ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଗୋ ମାଂସ କାଟୁଥିବା ବେଳେ ଦୁଇ ଗୋଷ୍ଠି ମୁହାଁମୁହିଁ, ୩ ଅଟକ

ଯାଜପୁର, ୧୭/୦୬ : ଯାଜପୁର ଟାଉନ ଥାନା ଅନ୍ତର୍ଗତ ବାମଦେବପୁର ଠାରେ ଗୋ ମାଂସ କାଟୁଥିବା ବେଳେ ଧରିଲେ ବିଶ୍ଵହିନ୍ଦୁ ପରିଷଦର କର୍ମକର୍ତ୍ତା। ଘଟଣା ସ୍ଥଳରୁ ଦୁଇଟି ମୃତ ଗୋରୁ ଜବତ ହୋଇଛି। ଏହା ସହ ୩ ଜଣ ଅଟକ ଅଛନ୍ତି।

ସୂଚନାନୁଯାୟୀ, ସୋମବାର ବାମଦେବପୁର ଠାରେ ଗୋ ମାଂସ କଟା ଯାଉଥିଲା। କୌଣସି ପ୍ରକାର ଖବର ପାଇ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଫଳରେ ଅଭିଯୁକ୍ତ ପରିବାର ପକ୍ଷରୁ ଖଣ୍ଡା ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲେ। ଏହାକୁ ନେଇ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଟାଉନ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଏହାର ତଦନ୍ତ କରିବାକୁ ଥିବା ବେଳେ ପୁଲିସ ୩ ଜଣକୁ ଅଟକ ରଖିବା ସହ ଗୋ ମାଂସ ଜବତ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.