ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ ଛାଡ଼ି ଭାରତମୁହାଁ ବିଦେଶୀ ନିବେଶକ, ଟ୍ରେଡିଂ ଭଲ୍ୟୁମ୍‌ରେ ବି ଡ୍ରାଗନ୍‌କୁ ମାତ୍‌ ଦେଇଛି ଭାରତ

ନୂଆଦିଲ୍ଲୀ,୧୦/୦୨: ଚୀନ୍‌ର ହାଲ ବେହାଲ ।  ଅର୍ଥନୈତିକ ମୋର୍ଚ୍ଚାରେ ଏହାର ସ୍ଥିତି ଆହୁରି ବିକୃତ  ପାଲଟିଛି । ଭାରତୀୟ ଅର୍ଥନୀତି ଦ୍ରୁତ ବେଗରେ  ମାଡ଼ିଚାଲିଥିବାବେଳେ ଚୀନ୍‌ ଅର୍ଥବ୍ୟବସ୍ଥା ସଂଘର୍ଷ  କରୁଛି । ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତର ନିବେଶକ ଚୀନ୍‌କୁ ଛାଡ଼ି ଭାରତରେ ଟଙ୍କା ଲଗାଉଛନ୍ତି । ଭାରତୀୟ ସେୟାର ବଜାରର ଏମ୍‌କ୍ୟାପ୍‌ ବା  ବଜାର ମୂଲ୍ୟ ହଂକଂକୁ ପଛରେ ପକାଇଦେଇଛି ।  ହଂକଂକୁ ଟପି ଭାରତ ବିଶ୍ୱର ଚତୁର୍ଥ ବୃହତ୍‌ ଷ୍ଟକ  ବଜାର ପାଲଟିଛି । ଏବେ ଭାରତ ଟ୍ରେଡିଂ ଭଲ୍ୟୁମ୍‌  କ୍ଷେତ୍ରରେ ବି ଚୀନ୍‌କୁ ମାତ୍‌ ଦେଇଛି । ଭାରତୀୟ ବଜାର ସୂଚକାଙ୍କ ବିଏସ୍‌ଇ ଏବଂ ଏନ୍‌ଏସ୍‌ଇ ଏବେ  ଟ୍ରେଡିଂ ଭଲ୍ୟୁମ୍‌ କ୍ଷେତ୍ରରେ ହଂକଂକୁ ଟପିଗଲେଣି । 

 ଏକ ମାସରେ ବିଏସ୍‌ଇ ଏବଂଏନ୍‌ଏସ୍‌ଇର  ହାରାହାରି ଟ୍ରେଡିଂ ଭଲ୍ୟୁମ୍‌ ଦୈନିକ ୧୬୫୦ କୋଟି  ଡଲାରରେ ପହଞ୍ଚିଛି । ତୁଳନାତ୍ମକ ହିସାବ କଲେ  ହଂକଂ ସେୟାର ବଜାରର ହାରାହାରି ଟ୍ରେଡିଂ ଭଲ୍ୟୁମ୍‌  ଦୈନିକ ୧୩୧୦ କୋଟି ଡଲାର ରହିଛି । ଲଗାତର ଅଷ୍ଟମ ବର୍ଷ ପାଇଁ ଭାରତୀୟ ଇକ୍ୱିଟି  ବଜାରରେ ଅଭିବୃଦ୍ଧି ଘଟିଛି । ଅନ୍ୟପକ୍ଷରେ, ହଂକଂର  ହାଙ୍ଗ୍‌ସେଙ୍ଗ୍‌ରେ ଲଗାତର ଚତୁର୍ଥ ବର୍ଷ ପାଇଁ ହ୍ରାସ ଦେଖାଦେଇଛି । ସେହିଭଳି ଚୀନ୍‌ର ସାଂଘାଇ  ଷ୍ଟକ୍‌ ଏକ୍ସଚେଞ୍ଜରେ ଲଗାତର ଦ୍ୱିତୀୟ ବର୍ଷ ହ୍ରାସ  ଦେଖାଦେଇଛି । 

ବଜାର ତଥ୍ୟ ଅନୁସାରେ, ଗତ  ୨ରୁ୩ ମାସରେ ହଂକଂର ଟ୍ରେଡିଂ ଭଲ୍ୟୁମ୍‌ କମୁଛି ।  ତେବେ ଭାରତରେ ଏଥିରେ ବୃଦ୍ଧି ଦେଖିବାକୁ  ମିଳୁଛି । ରିପୋର୍ଟ ଅନୁସାରେ, ଭାରତର ସେନ୍‌ସେକ୍ସ  ଗତବର୍ଷ ପ୍ରାୟ ୧୭% ବଢ଼ିଛି । ଅନ୍ୟପକ୍ଷରେ  ହଂକଂର ହ୍ୟାଙ୍ଗ୍‌ସେଙ୍ଗ୍‌ ପ୍ରାୟ ୨୭% ଖସିଛି । ଗତମାସ  ଭାରତ ବିଶ୍ୱର ଚତୁର୍ଥ ବୃହତ୍‌ ଇକ୍ୱିଟି ବଜାର ଭାବେ  ହଂକଂକୁ ଟପିଯାଇଛି ।  

ଚୀନ୍‌ର ମନ୍ଥର ଅର୍ଥବ୍ୟବସ୍ଥାକୁ ଦେଖି ଏବେ  ନିବେଶକ ଏଠାରୁ ମୁହଁ ଫେରାଇବାକୁ ଲାଗିଲେଣି ।  ନିବେଶକ ‘ବାୟ ଇଣ୍ଡିଆ ସେଲ୍‌ ଚାଇନା’ ରଣନୀତି  ନେଇ ଚାଲୁଛନ୍ତି । ଚୀନ୍‌ ସରକାରଙ୍କ ଉପରୁ  ନିବେଶକ ଆସ୍ଥା ହରାଉଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.