ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ବିପଦରେ ଗଜରାଜ, ଖାଦ୍ୟ ଅନ୍ଵେଷଣରେ ଆସି ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ

ସମ୍ବଲପୁର, ୧୭/୦୬ : ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ। ସମ୍ବଲପୁର ଜିଲ୍ଲା ସଦର ପରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜର ବସିଆପଡା ଗାଁରେ ଘଟିଛି ଏହି ଅଘଟଣ। ଖାଦ୍ୟ ଅନ୍ଵେଷଣରେ ଆସି ହାତୀଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଦନ୍ତା ହାତୀଟି ଯୁଯୁମୁରା ଅଞ୍ଚଳରେ ପ୍ରତିଦିନ କୌଣସି ନା କୌଣସି ଘର ଭାଙ୍ଗି ଚାଉଳ ଧାନ ନେଉଥିଲା। ତେବେ ଗତକାଲି ରାତ୍ରିରେ ଜଣଙ୍କ ଘରେ ପଶିବାକୁ ଚେଷ୍ଟା କରିବାରୁ ସେଠାରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ହାତୀଟିର ମୃତ୍ୟୁ ଘଟିଛି।  ଖବର ପାଇ ସ୍ଥାନୀୟ ବନ ବିଭାଗର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.