ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ଯଦି ସହକର୍ମୀ ଅତି ମେଳାପୀ ହୋଇଥାନ୍ତି ,ବ୍ୟବହାର କ୍ରମଶଃ ମୁଣ୍ଡବିନ୍ଧାର କାରଣ ସାଜିଥାଏ...

Published By : Prameya | July 11, 2024 2:34 PM

ନୂଆଦିଲ୍ଲୀ ୧୧/୦୭: ମୈତ୍ରୀପୂର୍ଣ୍ଣ ବା ମେଳାପୀ ହେବ ଭଲ । ଅନେକ ସମୟରେ ଏଭଳି ଲୋକଙ୍କ ଯୋଗୁ ଯେକୌଣସି  ବାତାବରଣରେ ମଧ୍ୟ ଏକଲାପଣ ଅନୁଭବ ହୋଇ ନଥାଏ । କିନ୍ତୁ କିଛି ସମୟ ପରେ ସେମାନଙ୍କର ଏହି  ଅତ୍ୟଧିକ ମେଳାପୀ ବ୍ୟବହାର କ୍ରମଶଃ ମୁଣ୍ଡବିନ୍ଧାର କାରଣ ସାଜିଥାଏ । ଯଦି ଆପଣଙ୍କ ଆଖପାଖ ବା  ଅଫିସ୍‌ରେ କେହି ଏପରି ଆବଶ୍ୟକଠାରୁ ଅଧିକ ମୈତ୍ରୀପୂର୍ଣ୍ଣ ବ୍ୟବହାର କରୁଥିବା ଲୋକ ରହିଥାନ୍ତି । ଆଉ  ଆପଣ ସେମାନଙ୍କଠାରୁ ରକ୍ଷା ପାଇବାର ବାଟ ପାଉ ନଥାନ୍ତି, ତେବେ ଏ ଟିପ୍ସ ଆପଣମାନଙ୍କ ପାଇଁ... ।

ବେଳେ ବେଳେ ଓଭର ଫ୍ରେଣ୍ଡଲୀ ବା ଅତି ମେଳାପୀ ପ୍ରକୃତି  ଅନ୍ୟକୁ ଅସୁବିଧାଜନକ ସ୍ଥିତିରେ ପହଞ୍ଚାଇଥାଏ । କିଛି  ଲୋକଙ୍କ ସହ କଥା ହେବା ଦ୍ୱାରା ମନ ଖୁସି ହେବା ସହ ଅଲଗା ଏକ ପ୍ରକାରର ଶାନ୍ତି ମିଳିଥାଏ । ସେହିପରି ଆଉ କିଛି ଲୋକଙ୍କ ସହ  କଥା ହେବା ଦ୍ୱାରା ମୁଣ୍ଡବିନ୍ଧା ହୋଇଥାଏ । ଅଫିସ୍‌ ଓ ଆଖପାଖରେ  ଏମିତି ଲୋକଙ୍କ ସହ ଆପଣ ଭେଟିଥିବେ ନିଶ୍ଚୟ । କିନ୍ତୁ ସେମାନଙ୍କ  ଆଗରେ ତାଙ୍କ ଅଭ୍ୟାସ ବିଷୟରେ କହିବା ସମ୍ଭବ ହୁଏନା । ତେଣୁ  ବାଧ୍ୟ ହୋଇ ମୁଣ୍ଡବିନ୍ଧା ସହ୍ୟ କରିବା ହିଁ ଏକ ମାତ୍ର ବିକଳ୍ପ ସାଜିଥାଏ ।  

ଅତ୍ୟଧିକ ମେଳାପୀ ଲୋକଙ୍କ ବିଶେଷତ୍ୱ ଓ ଦୁର୍ଗୁଣ

ମେଳାପୀ ଗୁଣ ଅନ୍ୟ ପାଇଁ ସୁବିଧାଜନକ ସ୍ଥିତି ତିଆରି କରିଥାଏ । କିନ୍ତୁ  ମାତ୍ରାଧିକ ମେଳାପୀ ପ୍ରକୃତି ଅସୁବିଧାଜନକ ସ୍ଥିତିରେ ପହଞ୍ଚାଇଥାଏ ।  ଏପରି ଲୋକ ନିଜ ବିଷୟରେ ଅଧିକ ବଢେଇଚଢ଼େଇ କହିବା ସହ  ଅନ୍ୟ ବିଷୟରେ ଜାଣିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି ।  ଫଳରେ ଏପରି ଲୋକଙ୍କ ସହ କଥାବାର୍ତ୍ତା କରିବା ଦ୍ୱାରା ଅନେକ  ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ । ଚାଲନ୍ତୁ ଜାଣିବା ଏମାନଙ୍କ  ସହ କେମିତି ଡିଲ୍‌ କରିବା ଆବଶ୍ୟକ ।  

ସୀମା ନିର୍ଦ୍ଧାରଣ କରନ୍ତୁ 

ମେଳାପୀ ଲୋକମାନଙ୍କ ପ୍ରକୃତିକୁ କେହି ବଦଳାଇପାରିବେନି । ତେଣୁ  ଯଥାସମ୍ଭବ ନିଜର ସୀମା ନିର୍ଦ୍ଧାରଣ କରିନେବା ଉଚିତ୍‌ ହେବ । ଯଦି  ଏଭଳି ଲୋକ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଅଧିକ ଆଗ୍ରହ  ଦେଖାନ୍ତି, ତେବେ ତାଙ୍କୁ ଏଭଳି ହସ୍ତକ୍ଷେପ ପସନ୍ଦ ନୁହେଁ ବୋଲି  ଜଣାଇ ଦିଅନ୍ତୁ । ମନା କରିବା ଦ୍ୱାରା ସେ ଭୁଲ୍‌ ଭାବିବେ ବୋଲି  ଆଦୌ ଚିନ୍ତା କରନ୍ତୁନାହିଁ ।  

ବ୍ୟସ୍ତ ରହୁଥିବା ଦେଖାନ୍ତୁ 

ଯଦି ଏପରି ଲୋକଙ୍କୁ ସିଧାସଳଖ ଜବାବ୍‌ ଦେଇପାରୁ ନାହାନ୍ତି,  ତେବେ ସେମାନଙ୍କଠାରୁ ଦୂରେଇବାର ଏକମାତ୍ର ବାଟ ହେଉଛି ନିଜେ  ବ୍ୟସ୍ତ ରହୁଥିବା ଅନୁଭବ କରାନ୍ତୁ । ସେମାନେ ସାମ୍‌ନାକୁ  ଆସିବା ମାତ୍ରେ କିଛି ବାହାନା କରି ସେଠାରୁ ଚାଲିଯାଆନ୍ତୁ ।  ଆପଣଙ୍କର ବାରମ୍ବାର ଏପରି ବ୍ୟବହାର ଦେଖିବା ଦ୍ୱାରା  ସେ ବୁଝିଯିବେ ଯେ ଆପଣ ତାଙ୍କ ସହ କଥା ହେବାକୁ  ଆଗ୍ରହୀ ନୁହଁନ୍ତି । 

 ସବୁ କଥାର ଉତ୍ତର ଦିଅନ୍ତୁନି 

ଯଦି ସାମ୍‌ନାରେ ଥିବା ବ୍ୟକ୍ତି ପ୍ରତିକ୍ରିୟା ଦିଅନ୍ତି,  ତେବେ ଅନ୍ୟ ଜଣେ କଥାକୁ ଆଗେଇ  ନେଇପାରିବେ । ସେଥିପାଇଁ ଅତ୍ୟଧିକ ମେଳାପୀ ଲୋକଙ୍କ ସହ କଥା ହେବା ବେଳେ ପ୍ରତି କଥାର  ଉତ୍ତର ଦିଅନ୍ତୁନାହିଁ । ବିଶେଷକରି ଯଦି ସେ  ଆପଣଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥାନ୍ତି । ଏପରି ସମୟରେ ସାମ୍‌ନା  ବ୍ୟକ୍ତି ସହ ଭଦ୍ର ବା ନରମ ବ୍ୟବହାର  କରିବା ଆବଶ୍ୟକ ନୁହେଁ । 

କମ୍‌ କଥା ହୁଅନ୍ତୁ 

ଅତ୍ୟଧିକ ମେଳାପୀ  ଲୋକମାନେ କଥାରେ ସମସ୍ତଙ୍କୁ  ଫସାଇ ସାମ୍‌ନା ଲୋକ  ବିଷୟରେ ଅଧିକରୁ ଅଧିକ  କଥା ଜାଣିବାକୁ ପ୍ରୟାସ  କରିଥାନ୍ତି । ତେଣୁ  ଯେତେଦୂର ଏପରି  ଲୋକଙ୍କ ସହ  କମ୍‌ କଥା ହେବା  ଉଚିତ୍‌

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.