ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଏକ୍ସର ଡାଟା ଲିକ୍, ବିପଦରେ ୨୦ କୋଟିରୁ ଅଧିକ ୟୁଜର୍ସ

ନୂଆଦିଲ୍ଲୀ,୧୦।୭: ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟ୍ବିଟର)ର କୋଟି କୋଟି ୟୁଜର୍ସଙ୍କ ଡାଟା ଲିକ୍ ହୋଇଛି। ଏକ ରିପୋର୍ଟ ଅନୁସାରେ, ଏକ୍ସକୁ କଥିତ ଭାବରେ ଡାଟା ବ୍ରିଚ୍‌ର ସାମନା କରିବାକୁ ପଡିଛି, ଯାହାଫଳରେ ପ୍ରାୟ ୨୦୦ ମିଲିୟନ(୨୦ କୋଟି)ରୁ ଅଧିକ ୟୁଜର୍ସ ପ୍ରଭାବିତ ହୋଇପାରନ୍ତି। ତେବେ ଏକ୍ସ ଏହି ମାମଲା ସମ୍ପର୍କରେ ସ୍ପଷ୍ଟ କରି ପାରିନାହିଁ। ସାଇବର ପ୍ରେସ୍‌ର ରିସର୍ଚ୍ଚର ଦାବି କରିଛନ୍ତି ଯେ, ଲିକ୍ ହୋଇଥିବା ରେକର୍ଡର ସାଇଜ୍ ୯.୪ ଜିବି (ପ୍ରାୟ ୧ଜିବିର ୧୦ ଫାଇଲ୍) ରହିଛି, ଯେଉଁଥିରେ ୟୁଜର୍ସଙ୍କ ଇମେଲ ଆଡ୍ରେସ୍‌, ନାମ ଓ ଅନ୍ୟ ଆକାଉଣ୍ଟ ଡିଟେଲ ରହିଛି। କୁହାଯାଉଛି ଯେ, ଏହି ଡାଟା ବ୍ରିଚ୍‌ କୋଟି କୋଟି ୟୁଜର୍ସଙ୍କୁ ପ୍ରଭାବିତ କରିପାରେ।    

ରିସର୍ଚ୍ଚରଙ୍କ କହିବା ଅନୁସାରେ, ପ୍ରଭାବିତ ୟୁଜର୍ସ ଏବେ ଫିଶିଂ,ପରିଚୟ ଚୋରି ଓ ଅନ୍ୟ ପ୍ରକାର ଅନଲାଇନ୍ ଆକ୍ରମଣର ସାମନା କରିପାରନ୍ତି। ଏଭଳି ସ୍ଥିତିରେ ୟୁଜର୍ସଙ୍କୁ ସତର୍କ ରହିବା ଦରକାର। ଏହି ଡାଟାର ଉପଯୋଗ ହ୍ୟାକର୍ସଙ୍କ ଦ୍ବାରା ସେହି  ଆକାଉଣ୍ଟ କିମ୍ବା ଡିଭାଇସ୍‌ରେ ବୁଝାମୁଣା କରିବା ପାଇଁ କରାଯାଇପାରେ, ଯାହାକି ପ୍ରଭାବିତ ଇମେଲ ଆଇଡି ସହ ଜଡିତ ହୋଇପାରେ। ଡାଟାର ଏକ ହ୍ୟାକିଂ ଫୋରମ୍‌ ଉପରେ ଟାଇଟଲ୍‌ ୯.୪ ଜିବି ଟ୍ବିଟର ଲିକ୍ ଡାଟାବେସ୍‌ ଲାଷ୍ଟ ଓ୍ବାନ୍ ଇମେଲ୍‌ ଆଡ୍ରେସ୍, ନାଁ ଓ ଟ୍ବିଟର ଆକାଉଣ୍ଟ ଡିଟେଲ୍ସ ଥିବା ୨୦ କୋଟିରୁ ଅଧିକ ରେକର୍ଡର ଖୁଲାସା ସହିତ ଦେଖା ଦେଇଛି।

ଲିକ୍ ହୋଇଥିବା ଡାଟାକୁ ୭ ଜୁଲାଇ ୨୦୨୪କୁ ’ମିଚୁପା’ ନାମକ ଏକ ନୂଆ ଆକାଉଣ୍ଟ ଦ୍ବାରା ଜାରି କରାଯାଇଥିଲା। କୁହାଯାଉଛି ଯେ, ଲିକ୍ ହୋଇଥିବା ଡାଟାରେ ଏକ ଡାଉନଲୋଡେବଲ୍ ଲିଙ୍କ୍ ରହିଛି, ଯାହାକି ପ୍ରଭାବିତ ୟୁଜର୍ସଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିପାରେ। ଏହି ଲିକ୍ ହୋଇଥିବା ଏକ୍ସ ଆକାଉଣ୍ଟ ସମ୍ପର୍କିତ ଇମେଲ୍ ଆଡ୍ରେସ୍‌ର ବ୍ୟବହାର ସ୍ପାମ୍ ୟୁଜର୍ସ, ଫିଶିଂ ଆଟାକ୍ ଓ ଅନ୍ୟ ମାଲିଶିୟସ୍ ଆକ୍ଟିଭିଟି ପାଇଁ କରିପାରନ୍ତି। ପ୍ରୋଫାଇଲ ଇନଫରମେସନ୍ ଭଳି ୟୁଜର ନେମ୍ ଓ ଅନ୍ୟଙ୍କର ପରିଚୟର ଚୋରି ହେବାର ମଧ୍ୟ ବିପଦ ରହିଛି। 

ଲିକ୍‌ ହୋଇଥିବାର ଦେଖି ୟୁଜର୍ସ ନିଜକୁ ସୁରକ୍ଷିତ ରଖିବାକୁ କିଛି ସେଫ୍ଟି ଟିପ୍ସକୁ ଗ୍ରହଣ କରିପାରନ୍ତି। ଯେପରିକି ପାସଓ୍ବାର୍ଡରେ ପରିବର୍ତ୍ତନ, ଟୁ-ଫାକ୍ଟର ଅଥଣ୍ଟିକେସନ୍ ଏନେବଲ୍‌ କରିବା, ସନ୍ଧିଗ୍ଧ ଇମେଲ ଓ ମେସେଜିଂକୁ ଅଣଦେଖା କରିବା।ଏହାଛଡା ୟୁଜର୍ସଙ୍କୁ ଆକାଉଣ୍ଟର ଆକ୍ଟିଭିଟି ଓ ଯେଉଁ ଡିଭାଇସ୍‌ ଉପରେ ଆକାଉଣ୍ଟ ଲଗ୍‌ଇନ୍‌ ରହିଛି ଏହା ଉପରେ ମଧ୍ୟ ନଜର ରଖିବା ଦରକାର। ଅର୍ଗାନାଇଜେସନ୍‌ ମଜବୁତ ସିକ୍ୟୁରିଟି ଓ ଡାଟା ସେଫ୍‌ଟି ପ୍ରଣାଳିକୁ ଲାଗୁ କରିପାରନ୍ତି ଓ ସମୟ ସମୟରେ ସିକ୍ୟୁରିଟି ଅଡିଟ୍‌ ମାଧ୍ୟମରୁ ସମ୍ଭାବିତ ଦୁର୍ବଳତାକୁ ଜାଣିପାରିବା ଓ କର୍ମଚାରୀଙ୍କ ଭିତରେ ଅନଲାଇନ୍ ଆକ୍ରମଣ ବିଷୟରେ ସଚେତନତା ବଢାଇ ପାରିବେ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.