ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ରସିକିଆ ଠକକୁ ଧରିବା ଲାଗି ପ୍ରେମିକା ସାଜିଲେ ମହିଳା ପୋଲିସ, ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବାବେଳେ ବନ୍ଧାହେଲେ

ଭୁବନେଶ୍ୱର, ୦୩।୦୮ : ଷ୍ଟାର ବକ୍ସରେ କାମ କରୁଥିଲେ... ହେଲେ ଝିଅମାନଙ୍କୁ କହୁଥିଲେ ମୁଁ ଦୁବାଇ ରିଟର୍ଣ୍ଣ। ଏମିତି ଅନେକ ମିଛ କହି ଝିଅମାନଙ୍କୁ ନିଜ ଜାଲରେ ଫଶାଉଥିଲେ। ବିବାହ କରିବା ପରେ ସେମାନଙ୍କ ଠାରୁ ଟଙ୍କା ଲୁଟୁଥିଲା। ହେଲେ ଏହି ରସିକିଆ ପ୍ରେମିକକୁ ନିଜ ଜାଲରେ ଫଶେଇଦେଲେ ପୋଲିସ ପ୍ରେମିକା। ଲଙ୍ଗ୍ ଡ୍ରାଇଭର୍‌ରେ ଯାଉଥିବା ବେଳେ ବାନ୍ଧିଲା କ୍ୟାପିଟାଲ ଥାନା ପୋଲିସ।  

ସୂଚନାନୁଯାୟୀ, ଯାଜପୁରର ସତ୍ୟଜିତ ସାମଲ ନାମକ ଜଣେ ଯୁବକଙ୍କ ନାମରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ସେ ଝିଅମାନଙ୍କୁ ଦୁବାଇରୁ ଆସିଛି କହି ପ୍ରେମ କରୁଥିଲେ। ଏହାପରେ ସେମାନଙ୍କୁ ବିବାହ ବି କରୁଥିଲେ। ମହିଳାମାନଙ୍କୁ ନିଜ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେମାନଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ନେଉଥିଲେ। ଆଉ ନିଜର କାମ ସରିବା ପରେ ସେମାନଙ୍କୁ ଧମକ ଚମକ ଦେଇ ଡିଭୋର୍ସ ନେଉଯାଉଥିଲେ। ଏହିଭଳି ଭାବେ ଏକାଧିକ ମହିଳାଙ୍କୁ ଠକି ଦୁବାଇ ଚାଲି ଯାଉଥିଲେ। 

ଏନେଇ କ୍ୟାପିଟାଲ ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା। ଏହା ପରେ ଆକ୍ସନକୁ ଆସିଥିଲା କ୍ୟାପିଟାଲ ଥାନା ପୋଲିସ। ରସିକିଆ ଠକକୁ ଧରିବା ଲାଗି ପ୍ରେମିକା ସାଜିଥିଲେ ମହିଳା ପୋଲିସ। ଆଉ କାର୍‌ରେ ଲଙ୍ଗ୍ ଡ୍ରାଇଭ୍‌ରେ ଯିବାବେଳେ ତାଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ତାଙ୍କ ନିକଟରୁ ବିଭିନ୍ନ ବ୍ୟାଙ୍କ୍ କାଗଜପତ୍ର ଓ ନଗଦ ଟଙ୍କା ଜବତ କରାଯାଇଛି। ପୋଲିସ ଏବେ ସତ୍ୟଜିତଙ୍କୁ ଅଟକ ରଖି ପଚରାଉଚୁରା କରୁଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.