ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସରପଞ୍ଚଙ୍କୁ ଦାରିଙ୍ଗବାଡି ବିଡିଓଙ୍କ ଦୁର୍ବ୍ୟବହାର ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ଜିଲ୍ଲା ସରପଞ୍ଚ ସଂଘ

ଦାରିଙ୍ଗବାଡି, ୭/୯ : ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ସରପଞ୍ଚଙ୍କୁ ଦୁର୍ବ୍ୟବହାର କରିବା ଘଟଣା। କନ୍ଧମାଳ ଜିଲ୍ଲା ସରପଞ୍ଚ ସଙ୍ଘ ପ୍ରଥମେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ କରିଥିଲା। ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସଙ୍ଘ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯିବା ନେଇ ଦାରିଙ୍ଗବାଡି ସରପଞ୍ଚ ସଙ୍ଘ ପକ୍ଷରୁ କୁହାଯାଇଛି। ଏପରିକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ନେଇ ମଧ୍ୟ ସଙ୍ଘ ମୁହଁ ଖୋଲିବା ସହ ବିଡିଓ ପ୍ରକଳ୍ପ ବାବଦରେ ଆସିଥିବା ଟଙ୍କାକୁ ଆତ୍ମସାତ କରିଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ସଙ୍ଘ ପକ୍ଷରୁ ଅଭିଯୋଗ ପ୍ରଦାନ କରାଯିବା ସହ ବ୍ଲକରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ନେଇ ଭିଜିଲାନ୍ସର ଦ୍ଵାରସ୍ଥ ହେବ ବୋଲି କୁହାଯାଇଛି। 

ବିଡିଓ ଗଦାଧର ପାତ୍ରଙ୍କୁ କନ୍ଧମାଳ ଜିଲ୍ଲା ମଧ୍ୟରେ କୌଣସି ସ୍ଥାନରେ ନିଯୁକ୍ତି ନଦେବା ସହ ଜିଲ୍ଲା ବାହାରକୁ ବଦଳି କରିବା ପାଇଁ ସଙ୍ଘ ଦାବି କରିଛି । ଏଭଳି ନହେଲେ ଆଗାମୀ ଦିନରେ ଅନ୍ୟ ସରପଞ୍ଚମାନେ ମଧ୍ୟ ବିଡିଓଙ୍କ ଦୁର୍ବ୍ୟବହାରର ଶିକାର ହୋଇପାରନ୍ତି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଦି ପ୍ରଶାସନିକ ସ୍ତରରେ ଘଟଣାର ତଦନ୍ତ କରାନଯାଇ ଚପାଇଦେବାକୁ ଚେଷ୍ଟା କରାଯାଏ ତାହାଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସରପଞ୍ଚମାନେ କହିଛନ୍ତି । ଅଭିଯୋଗର ସଠିକ୍ ତଦନ୍ତ କରିବା ସହ ଜିଲ୍ଲା ବାହାରକୁ ବଦଳି ଓ ତଦନ୍ତ ଅନୁଯାୟୀ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ପକ୍ଷରୁ ଦାବି ରଖାଯାଇଛି । 

ସୂଚନାନୁଯାୟୀ, ଗତ ୩୧ ତାରିଖ ଦିନ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ସୁଭଦ୍ରା ଓ ପିଏମ ବିଶ୍ଵକର୍ମା ଯୋଜନା ନେଇ ଏକ କର୍ମଶାଳା ହୋଇଥିଲା । ଉକ୍ତ କର୍ମଶାଳାରେ ସରପଞ୍ଚମାନଙ୍କୁ ଯୋଗ ଦେବାକୁ ବିଡିଓ ସୂଚନା ଦେଇଥିଲେ। ସୂଚନା ପ୍ରକାରେ ସରପଞ୍ଚମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଲୋଚନା ବେଳେ ବାଡ଼ାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ସୁଭଦ୍ରା ସମ୍ପର୍କିତ ଏକ ପ୍ରଶ୍ନ ବିଡ଼ିଓ ଗଦାଧର ପାତ୍ରଙ୍କୁ ପଚାରିଥିଲେ । ବିଡ଼ିଓ ଏହାର ଉତ୍ତର ଦେବା ବଦଳରେ ଦୁର୍ବ୍ୟବହାର କରି ବୈଠକରୁ ବାହାରି ଯିବା ପାଇଁ କହିଥିଲେ । ଫଳରେ ସମସ୍ତ ସରପଞ୍ଚ ବୈଠକରୁ ବାହାରି ଯାଇଥିଲେ । ଏହା ପୂର୍ବରୁ ଭ୍ରମରବାଡ଼ି ସରପଞ୍ଚ ନରତମ ପ୍ରଧାନ ଓ ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନଙ୍କୁ ମଧ୍ୟ ବିଡ଼ିଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.