ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ବିଜେପି ନୂଆ ଅଧ୍ୟକ୍ଷଙ୍କୁ ନେଇ ସସ୍‌ପେନ୍ସ, ୨୦୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଅଧ୍ୟକ୍ଷ ରହିବେ ଜେପି ନଡ୍ଡା

Published By : Prameya | July 14, 2024 10:54 AM

Image Courtesy: livemint

ନୂଆଦିଲ୍ଲୀ,୧୪/୦୭: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ସମ୍ଭାଳିବେ। ବିଜେପି ପାଇଁ ନୂଆ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ସ୍ପଷ୍ଟଚିତ୍ର ସାମ୍‌ନାକୁ ଆସୁନଥିବାରୁ ନଡ୍ଡାଙ୍କୁ ଆଉ କିଛିଦିନ ପଦ ସମ୍ଭାଳିବାକୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି । ନଡ୍ଡାଙ୍କ ଉପରେ ବର୍ତ୍ତମାନ ବହୁ ଭାର ରହିଛି । ସେ କେନ୍ଦ୍ର ସ୍ୱାସ୍ଥ୍ୟ, ରସାୟନ, ସାର ଓ ଫାର୍ମସ୍ୟୁଟିକାଲ୍ସ ମନ୍ତ୍ରୀ ରହିଥିବା ବେଳେ ରାଜ୍ୟସଭାରେ ବିଜେପିର ନେତା ମଧ୍ୟ ହୋଇଛନ୍ତି । 

ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଜୁନ ୩୦ରେ ଶେଷ ହୋଇସାରିଛି । କିନ୍ତୁ ବିଜେପି ଏପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ  ନିଯୁକ୍ତି କରିନାହିଁ କିମ୍ବା  ନଡ୍ଡାଙ୍କ କାର୍ଯ୍ୟକାଳ  ବୃଦ୍ଧି ନେଇ ସୂଚନା  ଦେଇନାହିଁ । ବିଜେପି  ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ  କାର୍ଯ୍ୟକାଳ ଗତବର୍ଷ  ମଧ୍ୟଭାଗରୁ ସରିଲାଣି । ପ୍ରଥମେ ତାଙ୍କ କାର୍ଯ୍ୟକାଳ  ୨୦୨୪ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ାଯାଇଥିଲା ବେଳେ  ପୁଣି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ  ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ନଡ୍ଡାଙ୍କ  କାର୍ଯ୍ୟକାଳ ପୁଣି ବଢ଼ାଯିବା ଦଳୀୟ ସମ୍ବିଧାନର  ଉଲ୍ଲଂଘନ ଏବଂ ଏଥିପାଇଁ ଦଳର ନେତାମାନେ କୋର୍ଟର ସାମ୍‌ନା କରିପାରନ୍ତି ବୋଲି ବିଜେପି  ନେତା ସୁବ୍ରମଣ୍ୟମ ସ୍ୱାମୀ କିଛିଦିନ ତଳେ ସତର୍କ  କରାଇ ଦେଇଥିଲେ । ଏଥିସହ ସେ କହିଥିଲେ ବିଜେପି ଏକ ସ୍ୱୀକୃତିପ୍ରାପ୍ତ ତଥା ପଞ୍ଜିକୃତ ଦଳ ହୋଇଥିବାରୁ ଏହାର ସମ୍ବିଧାନ ମାନିବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.