ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଦେବସ୍ମିତା ହେବେ ଆଳିରୁ କଂଗ୍ରେସ ପ୍ରାର୍ଥୀ ! ସରକାରୀ ଚାକିରିରୁ ଦେଲେ ଇସ୍ତଫା ‌

Published By : Prameya | February 13, 2024 1:29 PM

କେନ୍ଦ୍ରାପଡ଼ା,୧୩/୦୨: ରାଜକନିକା ବ୍ଲକ୍‌ ଅଧୀନ କଣ୍ଡିଆହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରତ ଦେବସ୍ମିତା ଶର୍ମା  ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ପ୍ରଦାନ କରିଛନ୍ତି। ଦେବସ୍ମିତା ଆଳିର ପୂର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ଦେବେନ୍ଦ୍ର ଶର୍ମାଙ୍କ ଝିଅ । ଦେବେନ୍ଦ୍ର ଦୀର୍ଘଦିନ ଧରି କଂଗ୍ରେସ ଜିଲ୍ଲା ସଭାପତି ଦାୟିିତ୍ୱରେ ମଧ୍ୟ ଥିଲେ । ଦେବସ୍ମିତା ଚାକିରି ଛାଡ଼ି ରାଜନୀତିରେ ଯୋଗଦେବା କଥା ଅନେକ ଦିନୁ ଚର୍ଚ୍ଚା ହେଉଥିବା ବେଳେ ସୋମବାର ସ୍ପଷ୍ଟ ହୋଇଯାଇଛି । ଆଳି ନିର୍ବାଚନମଣ୍ଡଳୀରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆପାତତଃ ସ୍ଥିର ହୋଇଥିବା ତାଙ୍କ ବାପା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଏବେ କଂଗ୍ରେସରେ କାହାର ଟିକେଟ୍‌ ଚୂଡ଼ାନ୍ତ ହୋଇନାହିଁ । ଦେବସ୍ମିତା ଆବେଦନ କରିସାରିଛନ୍ତି । ତାଙ୍କୁ ଟିକେଟ୍‌ ମିଳିବା ଏକପ୍ରକାର ନିଶ୍ଚିତ ବୋଲି ଶ୍ରୀ ଶର୍ମା କହିଛନ୍ତି । ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ବାପା ଦେବେନ୍ଦ୍ରଙ୍କ ବଦଳରେ ଝିଅ ଦେବସ୍ମିତା ଆଳିରୁ କଂଗ୍ରେସର ମଙ୍ଗ ଧରୁଥିବା ନେଇ ଦଳୀୟ କର୍ମୀମାନେ ସୋମବାର ପୋଷ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି । 

ଦେବସ୍ମିତା ଜଣେ ମେଧାବୀ ଛାତ୍ରୀ । ସେ ଇନ୍ଦୋରସ୍ଥିତ ଇଣ୍ଡେକ୍ସ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିବା ପରେ ୨୦୨୦ ମସିହାରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରେ ଯୋଗଦାନ କରିଥିଲେ । ପରେ କୋରାପୁଟର କୋଟପାଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷାଧିକ କାଳ କାର୍ଯ୍ୟ କରିବା ପରେ କେନ୍ଦ୍ରାପଡ଼ାକୁ ଫେରିଥିଲେ । କଣ୍ଡିଆହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେ ପାଠପଢ଼ା ସମୟରେ କଂଗ୍ରେସ ରାଜନୀତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ଯୁବ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଭାବେ ଗର୍ଜନ ସମାବେଶର ମଙ୍ଗ ଧରି ଚର୍ଚ୍ଚାକୁ ମଧ୍ୟ ଆସିଥିଲେ । ବିଗତ ବିଧାନସଭା ନିର୍ବାଚନ ସମୟରେ ବାପାଙ୍କ ପାଇଁ ମଧ୍ୟ ସେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ବିଭିନ୍ନ ସମୟରେ ବାପାଙ୍କୁ ରାଜନୈତିକ ପରାମର୍ଶ ବି ଦେଉଥିଲେ । 

ଦେବସ୍ମିତାଙ୍କ ଜେଜେବାପା ତଥା ଦେବେନ୍ଦ୍ରଙ୍କ ବାପା ଦିବାକର ନାଥ ଶର୍ମା କଂଗ୍ରେସ ଟିକେଟ୍‌ରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଆଳି ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ଲଢ଼େଇ ଦେଖିବାକୁ ମିଳିଛି । ବିଜେପି ଏଠାରେ ତୃତୀୟ ସ୍ଥାନରେ ଅଛି । ୨୦୧୪ ନିର୍ବାଚନରେ ଦେବେନ୍ଦ୍ର କଂଗ୍ରେସ ଟିକେଟ୍‌ରେ ଏଠାରୁ ବିଜୟ ଲାଭ କରିଥିଲେ । ଶାସକ ଦଳର ହେଭିୱେଟ୍‌ ନେତା ପ୍ରତାପ କେଶରୀ ଦେବଙ୍କୁ ସେ ପରାସ୍ତ କରି ବିଜୟର ଟିକା ପିନ୍ଧିଥିଲେ । ହେଲେ ୨୦୧୯ ମସିହାରେ ତାଙ୍କୁ ପରାଜୟର ସାମ୍‌ନା କରିବାକୁ ପଡ଼ିଥିଲା ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.