ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଓଟ ହତ୍ୟା ମାମଲା: ଦଶ ଦିନରେ ବନ୍ଧା ହୋଇ ଜେଲ୍ ଗଲା ବାଉଁ; ବଗ, ପିଲା ସହ ୪ ଫେରାର

ପୁରୀ,୨୮/୦୭: ଓଟ ହତ୍ୟା ମାମଲାରେ ଜଣେ ଜେଲ୍‌ ଫେରନ୍ତାକୁ ବାନ୍ଧିଲା  ବଳିଆପଣ୍ଡା ଥାନା ପୁଲିସ । ସେ ହେଲା ବଳିଆପଣ୍ଡା ମହାରଣା ସାହି ସୌମ୍ୟ  ରଞ୍ଜନ ବାରିକ ଓରଫ ବାଉଁ(୨୩) । ଦୀର୍ଘ ୧୦ ଦିନ ପରେ ଜେଲ୍‌ ଫେରନ୍ତା  ବାଉଁକୁ ଗିରଫ କରାଯାଇଥିବାବେଳେ ମାମଲାରେ ଏକାଧିକ ଅଭିଯୁକ୍ତ ଫେରାର୍‌  ଥିବା ଜଣାପଡ଼ିଛି । ଶନିବାର ତାକୁ କୋର୍ଟ ଚାଳାଣ କରାଯାଇଛି । ଜାମିନ ନାମଞ୍ଜୁର  ହେବାରୁ ତାକୁ ଜେଲ୍‌ ପଠାଇ ଦିଆଯାଇଥିବା ଏସ୍‌ଆଇ ନାରାୟଣ ପ୍ରଧାନ ସୂଚନା  ଦେଇଛନ୍ତି । ତେବେ ମାମଲାରେ ବଗ, ପିଲା, ମାଧିଆ ଓ ଶିବ ନାମକ ଆଉ  ୪ ଜଣ ଫେରାର୍‌ ଥିବା ସୂଚନା ମିଳିଛି । 

ବଳିଆପଣ୍ଡାରେ ରହୁଥିବା ଧନେଶ୍ୱର  ଜେନାଙ୍କୁ ଦାଦାବଟି ମାଗିଥଲେ  ଦୁର୍ବୃତ୍ତ । ବେଳାଭୂମିରେ ଓଟ ଚଳାଇ  ପରିବାର ପୋଷୁଥିବା ଧନେଶ୍ୱର  ବଟି ଦେବାକୁ ମନା କରିବାରୁ ତାଙ୍କ  ଓଟକୁ ଗତ ୧୭ ତାରିଖ ଭୋର୍‌ରେ ଓଟକୁ ଅପହରଣ କରି ନେଇ ହତ୍ୟା କରିଥିଲେ । ଅପରାହ୍ନରେ ଓଟର ମୃତଦେହ  ପାଇ ବଳିଆପଣ୍ଡାର ବାଲି ପଡ଼ିଆ ଖୋଳି ପୋତିଥିଲେ ଧନେଶ୍ୱର । ମାମଲା ରୁଜୁ  ପରେ ୨୨ ତାରିଖରେ ବାଲି ଖୋଲି ଓଟକୁ ବ୍ୟବଚ୍ଛେଦ କରାଇଥିଲା ପୁଲିସ ।  ଏସ୍‌ପି ପିନାକ ମିଶ୍ର ମାମଲାରେ ହସ୍ତକ୍ଷେପ କରିଥିଲେ । ଦୀର୍ଘ ୧୦ ଦିନପରେ  ବାଉଁକୁ ଗିରଫ କରିଛି । ବାଉଁ ଏକାଧିକ ମାମଲାରେ ଜଡ଼ିତ ଥିବାବେଳେ  ଜେଲ୍‌ ଯାଇ ଜାମିନ୍‌ରେ ଫେରିଥିବା ପୁଲିସ କହିଛି । ମାମଲାରେ ଆହୁରି  ଏକାଧିକ ଫେରାର୍‌ ଥିବା ପୁଲିସ କହିଛି । ଅଭିଯୁକ୍ତଙ୍କୁ ଖସାଇବା ପାଇଁ କିଛି  ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ୧୦ ଦିନ ଧରି ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.