ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

'ଦେବରା'ର ନୂଆ ପୋଷ୍ଟର ରିଲିଜ, ଏହି ଦିନ ପରଦାକୁ ଆସିବ ଫିଲ୍ମ

ମୁମ୍ବାଇ,୦୮/୦୯:  ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଆଗାମୀ ଚଳଚ୍ଚିତ୍ର 'ଦେବରା'କୁ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।ଏହାରି ମଧ୍ୟରେ ନିର୍ମାତାମାନେ ଏକ ନୂଆ ପୋଷ୍ଟର ରିଲିଜ କରି ଫିଲ୍ମର ଟ୍ରେଲରର ରିଲିଜ ତାରିଖ ଘୋଷଣା କରିଛନ୍ତି । ଗଣେଶ ଚତୁର୍ଥୀ ଅବସରରେ ଜୁନିଅର ଏନଟିଆରର ଦେବରାର ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହା ସହ ଫିଲ୍ମର ଟ୍ରେଲର ରିଲିଜ ତାରିଖ ଘୋଷଣା କରିଛନ୍ତି। ତେବେ ନୂଆ ପୋଷ୍ଟରରେ, ଜୁନିଅର ଏନଟିଆର ସଂପୂର୍ଣ୍ଣ କଳା ପୋଷାକ ପିନ୍ଧିଥିବାବେଳେ ଦମଦାର ଲୁକରେ ନଜର ଆସିଛନ୍ତି । 

ତେବେ ପୋଷ୍ଟର ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଆଜି ପାଳନ କର, କିଛି ଦିନ ମଧ୍ୟରେ ବିଜୟ ହାସଲ କର । ୧୦ ସେପ୍ଟେମ୍ବରରୁ ଦେବରା ଟ୍ରେଲର ସହ ତୁମର ଭୟର ସମ୍ମୁଖୀନ କର । ଟ୍ରେଲର ଆସନ୍ତା ୧୦ରେ ରିଲିଜ ହେବ । ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ 'ଦେବରା' ଘୋଷଣା କରିଥିଲେ । ଦୁଇଟି କିସ୍ତିରେ ଫିଲ୍ମ ପରଦାକୁ ଆସିବ । ସେପ୍ଟେମ୍ୱର ୨୭ରେ ରିଲିଜ ହେବ ଫିଲ୍ମ । ଏହି ଫିଲ୍ମରେ ଜନିଅର ଏନଟିଆରଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଆରଆରଆର ପରି, ଏହି ତେଲୁଗୁ ଚଳଚ୍ଚିତ୍ରରେ ଅନେକ ଆକ୍ସନ ସିନ ରହିଥିବା କୁହାଯାଉଛି । ବିଗ ବଜେଟରେ ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ନିର୍ମାତାମାନେ ଏହାର ଭିଏଫଏକ୍ସ ପାଇଁ ୧୪୦କୋଟି ଟଙ୍କା ଖର୍ଚ୍ଚ କରୁଥିବା ସୂଚନା ମିଳିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.