ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଅଲିମ୍ପିକ୍ସ ୨୦୨୪: ସେମିଫାନାଲରେ ପ୍ରବେଶ କଲେ ଲକ୍ଷ୍ୟ ସେନ୍‌

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ଏକକର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ସଟ୍‌ଲର୍‌ ଲକ୍ଷ୍ୟ ସେନ୍ । ଲକ୍ଷ୍ୟ ସେନ୍‌ଙ୍କ ଜବରଦସ୍ତ ପ୍ରଦର୍ଶନରେ ପଦକ ଆଶା ଉଜ୍ଜୀବିତ ହୋଇଛି । ଅଲିମ୍ପିକ୍ସ ୨୦୨୪ରେ ପୁରୁଷ ଏକକ ବ୍ୟାଡମିଣ୍ଟନ ସେମିଫାଇଲାରେ ପ୍ରବେଶ କରିବା ସହ ଇତିହାସ ରଚିଛନ୍ତି ଲକ୍ଷ୍ୟ ସେନ୍ । ଅଲିମ୍ପିକ୍ସ ଇତିହାସରେ ସେମିଫାଇନାଲରେ ପହଞ୍ଚିବାରେ ସେ ପ୍ରଥମ ଭାରତୀୟ ପୁରୁଷ ସଟ୍‌ଲର୍‌ ହୋଇଛନ୍ତି । ଲକ୍ଷ୍ୟ ସେନ୍ ନିଜର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ ପ୍ରଥମେ ପଛରେ ରହିବା ପରେ ଜୋରଦାର କମ୍‌ବ୍ୟାକ୍ କରିଥିଲେ । ତାଇୱାନର ସଟ୍‌ଲର୍‌ଙ୍କୁ ୧୯-୨୧, ୨୧-୧୫ ଏବଂ ୨୧-୧୨ ଗେମ୍‌ରେ ପରାସ୍ତ କରିଛନ୍ତି ।

ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରୁ ପଦକ ପାଇଁ ଲକ୍ଷ୍ୟ ସେନ୍‌ ଭାରତର ଏକମାତ୍ର ଆଶା । କ୍ୱାର୍ଟରରେ ଲକ୍ଷ୍ୟଙ୍କ ସାମନାରେ ବଡ଼ ଚ୍ୟାଲେଞ୍ଜ ଥିଲା । ତାଇୱାନର ଖେଳାଳି ଚାଉ ଟିଏନ ଚେନଙ୍କ ବିପକ୍ଷରେ ଖେଳିଥିବା ୪ ମୁକାବିଲାରେ ଲକ୍ଷ୍ୟ କେବଳ ଗୋଟିଏ ମ୍ୟାଚ୍ ଜିତିଥିଲେ । ଆଜିର ମ୍ୟାଚ୍ ଆରମ୍ଭ ମଧ୍ୟ ଭଲ ନଥିଲା ଏବଂ ପ୍ରଥମ ଗେମ୍‌କୁ ତାଇୱାନ୍ ଖେଳାଳି ୨୧-୧୯ରେ ଗେମ୍ ଜିତିଥିଲେ । କିନ୍ତୁ ଏହାପରେ ଲକ୍ଷ୍ୟ ସେନ୍ ଜୋରଦାର କମ୍‌ବ୍ୟାକ୍ କରିଥିଲେ ଏବଂ ଚାଉଙ୍କୁ ପୂରା ମ୍ୟାଚ୍‌ରେ ବ୍ୟାକ୍‌ଫୁଟ୍‌ରେ ରଖିଥିଲେ । ଲକ୍ଷ୍ୟ ସେନ୍ ପରବର୍ତ୍ତୀ ଦୁଇଟି ଗେମ୍‌ରେ ଅତି ଚମତ୍କାର ସ୍ମାସ୍ ଏବଂ ଡ୍ରପ୍ ସଟ୍ସ ଖେଳି ୨୧-୧୫ ଏବଂ ୨୧-୧୨ର ବଡ଼ ବ୍ୟବଧାନରେ ନିଜ ନାଁରେ କରିଥିଲେ । 

ତାଙ୍କ ପୂର୍ବରୁ କେ.ଶ୍ରୀକାନ୍ତ (୨୦୧୬) ଏବଂ ପାରୁପଲ୍ଲୀ କଶ୍ୟପ (୨୦୧୨) ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ନିଜ ଯାତ୍ରା ଶେଷ କରିଥିଲେ । ଏବେ ସାରା ଦେଶ ଲକ୍ଷ୍ୟ ସେନ୍‌ ପଦକ ଜିଣିବେ ବୋଲି ବେଶ ଆଶବାଦୀ ରହିଛି । 

 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.