଦରୁ ବର୍ତ୍ତିବା ଓ ଏଆଇ ସୁରକ୍ଷାରେ ସୁଧାରର ଆବଶ୍ୟକ ଉପରେ ଜୋର ଦେଇଛନ୍ତି। ବାଇଡେନ୍‌ ଶିନଜିୟାଙ୍ଗ, ତିବ୍ଦତ ଓ ହଂକଂରେ ଚାଇନା ଦ୍ୱାରା ମାନବାଧିକାରର କ୍ଷୁର୍ଣ୍ଣର ଅଭିଯୋଗରେ ଚିନ୍ତା ବ୍ୟକ୍ତ କରିଛନ୍ତି। ସେପଟେ ଦୁଇ ନେତା କଥାବାର୍ତ୍ତା ବେଳେ ତାଇୱାନ ବିଷୟ ବି ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.