ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝିଅମାନଙ୍କୁ ପୂର୍ଣ୍ଣ ଅଧିକାର ମିଳୁ, ଟେକ୍ନୋଲୋଜି କ୍ଷେତ୍ରରେ ସମାନ ଭାଗିଦାରୀ ରହୁ : ଇଶା ଅମ୍ବାନୀ

ନୂଆଦିଲ୍ଲୀ, ୧୫/୫ : ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବରେ ଉଭା ହେବାର ଅଛି ତେବେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ସୂଚନା ଏବଂ ସଂଚାର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ  ଅଂଶ ଗ୍ରହଣକୁ ବୃଦ୍ଧି କରିବାକୁ ପଡିବ । ଦୂର ସଂଚାର ବିଭାଗ ଦ୍ୱାରା ଆୟୋଜିତ ‘ଗାର୍ଲସ ଇନ୍‌ ଆଇସିଟି ଇଣ୍ଡିଆ - ୨୦୨୪’ ରେ ଝିଅମାନଙ୍କୁ ସମ୍ବୋଧନ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ନିର୍ଦ୍ଦେଶକ ଇଶା ଅମ୍ବାନୀ ଏହା କହିବା ସହିତ ସେମାନଙ୍କୁ ଟେକ୍ନୋଲୋଜିକୁ କ୍ୟାରିୟର ଭାବରେ ବାଛିବା ପାଇଁ ଉତ୍ସାହିତ କରିଥିଲେ । ଟେକ୍ନୋଲୋଜି କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅନୁପାତ ସମାନ ହେବା ଉଚିତ୍‌ ଏବଂ ଏଥିପାଇଁ ଆମକୁ ଆହୁରି ଅନେକ ବାଟ ଅତିକ୍ରମ କରିବା ବାକି ଅଛି ବୋଲି ଇଶା କହିଛନ୍ତି  ।

ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ଆନ୍ତର୍ଜାତୀୟ ଦୂରସଂଚାର ସଂଘ (ଦକ୍ଷିଣ ଏସିଆ), ଇନୋଭେସନ୍‌ ସେଣ୍ଟର - ଦିଲ୍ଲୀ ଏବଂ ଜାତିସଂଘର ଅନ୍ୟ ଏଜେନ୍ସି ମାନଙ୍କ ଦ୍ୱାରା ମିଳିତ ଭାବରେ ‘ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଝିଅ (ଜିଆଇସିଟି) ଭାରତ - ୨୦୨୪’ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଇଶା ଅମ୍ବାନୀ କହିଛନ୍ତି ଯେ “ସରକାର ଆବଶ୍ୟକ ସୁଧାର କରୁଛନ୍ତି ଏବଂ ଏହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି । ବିଗତ ଦଶନ୍ଧିରେ ଟେକ୍ନୋଲୋଜି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ୬ଧ ବୃଦ୍ଧି ପାଇଛି, କିନ୍ତୁ ଉଦ୍ୟୋଗ ଜଗତକୁ ମଧ୍ୟ ଏହି ଦିଗରେ ଯୋଗଦାନ ଦେବାକୁ ପଡ଼ିବ । ସେମାନଙ୍କୁ ଏହିପରି ଉପାୟ ଏବଂ ସାଧନ ପ୍ରସ୍ତୁତ କରିବାକୁ ପଡିବ ଯାହାଦ୍ୱାରା ମହିଳାମାନଙ୍କ କ୍ୟାରିଅରରେ ସ୍ଥିରତା ସୁନିଶ୍ଚିତ ହୋଇପାରିବ  । ମିଳିତ ଭାବରେ ଆମେ ଏଭଳି ଏକ ଭବିଷ୍ୟତ ସୃଷ୍ଟି କରିପାରିବା ଯେଉଁଠାରେ ଆମ ଝିଅମାନଙ୍କୁ ଆସନ୍ତାକାଲିର ନେତା ହେବାର ସମାନ ସୁଯୋଗ ମିଳିବ ।

ନିଜ ମା ନୀତା ଅମ୍ବାନୀଙ୍କ ବିଷୟରେ ଉଲ୍ଲେଖ କରି ଇଶା ଅମ୍ବାନୀ କହିଛନ୍ତି ଯେ ସେ ବାରମ୍ବାର କୁହନ୍ତି, "ଜଣେ ପୁରୁଷକୁ ସଶକ୍ତ କଲେ ସେ ଗୋଟିଏ ପରିବାରର ପେଟ ପୋଷିବେ, ତେବେ ଯଦି କୌଣସି ମହିଳା ସଶକ୍ତ ହୁଅନ୍ତି, ତେବେ ସେ ସମଗ୍ର ଗାଁକୁ ଖାଇବା ଯୋଗାଇଦେବେ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମହିଳାମାନେ ଜନ୍ମରୁ ହିଁ ନେତା ହୋଇଥାନ୍ତି ବୋଲି ମା କହୁଥିବା କଥାରେ ମୁଁ ଦୃଢ ଭାବରେ ବିଶ୍ୱାସ କରେ । ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ କ୍ୟାରିୟର ଆରମ୍ଭରୁ ହିଁ ଉତ୍ସାହିତ କରାଯିବା ଉଚିତ୍‌ । କେବଳ କାଗଜରେ ବିବିଧତା ଓ ସମାବେଶିତା ଦେଖାଇବା ଦ୍ୱାରା ପରିବର୍ତ୍ତନ ଆସିବ ନାହିଁ ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.