ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଭାଲୁ କବଳରୁ ମାଲିକର ଜୀବନ ରକ୍ଷା କଲା ପୋଷା କୁକୁର

ନୂଆଦିଲ୍ଲୀ: ଭାଲୁ କବଳରୁ ମାଲିକକୁ ରକ୍ଷା କଲା ସାହାସୀ ପୋଷା କୁକୁର । ଜମିରେ କାମ କରୁଥିବା ସମୟରେ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲେ । ଆଉ ଏହି ସମୟରେ ପୋଷା କୁକୁରଟି ଭାଲୁଙ୍କ ସହ ଲଢେଇ କରି ମାଲିକର ଜୀବନ ରକ୍ଷା କରିଛି । ଏଭଳି ଘଟଣା ଘଟିଛି କର୍ଣ୍ଣାଟକ ଦବନାଗିରିର ଜଗାଲୁରୁ ତାଲୁକ ଅଞ୍ଚଳରେ ।  

ସୂଚନା ମୁତାବକ ଭାଲୁ ଆକ୍ରମଣରେ ଆହତ ହୋଇଥିବା କୃଷକଙ୍କ ନାମ ହନୁମାନଥାପା । ଚାଷ ଜମିରେ କାମ କରୁଥିବା ସମୟରେ ହଠାତ ୪ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ସମୟରେ ନିଜକୁ ରକ୍ଷା କରିବାରେ ସମସ୍ତ ଚେଷ୍ଟା ଲଗାଇ ଦେଇଥିଲେ ସେ । ଆଉ ଏତିକି ବେଳେ ପାଖରେ ଥିବା ତାଙ୍କ ପୋଷା କୁକୁକଟି ତାଙ୍କୁ ସାହାଯ୍ୟ କରିଥିଲା । ଭାଲୁ ମାନଙ୍କ ନିକଟରୁ ନିଜ ମାଲିକଙ୍କୁ ରକ୍ଷା କରିବା ପାଇଁ କୁକୁରଟି ଜୋର୍‌ରେ ଭୁକିବା ଆରମ୍ଭ କରିଥିଲା । ଆଉ ଲଢେଇ କରି ଆକ୍ରାମଣାତ୍ମକ ଭାଲୁଙ୍କ ମୁହଁରୁ ମାଲିକଙ୍କୁ ରକ୍ଷା କରିଥିଲା ।

ତେବେ ଭାଲୁଙ୍କ ଆକ୍ରମଣରେ ଆହତ ହୋଇଥିବା ହନୁମାନଥାପାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନେ ମଧ୍ୟ ପୂର୍ବରୁ ଏଭଳି ଘଟଣାର ସମ୍ମୁଖୀନ ହୋଇଥିବା ନେଇ ସ୍ଥାନୀୟ ବନ ବିଭାଗରେ ଅଭିଯୋଗ କରିଆସୁଛନ୍ତି । ଅଞ୍ଚଳରେ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.