ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

କର୍ମଚାରୀଙ୍କୁ ଛଟେଇ ମାମଲା , ପେଟିଏମ୍‌ର ମ୍ୟାନେଜମେଣ୍ଟକୁ ଲେବର କମିଶନର ଦେଲେ ସମନ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ରିଜନାଲ ଲେବର କମିଶନର ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ୱାନ୍‌ ୯୭ କମ୍ୟୁନିକେସନକୁ ଜାରି କରିଛନ୍ତି ସମନ। ଏହି ସମନ କର୍ମଚାରୀଙ୍କୁ ବାଧ୍ୟତାପୂର୍ଣ୍ଣ ଭାବେ ବାହାର କରିବା ମାମଲାରେ ଦିଆ ଯାଇଛି। 

ମନିକଣ୍ଟ୍ରୋଲ କିଛି ସମୟ ପୂର୍ବରୁ ଖବର ଦେଇଥିଲା କି, କମ୍ପାନୀ ସହ ଯୋଡ଼ି ରହିଥିବା ଏମ୍ପଲୟିଜ୍‌ ଲେବର ଆଣ୍ଡ ଏମ୍ପୟମେଣ୍ଟରେ ଅନେକ ଅଭିଯୋଗ ରୁଜୁ କରିଥିଲେ ଏବଂ କମ୍ପାନୀ ଉପରେ ଆଇନର ଉଲ୍ଲଂଘନ କରି ଜବରଦସ୍ତ ଷ୍ଟାଫ୍‌ଙ୍କୁ ବାହାର କରିବାର ଅଭିଯୋଗ ଲଗାଯାଇ ଥିଲେ। ଏହି ନୋଟିସ୍‌  ମିନିଷ୍ଟ୍ରୀ ଅଫ୍‌ ଲେବର ଆଣ୍ଡ ଏମ୍ପ୍ଲୟମେଣ୍ଟପ ଡେପୁଟୀ ଚିଫ୍‌ ଲେବର କମିଶନର (ସେଣ୍ଟ୍ରାଲ)ର ରିଜନାଲ ଲେବର କମିଶନର (ସେଣ୍ଟ୍ରାଲ) ପକ୍ଷରୁ ଜାରି କରାଯାଇଛି। 

ନୋଟିସ୍ ମୁତାବିକ , ପେଟିଏମ୍‌ର ମ୍ୟାନେଜମେଣ୍ଟ ଓ ଅଭିଯୋଗକାରୀଙ୍କୁ ସବୁ ଜରୁରୀ ରେକର୍ଡ ସହ ଲେବର ଡିପାର୍ଟମେଣ୍ଟର ଅଫିସ୍‌ରେ ହାଜର ହେବାକୁ କୁହାଯାଇଛି। 

ଉକ୍ତ ମାମଲାରେ ପେଟିଏମ୍‌ର ପ୍ରବକ୍ତା କହିଛନ୍ତି , ଆମେ ନିଜର ସବୁ କର୍ମଚାରୀଙ୍କ ଯୋଗଦାନର ପ୍ରମୁଖତାକୁ ଅନୁଭବ କରିଛୁ ଏବଂ ତାଙ୍କର ସମର୍ପଣର ସମ୍ମାନ କରୁଛୁ। କିଛି କର୍ମଚାରୀଙ୍କୁ ମୁକ୍ତ କରିବାର ନିଷ୍ପତ୍ତି ମୁସ୍କିଲ ପୂର୍ଣ୍ଣ ଏବଂ ଏହା ସମସ୍ତ ଉପଲବ୍ଧ ବିକଳ୍ପ ଉପରେ ବିଚାର ବିମର୍ଶ କରିବା ପରେ ହିଁ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.