ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

କଟକ ବାଲିଯାତ୍ରା ପ୍ରସ୍ତୁତି: ଏଥର ପଲ୍ଲିଶ୍ରୀ ମେଳାରେ ୪୨୦ ଷ୍ଟଲ୍‌, କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ୟାଭିଲିୟନ୍‌ ଆକର୍ଷଣ

କଟକ,୨୧/୧୧: ଓରମାସ୍‌ ପକ୍ଷରୁ ଆୟୋଜିତ  ଜାତୀୟ ପଲ୍ଲିଶ୍ରୀ ମେଳା ପ୍ରତିବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ  ସାଜିଥାଏ । ଏଥର ଏହି ମେଳା ନିଜର କାୟା ବୃଦ୍ଧି କରି ଆହୁରି  ଅଧିକ ଷ୍ଟଲ୍‌ ଏବଂ ନୂଆ ଆକର୍ଷଣ ଯୋଡ଼ିବାକୁ ଯାଉଛି । ଏଥର  ଓରମାସ୍‌ରେ ୪୨୦ଟି ଷ୍ଟଲ୍‌ କରାଯିବ । ହସ୍ତତନ୍ତ, ହସ୍ତଶିଳ୍ପ  ସହିତ ରାଜ୍ୟ ତଥା ଜାତୀୟ ସ୍ତରର ଅନେକ ହସ୍ତକଳା ଏଥିରେ  ପ୍ରଦର୍ଶିତ ହେବ । କିଣାବିକାର ସୁଯୋଗ ସୃଷ୍ଟି ହେବ । 

ଏଥର ବାଲିଯାତ୍ରାରେ ମନମୋହିବ ‘କଟକ ଇନ୍‌ କଟକ’ର ଗାଁ ପରିବେଶ

ରାଜ୍ୟର  ବିଭିନ୍ନ ଜିଲ୍ଲାରୁ ଉତ୍ପାଦକ ଗୋଷ୍ଠୀମାନେ ବାଲିଯାତ୍ରାରେ ସାମିଲ୍‌  ହେବେ । ଜାତୀୟ ସ୍ତରରୁ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,  ତାମିଲନାଡୁ, କେରଳ, କର୍ଣ୍ଣାଟକ, ମଣିପୁର, ମହାରାଷ୍ଟ୍ର ଭଳି  ୨୨ଟି ରାଜ୍ୟରୁ ଏବେ ଆସିବା ଆଜି ସୁଦ୍ଧା ନିଶ୍ଚିତ ହୋଇଛି ।  ଓରମାସ୍‌ ଭିତରେ ଏଥର ଡେମେନଷ୍ଟ୍ରେସନ୍‌ ବା ପ୍ରଦର୍ଶନୀ ଷ୍ଟଲ୍‌ ଖୋଲିବ । ବିଭିନ୍ନ ହସ୍ତତନ୍ତ ତଥା ହସ୍ତକଳାର ନିର୍ମାଣ ପ୍ରକ୍ରିୟାକୁ  ଲୋକେ ଦେଖିପାରିବେ । ଟେରାକୋଟା, କନ୍ଥା ସିଲାଇ, ଡୋକ୍ରା  ପ୍ରମୁଖ ପ୍ରଦର୍ଶନୀ କରାଯିବ ।

ଐତିହାସିକ ବାଲିଯାତ୍ରା ପାଇଁ ଅତିଥି ଚୂଡାନ୍ତ

ଚଳିତ ବର୍ଷ ଓରମାସ୍‌ ଭିତରେ  କୋଣାର୍କ ସୂର୍ଯ୍ୟମନ୍ଦିର ଢାଞ୍ଚାରେ ପ୍ୟାଭିଲିୟନ୍‌ କରାଯିବ ।  ୫୦ ଫୁଟ୍‌ରେ ୫୦ ଫୁଟ୍‌ ମାପର ଏହି ପ୍ୟାଭିଲିୟନ୍‌ ମୁଖ୍ୟ  ଆକର୍ଷଣ ହେବ ବୋଲି ଓରମାସ୍‌ର ଡେପୁଟି ନିର୍ଦ୍ଦେଶକ ବିପିନ୍‌  ରାଉତ ପ୍ରକାଶ କରିଛନ୍ତି । ପଲିଶ୍ରୀ ମେଳାକୁ ପ୍ଲାଷ୍ଟିକ୍‌ ଫ୍ରି ଜୋନ୍‌  କରାଯାଇଛି । 

କାଗଜ, କପଡ଼ା ଓ ଝୋଟ ପ୍ରସ୍ତୁତ ବ୍ୟାଗ୍‌ ବ୍ୟବହାର  କରିବା ବାଧ୍ୟତାମୂଳକ କରାଯାଇଛି । କଟକର ୪ଟି, ପୁରୀ ଓ  ଜଗତସିଂହପୁରରୁ ଗୋଟିଏ ଲେଖାଏଁ ଉତ୍ପାଦକ ଗୋଷ୍ଠୀ ବ୍ୟାଗ୍‌  ଯୋଗାଇବେ । ଗତବର୍ଷ ପଲିଶ୍ରୀ ମେଳା ୨୪ କୋଟି ୫୬ଲକ୍ଷ ଟଙ୍କା  ବ୍ୟବସାୟ କରିଥିବା ବେଳେ ଏଥର ୩୫ କୋଟି ଟଙ୍କା ବ୍ୟବସାୟ  କରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।

  • prameyanews
  • PrameyaOdia
  • prameya
  • BaliYatra
  • Copyright © 2022 - Summa Real Media Private Limited. All Rights Reserved.