ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ପିନ୍ଧିବାକୁ ପଡିବନି ଚଷମା, ଏମିତି ନିଅନ୍ତୁ ଆଖିର ଯତ୍ନ

ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ 'ଆଖି' । ଏହା  ଆମର ସ୍ବାସ୍ଥ୍ୟବସ୍ଥା ମଧ୍ୟ କହେ । ହେଲେ ଆମେ ଆଖିର ଯତ୍ନ ପ୍ରତି ସେତେଟା ଧ୍ୟାନ ଦେଇନଥାଉ । ଯେଉଁ କାରଣରୁ ଅଧିଂକାଶ ଲୋକେ ଅତି କମ୍ ବୟସରୁ ଆଖି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯେମିତିକି ଆଜିକାଲି ପିଲା, ଯୁବପିଢି ଅଧିକ ସମୟ ସ୍ମାର୍ଟଫୋନ, କମ୍ପ୍ୟୁଟର, ଲ୍ୟାପଟପରେ ବିତାଉଛନ୍ତି । ଶୋଇବା ପୂର୍ବରୁ, ଉଠିବା ପରେ ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର କରୁଛନ୍ତି । ଏମିତି ଅଧିକ ସମୟ ସ୍କ୍ରିନରେ ରହିବା, ଆଖି ଉପରେ ଚାପ ପକାଇଥାଏ ।  ତେବେ ତେବେ ଆସନ୍ତୁ ଜାଣିବା ଆଖିର କିପରି ଯତ୍ନ ନେବା ଆବଶ୍ୟକ । 

ପ୍ରତି ୨୦ ମିନିଟରେ ୨୦ ସେକେଣ୍ଡ ବ୍ରେକ ନିଅନ୍ତୁ । ଆଖିକୁ ଆରାମ ଦେବାକୁ ୨୦ ଫୁଟ ଦୂରରୁ ଯେକୌଣସି ଜିନିଷକୁ ଦେଖନ୍ତୁ । ସେହିପରି ବାରମ୍ବାର ଆଖି ପଲକ ପକାନ୍ତୁ: । ମୋବାଇଲ କିମ୍ବା ଟିଭି ଦେଖିବା ସମୟରେ ଆଖିକୁ ଆର୍ଦ୍ର ରଖିବା ପାଇଁ ନିୟମିତ ଆଖି ପଲକ ପକାନ୍ତୁ । ଆଖିର ଥକ୍କାପଣ ଦୂର ପାଇଁ ଦୁଇ ହାତ ପାପୁଲି ଏକାଠି ଘଷି ଉଷୁମ କରନ୍ତୁ, ଏହାପରେ ବନ୍ଦ ଆଖି ଉପରେ ରଖନ୍ତୁ । ମାୟୋପିଆ ବା ସମୀପ ଦୃଷ୍ଟିଦୋଷ ଆଶଙ୍କା ଏଡାଇବାକୁ ଓ ଆଖିକୁ ଆରାମ ଦେବାକୁ ନିଜ ପିଲାଙ୍କୁ ବାହାରେ ଖେଳକୁଦ କରିବାକୁ ପ୍ରୋତ୍ସାହିତ କରନ୍ତୁ ।ଆଖିକୁ ମଇଶ୍ଚରାଇଜ ଓ ଆର୍ଦ୍ର ରଖିବାକୁ ଆର୍ଟିଫିସିଆଲ ଟିଅର ଡ୍ରପ୍ସ ବ୍ୟବହାର କରନ୍ତୁ । ସେହିପରି ହ୍ୟୁମିଡିଫାୟର ବ୍ୟବହାର କରି ନିଜ ରୁମକୁ ଅଧିକ ଶୁଷ୍କ ହେବାରୁ ରକ୍ଷା କରନ୍ତୁ । ଠିକ୍ ଭାବେ ପବନ ଆତଯାତ କରିବାର ବ୍ୟବସ୍ଥା କରନ୍ତୁ । ଅତିବାଇଗଣୀ ରଶ୍ମିରୁ ନିଜ ଆଖିକୁ ସୁରକ୍ଷା ଦେବାକୁ UVA ରାଡିଏସନ ରୋକୁଥିବା ସନଗ୍ଲାସ୍ ବ୍ୟବହାର କରନ୍ତୁ ।

ସମୟ ସମୟରେ ନିଜ ଆଖି ପରୀକ୍ଷା କରାନ୍ତୁ ଏବଂ ଆବଶ୍ୟକସ୍ଥଳେ ଚଷମା ଓ କଣ୍ଟାକ୍ଟ ଲେନ୍ସ ବଦଳାନ୍ତୁ । ସବୁବେଳେ ହାଇଡ୍ରେଟ ରୁହନ୍ତୁ, ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ଏକ୍ସରସାଇଜ କରନ୍ତୁ । ଏହା ସହିତ ଧୂମ୍ରପାନ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । କାରଣ ଏହା ଆଖି ଉପରେ ଗୁରୁତର ପ୍ରଭାବ ପକାଇଥାଏ । ତେବେ ଏହି ସବୁ ଉପାୟ ଅନୁସରଣ କରି ଆପଣ ନିଜ ଆଖି ଉପରେ ଚାପ କମ୍ କରିପାରିବେ ଓ ଏହାକୁ ସୁସ୍ଥ ରଖିପାରିବେ । ବୟସ ବଢିବା ପରେ ବି ଆପଣଙ୍କୁ ଚଷମାର ଆବଶ୍ୟକତା ପଡିବ ନାହିଁ । ହେଲେ ଯଦି ଆଖି ଜନିତ ସମସ୍ୟା ଲାଗି ରହୁଛି, ତାହେଲେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.