ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଦିଲ୍ଲୀ-ଏନସିଆରରେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ; ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, କହିଲେ ନଡା ଜାଳୁଥିବା କୃଷକଙ୍କୁ ଦିଆନଯାଉ ଆର୍ଥିକ ସୁବିଧା…

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ଭିତରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉଦବେଗ ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ, ନଡ଼ା ଜାଳିଥିବା ଚାଷୀଙ୍କ ବିରୋଧରେ ସୁପ୍ରିମକୋର୍ଟ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ବାୟୁ ପ୍ରଦୂଷଣ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁ ଚାଷୀ ମାନେ ନଡା ଜାଳୁଛନ୍ତି, ସେମାନଙ୍କୁ ଏମଏସପିର ସୁବିଧା ଦିଆଯିବା ଉଚିତ ନୁହେଁ। 

ସୂଚନାଥାଉକି, ଦିଲ୍ଲୀ ଏବଂ ଏହାର ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ପଡୋଶୀ ରାଜ୍ୟ ଦ୍ୱାରା ନଡା ଜାଳିବା ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଶୁଣାଣି କରୁଥିଲେ । ଏହି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଅନେକ ଥର ଅଟକାଯିବା ପରେ ମଧ୍ୟ ଅନେକ ଚାଷୀ ନଡ଼ା ଜାଳିବାକୁ ବାରଣ କରୁନାହାଁନ୍ତି । 

ସୁପ୍ରିମକୋର୍ଟ ନଡ଼ା ଜାଳୁଥିବା କୃଷକଙ୍କୁ ବିହାରର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ ଯେପରି ବିହାରର କୃଷକମାନେ ନଡ଼ା ଜାଳନ୍ତି ନାହିଁ କିନ୍ତୁ ଏହାକୁ ନିଜ ହାତରେ କାଟନ୍ତି, ପଞ୍ଜାବ ଏବଂ ହରିୟାଣାର କୃଷକମାନେ ମଧ୍ୟ ଏହି ନଡା ପାଇଁ ବ୍ୟବସ୍ଥା କରିବା ଉଚିତ୍।

ଶୁଣାଣି ପୂର୍ବରୁ ପଞ୍ଜାବ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆଫିଡେଭିଟ୍ ମଧ୍ୟ ଦାଖଲ କରାଯାଇଥିଲା । ଏହି ଆଫିଡେଭିଟ୍‌ରେ ପଞ୍ଜାବର ଆମ୍ ଆଦମି ପାର୍ଟି (AAP) ସରକାର କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନଡ଼ା ଜାଳିବା ପାଇଁ ୨ କୋଟି ଟଙ୍କା ଜରିମାନା ସଂଗ୍ରହ କରାଯାଇଛି । କେବଳ ଏତିକି ନୁହେଁ, ପଂଜାବର ୬ ଟି ଜିଲ୍ଲା ସଂପୂର୍ଣ୍ଣ ଭାବେ ନଡା ମୁକ୍ତ ହୋଇଛି । ପଂଜାବ ସରକାର ମଧ୍ୟ କୋର୍ଟଙ୍କୁ ଅବଗତ କରିଛନ୍ତି କି, ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ନଡା ଜଳାଇଛନ୍ତି ସେମାନଙ୍କ ବିରୋଧରେ ୧୦୦ ଟି ଏଫ୍ଆଇଆର୍ ଦାଖଲ ହୋଇଛି । 

 

 


 

 

Copyright © 2022 - Summa Real Media Private Limited. All Rights Reserved.