ପ୍ରମୂଖ ଖବର
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନର୍ଲା ରେଞ୍ଜରେ ଅସୁସ୍ଥ ହୋଇପଡ଼ିଥିବା ହାତୀ ମୃତ, କାରଣ ଅସ୍ପଷ୍ଟ

କଳାହାଣ୍ଡି, ୨୫/୧୧ : ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଡା ସେକ୍ସନର ଗନ୍ଧାରବାରୁ ଗାଁ ନିକଟରେ ଅସୁସ୍ଥ ହୋଇ ପଡ଼ିରହିଥିବା ହାତୀ ମୃତ। ନର୍ଲା ବନ ବିଭାଗ ଅଧିକାରୀ ପ୍ରଶାନ୍ତ ପାଲଙ୍କ ତତ୍ତ୍ଵାବଧାନରେ ବନ୍ୟପ୍ରାଣୀ ଚିକିତ୍ସକ ଓ କର୍ମଚାରୀମାନଙ୍କ ଉଦ୍ୟମ ସତ୍ତ୍ଵେ ହାତୀଟିର ମୃତ୍ୟୁ ହୋଇଛି। 

ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଡା ସେକ୍ସନର ଗନ୍ଧାରବାରୁ ଗାଁ ନିକଟରେ ଶୁକ୍ରବାର ଏକ ହାତୀ ଅସୁସ୍ଥ ହୋଇ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେବା ପରେ ହାତୀଟିର ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ ଆଜି ହାତୀଟିର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। 



 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.