ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଟିମ୍‌ ଇଣ୍ଡିଆର ଫିଲ୍ଡିଂ କୋଚ୍‌ ହୋଇପାରନ୍ତି ଜଣ୍ଟି ରୋଡସ୍‌

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ୨୦୨୪ ପରେ ଭାରତୀୟ ଟିମ୍‌ରେ କୋଚିଂ ଷ୍ଟାଫ ପରିବର୍ତ୍ତନ ହୋଇପାରନ୍ତି । ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବେ ବୋଲି ଚର୍ଚ୍ଚା ଲାଗିରହିଛି । ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଗୌତମ ମଗମ୍ଭୀର ଭାରତୀୟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି । ଏହି ବିଶ୍ବକପ ପରେ ଭାରତୀୟ ଟିମ୍‌ର ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହେବାକୁ ଯାଉଛି ।  ଗଣମାଧ୍ୟମ ରିପୋର୍ଟକୁ ଦେଖିଲେ କୁହାଯାଇପାରେ ଯେ, ଦକ୍ଷିଣ ଆଫ୍ରିକାର ବରିଷ୍ଠ ଖେଳାଳି ଜଣ୍ଟି ରୋଡସ୍‌ ଭାରତୀୟ ଟିମ୍‌ର ନୂଆ ଫିଲ୍ଡିଂ କୋଚ୍‌ ନିଯୁକ୍ତ ହୋଇପାରନ୍ତି । 

ଏହା ପୂର୍ବରୁ ୨୦୧୯ରେ ଜଣ୍ଟି ରୋଡ୍‌ସ ଟିମ୍‌ ଇଣ୍ଡିଆର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କରିଥିଲେ । ସେତେବେଳେ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଆର ଶ୍ରୀଧରଙ୍କୁ ଫିଲ୍ଡିଂ କୋଚ୍‌ ଭାବରେ ରଖିବାକୁ ସ୍ଥିର କରିଥିଲେ । ସେହିଭଳି ୨୦୨୧ରେ ମୁଖ୍ୟ କୋଚ୍‌ ହେବା ମାତ୍ରେ ରାହୁଲ ଦ୍ରାବିଡ୍‌ ଟି ଦିଲ୍ଲୀପଙ୍କୁ ଫିଲ୍ଡିଂ କୋଚ୍‌ କରାଇବା ସପକ୍ଷରେ ସମ୍ମତି ଜଣାଇଥିଲେ । ବିସିସିଆଇ ଫିଲ୍ଡିଂ କୋଚ୍‌ ଲାଗି କେତେକ ନାମ ଉପରେ ବିଚାର କରିପାରେ । ହେଲେ ଶେଷରେ ମୁଖ୍ୟ ପ୍ରିଶିକ୍ଷକଙ୍କ ଉପରେ ଏହି ଫଇସଲା ନିର୍ଭର କରେ । 

ଗତ କିଛି ଦିନ ହେଲା ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ଲାଗିରହିଛି । ଗମ୍ଭୀର ହେଡ୍‌ କୋଚ୍‌ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଯଦି ଏଭଳି ହୁଏ ତେବେ ଭାରତୀୟ ଟିମ୍‌ର କୋଚିଂ ଷ୍ଟାଫର କାୟା ପରିବର୍ତ୍ତନ ହେବ । ବୋଲିଂରୁ ଆରମ୍ଭ କରି ବ୍ୟାଟିଂ ଏବଂ ଫିଳ୍ଡିଂ କୋଚ୍‌ ମଧ୍ୟ ପରିବର୍ତ୍ତନ ହୋଇପାରନ୍ତି । 

ସେପଟେ ଜଣ୍ଟି ରୋଡସ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଲକ୍ଷ୍ନୌ ସୁପର ଜାୟଣ୍ଟସ୍‌ର ଫିଲ୍ଡିଂ କୋଚ୍‌ ଅଛନ୍ତି । ଏହା ବ୍ୟତୀତ ସେ ଏସଏ-୨୦ରେ ଡର୍ବାନ ସୁପର ଜାୟଣ୍ଟସ୍‌ର ମଧ୍ୟ ଫିଲ୍ଡ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ରୋଡ୍‌ସ ପଞ୍ଜାବ କିଙ୍ଗ୍ସ, ସ୍ବିଡେନ୍‌ କ୍ରିକେଟ ସଂଘ ଏବଂ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍ ସହ କାମ କରିସାରିଛନ୍ତି । 

  • Team India
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.