ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଲଭ୍‌-ସେକ୍ସ-ଧୋକ୍କା: ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଅନୁଗୁଳ,୦୭/୦୯: ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଟାଉନ୍‌ ଥାନା ପୁଲିସ୍‌ ଅଭିଯୁକ୍ତକୁ  ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଦୀପକ ସାହୁ(୨୯)  । ତାଙ୍କ ଘର ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ଗ୍ରାମରେ । 

ପୁଲିସ୍‌ ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଜଣେ  ଯୁବତୀ ଅନୁଗୁଳ ସହରର ଏକ ସୋରୁମ୍‌ରେ କାମ କରୁଥିଲେ । ସେଠାରେ ଅଭିଯୁକ୍ତ ଦୀପକର ତାଙ୍କ ସହିତ ପରିଚୟ ହୋଇଥିଲା । ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ବିବାହର ପ୍ରତିଶ୍ରୁତି  ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ମାତ୍ର ପରେ  ବିବାହ କରିବାକୁ ଦୀପକ ଧରାଛୁଆଁ ଦେଇନଥିଲେ । ଫଳରେ  ଯୁବତୀ ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଆପୋଷ ବୁଝାମଣା ଦ୍ୱାରା ଦୀପକ ଯୁବତୀଙ୍କୁ ବିବାହ  କରିବାକୁ ରାଜି ହୋଇଥିଲେ । ଫଳରେ ଯୁବତୀ ଦୁଷ୍କର୍ମ ନେଇ  ଏତଲା ଦେଇନଥିଲେ । ଦୀପକ ଅନୁଗୁଳ ସହରର ବୁଢ଼ୀ ଠାକୁରାଣୀ  ମନ୍ଦିରରେ ବରଣମାଳା ଦେଇ ବିବାହ କରିଥିଲେ । ଯୁବତୀଙ୍କୁ ନେଇ  ଦୀପକ ଏକ ହୋଟେଲ୍‌ରେ ପ୍ରାୟ ୧୫ ଦିନ ରହିଥିଲା । ଏକାଧିକ ଥର ଶାରୀରିକ ସମ୍ପର୍କ ରଖିବା ପରେ ସେଠାରୁ ଫେରାର୍‌ ହୋଇଯାଇଥିଲେ ।  ଯୁବତୀଙ୍କୁ ଆଉ ଧରାଛୁଆଁ ଦେଇ ନଥିଲେ । ଫଳରେ ଯୁବତୀ  ପୁନର୍ବାର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲା । ପୁଲିସ୍‌  ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହିତ ଆଜି ଅଭିଯୁକ୍ତ  ଦୀପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.