ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଚାଷୀଙ୍କ ପାଇଁ ଆସିଲା ବଡ଼ ଉପହାର , ପିଏମ୍‌ କିଷାନ ଯୋଜନାର ୧୭ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ଲଗାତାର ୩ୟ ଥର କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦି ସରକାର ଦେଶର ୯ କୋଟିରୁ ଅଧିକ ଚାଷୀଙ୍କୁ ପ୍ରଥମେ ବଡ଼ ଉପହାର ଦେଇଛନ୍ତି। ଉଲ୍ଲେଖନୀୟ ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରେ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅନୁସାରେ ଲାଭାର୍ଥୀ ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ୨୦୦୦ଟଙ୍କାର କିସ୍ତି ପଠାଯାଇଛି। 

କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ମୋଦି ୩ୟ ଥର ଶପଥ ଗ୍ରହଣ ପରେ ଯେଉଁ ପ୍ରଥମ ଫାଇଲରେ ଦସ୍ତଖତ କରିଥିଲେ , ତାହା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ପ୍ରଦାନ କରିବା ସମ୍ୱନ୍ଧିତ ଥିଲା। 

ସୂଚନା ଯେ, ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ନିଜର ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିଛନ୍ତି। ଲାଗାତର ୩ୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ବାରଣାସୀ ଗସ୍ତ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପାଖାପାଖି ୯.୨୬କୋଟି ଲାଭାର୍ଥୀ ଚାଷୀଙ୍କ ପାଇଁ ୨୦,୦୦୦ କୋଟି ଟଙ୍କାରୁ ଅଧିକ କିସ୍ତି ପ୍ରଦାନ କରିଛନ୍ତି।

୨୦୧୯ମସିହାରେ ଆରମ୍ଭ ହୋଇ ଥିବା ପିଏମ୍‌ କିଷାନ ଏକ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି)ର ପ୍ରୟାସ। ଏହି ଅନୁସାରେ ଲାଭାର୍ଥୀ ଚାଷୀଙ୍କୁ ତାଙ୍କର ଆର୍ଥିକ ଆବଶ୍ୟକତାକୁ ପୂରା କରିବା ପାଇଁ ତିନୋଟି ସମାନ କିସ୍ତିରେ ୬,୦୦୦ଟଙ୍କାର ବାର୍ଷିକ ରାଶି ଦିଆଯାଏ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.