ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟ, ମହିଳା ମାଓବାଦୀ ମୃତ

ଉମରକୋଟ,୧୦/୭: ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଞ୍ଚଳରେ ମଙ୍ଗଳବାର ଘଟିଛି ଏହି ଦୁର୍ଘଟଣା । ବିନାଗୁଣ୍ଡା ଅଂଚଳର ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଏନକାଉଣ୍ଟର । ଏଥିରେ  ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଏଥିସହିତ ବହୁ ନକ୍ସଲ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଜଣାପଡିଛି । 

ସୂଚନା ଅନୁଯାୟୀ, ଛୋଟେବେଠିଆ ଥାନା ଠାରୁ ୧୨ କିଲୋମିଟର ମଧ୍ୟରେ ରହିଥିବା ବିନାଗୁଣ୍ଠା ଅଂଚଳରେ ବସ୍ତର ଫାଇଟର୍ସ ସହିତ ବିଏସ୍ଏଫ୍ ୩୦ ଓ ୯୪ ତମ ଫୋର୍ସର ମିଳିତ ସୁରକ୍ଷାବାହିନୀର କମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ସେଠାରେ ମାଓବାଦୀ ଉପସ୍ଥିତ ଥିବା ଜାଣିପାରି ଗୁଳି ଚାଳନା କରିଥିଲେ ସୁରକ୍ଷାବାହିନୀ । ପାଲଟା ଜବାବରେ ମାଓବାଦୀ ମଧ୍ୟ କରିଥିଲେ ଗୁଳି ଚାଳନା । ଏହି ଗୁଳି ବିନିମୟରେ ରୀତା ମଦିୟମ୍ ନାମକ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ଏଥି ସହିତ ଗୋଟିଏ ୩୦୩ ରାଇଫଲ୍ ଏବଂ ବହୁ ନକ୍ସଲ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହି ଏନ୍‌କାଉଣ୍ଟରରେ ସମସ୍ତ ସୁରକ୍ଷାବାହିନୀ ସୁରକ୍ଷିତ ଅଛନ୍ତି । ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରହିଥିବା ହାର୍ଡ କୋର୍ ମାଓବାଦୀ ରାଜୁ ସଲାମ ଏହି କମ୍ବିଂ ଅପରେସନ ସମୟରେ ଉପସ୍ଥିତ ରହିଥିବା କାଙ୍କେର୍ ଏସପି ସୂଚନା ଦେଇଛନ୍ତି । ଏଥିସହିତ ଶିବିରକୁ ସୁରକ୍ଷା ବାହିନୀ ଫେରିବା ପରେ ସମ୍ପୁର୍ଣ୍ଣ ସୂଚନା ଦିଆଯିବ ବୋଲି ଏସପି ପ୍ରକାଶ କରିଛନ୍ତି l 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.