ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

‘ଯବାନ’ର ଆଡଭାନ୍ସ ବୁକିଂରେ ଧମାକା ...ଦିଲ୍ଲୀ-ମୁମ୍ୱାଇରେ ସକାଳ ୬ଟାର ଶୋ’ ହାଉସଫୁଲ୍‌

ମୁମ୍ୱାଇ – କିଙ୍ଗ ଖାନ୍‌ଙ୍କ ରାଜୁତି ଚଳିତ ବର୍ଷ ସିନେମା ହଲ୍‌ରେ ଏମିତି ଫେରିଛି କି, ହଲ୍‌ରେ ପୂରା ଆୟର ବର୍ଷା ଆରମ୍ଭ ହୋଇ ଯାଇଛି। ପଠାନ ଠାରୁ ବଲିଉଡ୍‌ର ଗତ ବଡ଼ ବଡ଼ ରେକର୍ଡ ଭାଙ୍ଗିବା ପରେ , ଏବେ ଶାହରୁଖ ନିଜର ଆଗାମୀ ଫିଲ୍ମରୁ ନିଜର ପୂର୍ବ ରେକର୍ଡ ବି ଭାଙ୍ଗିବାକୁ ପ୍ରସ୍ତୁତ। ଯବାନର ଟ୍ରେଲ ଆସିବା ପରେ ଫିଲ୍ମ ପାଇଁ ନିଆରା ମାହୋଲ ହୋଇଯାଇଛି। ଟ୍ରେଲର ଆସବାର ଆଗାମୀ ଦିନ ଯେମିତି ହିଁ ଫିଲ୍ମର ଆଡଭାନ୍ସ ବୁକିଂ ଖୋଲିଛି , ଦର୍ଶକ ତ ଯେମିତି ଟିକେଟ ବୁକ୍‌ କରିବାରେ ପ୍ରତିଯୋଗିତା ଲଗେଇ ଦେଇଛନ୍ତି। 

‘ଯବାନ’ ପାଇଁ ଶାହରୁଖଙ୍କ ପ୍ରଂଶସକ ବୁକ୍‌ କଲେ ପୂରା ହଲ୍‌ , ସୁଟକେସ୍‌ରେ ଭର୍ତ୍ତି କରି ନେଇଗଲେ ସବୁ ଟିକେଟ୍‌

 ଯବାନ ପୂର୍ବରୁ ୨୪ ଘଣ୍ଟାରେ ସବୁଠୁ ଅଧିକା ଆଡଭାନ୍ସ ବୁକିଂ କରିଥିବା ଫିଲ୍ମ ହୋଇ ସାରିଛି। ଫିଲ୍ମକୁ ରିଲିଜ ହେବାରେ ଏବେ ପାଖାପାଖି ୪ଦିନ ହିଁ ବାକି ରହିଛି। ଏଥିରେ ଯବାନର ବୁକିଂର କ୍ରେଜ୍‌ ଏମିତି ଚାଲିଛି , ଯେମିତି ପୂର୍ବରୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ। ସାରା ଦେଶରେ ଅନେକ ଲୋକେସନରେ ଏବେଠାରୁ ଫିଲ୍ମର ଶୋ ସବୁ ଏମିତି ଭାବେ ପୂରି ଯାଇଛି ଯେ ହଲ୍‌ରେ ସକାଳର ଶୋ ଓପନ ହେବାକୁ ଲାଗିଛି। କିନ୍ତୁ ଟିକେଟର ଆଡଭାନ୍ସ ଏମିତି ଅଛି କି ଏହି ସକାଳର ଶୋ ମଧ୍ୟ ଭରିବାକୁ ଲାଗିଛି। 

ଉଲ୍ଲେଖନୀୟ ଯେ, ଶୁକ୍ରବାର ସକାଳ ୧୦ଟାରୁ ଯବାନର ଆଡଭାନ୍ସ ବୁକିଂ ଅଫିସିଆଲି ଆରମ୍ଭ ହୋଇଛି। ସୈକନିଲ୍କର ଡାଟା ଅନୁସାରେ , ଏବେସୁଦ୍ଧା ଦୁଇ ଦିନରେ, ଫିଲ୍ମ ପାଇଁ ୪ ଲକ୍ଷରୁ ଅଧିକ ଟିକେଟ ଆଡଭାନ୍ସରେ ବୁକ୍‌ ହୋଇ ସାରିଛି। 

 ଯବାନର ଆଡଭାନ୍ସ ବୁକିଂ ସାରା ଦେଶରେ ଯେଉଁ ଭଳି ଭାବେ ଚାଲିଛି, ଲାଗୁଛି କି ଉକ୍ତ ଫିଲ୍ମଟି ପ୍ରଥମ ଦିନ ଓଭରସିଜ ମାର୍କେଟ୍‌ରେ ୫ ମିଲିୟନ ଡଲାରର ସଂଖ୍ୟାକୁ ଅତିକ୍ରମ କରିପାରେ । ଶାହରୁଖଙ୍କ ଫିଲମ କ୍ରେଜ୍‌ ଦେଖି ଏମିତି ବି ଅନୁମାନ କରାଯାଉଛି କି ଫିଲ୍ମ ପ୍ରଥମ ଦିନ ଓଭରସିଜ୍‌ ମାର୍କେଟରୁ ୫୦ କୋଟି ଟଙ୍କା ଆୟ କରିପାରେ । 

‘ଯବାନ’ର ଆଡଭାନ୍ସ ବୁକିଂ ବିସ୍ଫୋରଣ , ୨୪ ଘଣ୍ଟାରେ ଭାଙ୍ଗିଲା ‘ପଠାନ’ର ରେକର୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.