ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

କ୍ଷୀର ଚା’ ବଦଳରେ ପିଅନ୍ତୁ ନାଲି ଚା’, କମ୍ କରେ ମଧୁମେହ ଆଶଙ୍କା...

ନୂଆଦିଲ୍ଲୀ, ୧୩।୧୧: ସାଧାରଣତଃ ଅଧିକାଂଶ ଲୋକଙ୍କ ସକାଳ ଚା’ରୁ ଆରମ୍ଭ ହୋଇଥାଏ । କିଏ କ୍ଷୀର ଚା’ ପିଅନ୍ତି ତ କିଏ ନାଲି ତଥା ଗ୍ରୀନ୍ ଟି । ସେହିପରି ମଧୁମେହ ରୋଗୀ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୋଇ ବିନା ଚିନିର ଚା’ ପିଇଥାନ୍ତି । ତେବେ ସକାଳେ ନାଲି ଚା’ ପିଇଲେ ମଧୁମେହ ଆଶଙ୍କା କମ୍ ହୋଇଥାଏ ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି । ଗବେଷଣା ଅନୁସାରେ, ପ୍ରତିଦିନ ନାଲି ଚା’ ପିଇବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରହେ । ଏଥିସହ ଟାଇପ୍-୨ ମଧୁମେହ ଆଶଙ୍କା କମ୍ ହୋଇଥାଏ । ନିୟମିତ ନାଲି ଚା’ ପିଇଲେ ତାହା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତରରୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । 

ଅଷ୍ଟ୍ରେଲିଆ ଏଡିଲେଟ୍ ବିଶ୍ୱବିଦ୍ୟାଳୟ ଓ ଚୀନ୍‌ର ସାଉଥ୍‌ଇଷ୍ଟ ବିଶ୍ୱବିଦ୍ୟାଳୟର ଗବେଷକମାନେ ମିଶି ଏହି ଗବେଷଣା କରିଛନ୍ତି । ଅନ୍ୟପଟେ ଏହି ଗବେଷଣାରେ ଚୀନ୍‌ର ୮ଟି ଅଞ୍ଚଳରେ ରହୁଥିବା ୨୦ରୁ ୮୦ ବର୍ଷ ବୟସ୍କ ୧୦୨୩ ଜଣଙ୍କୁ ସାମିଲ କରାଯାଇଥିଲା । ଏଥିରୁ ୪୩୬ ଜଣ ମଧୁମେହରେ ପୀଡ଼ିତ ଥିବାବେଳେ ୩୫୨ ଜଣ ପ୍ରି-ଡାଇବେଟିସଜ୍‌ରେ ପୀଡ଼ିତ ଥିଲେ । ଏଥିସହ ୧୧୩୫ ଜଣଙ୍କର ବ୍ଲଡ୍ ସୁଗାର ସାଧାରଣ ଥିଲା । ତେବେ ନାଲି ଚା’ ପିଉଥିବା ଲୋକଙ୍କଠାରେ ଟାଇପ୍-୨ ମଧୁମେହ ଆଶଙ୍କା ୪୭ ପ୍ରତିଶତ କମ୍ ହୋଇଥାଏ ବୋଲି ଏଥିରୁ ଜଣାପଡ଼ିଛି । ଏଣୁ ନିତିଦିନ ନାଲି ଚା’ ପିଇଲେ ମଧୁମେହରୁ ରକ୍ଷା ମିଳିଥାଏ ବୋଲି ଏହି ଗବେଷଣାରୁ ପ୍ରକାଶ । ନାଲି ଚା’ ପିଇବା ଦ୍ୱାରା ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ନାଲି ଚା’ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ବାୟୋଆକ୍ଟିଭ୍ ତତ୍ତ୍ୱ ଶରୀର ପାଇଁ ବେଶ୍ ଭଲ ହୋଇଥାଏ । ଏହାବାଦ୍ ଜଣେ ସୁସ୍ଥ ମଣିଷ ନିୟମିତ ନାଲି ଚା’ ପିଇବା ଦ୍ୱାରା ହାଡ଼ ମଜବୁଜ୍ ହେବା ସହ ଏହା ହଜମ ଶକ୍ତିକୁ ଠିକ୍ ରଖିଥାଏ ବୋଲି ଏହି ଗବେଷଣା ପ୍ରକାଶ କରିଛି ।

ଏସିଡିଟି ସମସ୍ୟା ରହିଛି କି ? ଏହି ସମସ୍ୟା ପାଇଁ କିଛି ଘରୋଇ ଉପଚାର...

Copyright © 2022 - Summa Real Media Private Limited. All Rights Reserved.