ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଭୋପାଳରୁ ଆସିଲା ସ୍ୱାବ୍‌ ରିପୋର୍ଟ, କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ପଜିଟିଭ୍‌

କେନ୍ଦ୍ରାପଡ଼ା,୦୮/୦୯: କେନ୍ଦ୍ରାପଡ଼ା ଜିଲ୍ଲାରେ  ବାର୍ଡ ଫ୍ଲୁ ପଜିଟିଭ୍‌ ଚିହ୍ନଟ ହୋଇଛି । ମଧ୍ୟପ୍ରଦେଶ  ଭୋପାଳକୁ ପରୀକ୍ଷା ପାଇଁ ଯାଇଥିବା ସ୍ୱାବ୍‌ ନମୁନା ରିପୋର୍ଟ ମିଳିବା ପରେ ପ୍ରାଣୀ ସମ୍ପଦ ବିଭାଗ  ଏହା ସ୍ପଷ୍ଟ କରିଛି । ଡେରାବିଶ ବ୍ଲକ୍‌ର ବାଲିଆ  ଓ ଏଣ୍ଡର ପଞ୍ଚାୟତରୁ ଯାଇଥିବା କୁକୁଡ଼ାଙ୍କ ସ୍ୱାବ୍‌ ରିପୋର୍ଟରେ ଭୂତାଣୁ ମିଳିଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯାହାକୁ ନେଇ  ଏବେ ଡେରାବିଶ ଓ କେନ୍ଦ୍ରାପଡ଼ା ଅଞ୍ଚଳରେ  ଆତଙ୍କ ଖେଳିଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା  ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ(ସିଡିଭିଓ)  ଡା. ସୁବ୍ରତ ମହାପାତ୍ର କହିଛନ୍ତି, ବାଲିଆ ଓ  ଏଣ୍ଡରରୁ ମିଳିଥିବା କୁକୁଡ଼ାଙ୍କ ସ୍ୱାବ୍‌ ରିପୋର୍ଟ  ପଜିଟିଭ୍‌ ଆସିଛି । ରିପୋର୍ଟ  ଆମର  ହସ୍ତଗତ ହେବା ପରେ ବିଭାଗ ତରଫରୁ  ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ  ଗ୍ରହଣ କରାଯାଉଛି ।  

ପ୍ରଥମେ ଜିଲ୍ଲାର ଡେରାବିଶ ବ୍ଲକ୍‌ ଅଧୀନ  ନରସିଂହପୁର ପଞ୍ଚାୟତର ବାଇକିଆ ପଡ଼ିଆରେ ସେପ୍ଟେମ୍ବର ମାସ ୧ ତାରିଖରେ ଶହ ଶହ ମଲା କୁକୁଡ଼ା ବିକ୍ଷିପ୍ତ ହୋଇ ବିଭିନ୍ନ ସ୍ଥାନରେ ପଡ଼ିଥିବା  ଦେଖିବାକୁ ମିଳିଥିଲା । ମଲା କୁକୁଡ଼ା ଭର୍ତ୍ତି  ବସ୍ତା ପାଖ କେନାଲ ପାଣିରେ ମଧ୍ୟ ଭାସୁଥିବା ନଜରକୁ ଆସିଥିଲା । ପରେ ବ୍ଲକ୍‌ର ଏଣ୍ଡର,  ବାଲିଆ, ଗୋଲରାହାଟ ଓ ଲକ୍ଷ୍ମୀନାରାୟଣପୁର  ପଞ୍ଚାୟତକୁ ବାର୍ଡ ଫ୍ଲୁ ଡେଇଁଥିଲା । ଏହି ୫ ପଞ୍ଚାୟତରେ ଏବେ ମଧ୍ୟ କୁକୁଡ଼ା ମଡ଼କ ଲାଗିରହିଛି । ପରେ ପ୍ରାଣୀ ସମ୍ପଦ ବିଭାଗ  ତରଫରୁ କୁକୁଡ଼ାଗୁଡ଼ିକୁ ପୋତି ଦିଆଯିବା ସହ ପାଖଆଖ ଫାର୍ମରେ ଥିବା କୁକୁଡ଼ାମାନଙ୍କର ମଳ  ଓ ଲାଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ  ପଠାଯାଇଥିଲା । ସେହିପରି ଭିତରକନିକାରୁ  ମଧ୍ୟ ପକ୍ଷୀଙ୍କ ସ୍ୱାବ୍‌ ପରୀକ୍ଷା ପାଇଁ ଯାଇଥିଲା ।  ଫୁଲନଖରାସ୍ଥିତ ପ୍ରାଣୀସମ୍ପଦ ପରୀକ୍ଷାଗାରକୁ  ଏସବୁ ନମୁନା ପଠାଯାଇଥିଲା ଓ ସେଠାରୁ  ଭୋପାଳକୁ ପରୀକ୍ଷା ପାଇଁ ଯାଇଥିଲା । ଏକାଧିକ  ଟିମ୍‌ ଡେରାବିଶ ବ୍ଲକ୍‌ରେ ଥିବା ଫାର୍ମ ବୁଲି ଯାଞ୍ଚ୍‌  କରିବା ସହ ଚାଷୀଙ୍କୁ ସଚେତନ କରିଥିଲେ । ଯେହେତୁ ସଂକ୍ରମିତ ୫ ପଞ୍ଚାୟତ ସମେତ  ଆଖପାଖର ପ୍ରାୟ ୨୫ରୁ ଅଧିକ ଫାର୍ମର  କୁକୁଡ଼ା କେନ୍ଦ୍ରାପଡ଼ା ସମେତ ପଡ଼ୋଶୀ କଟକ  ଓ ଯାଜପୁର ଜିଲ୍ଲାକୁ ଚାଲାଣ କରାଯାଉଥିଲା,  ଯୋଗାଣ ହେଉଥିବା କୁକୁଡ଼ା ସଂକ୍ରମିତ ଅବା ଅଣସଂକ୍ରମିତ ଅଞ୍ଚଳରୁ ଆସିଛି ଜାଣିବାର  ଉପାୟ ନଥିଲା, ସେହେତୁ ଶାସନ ତରଫରୁ  ଏ ଦିଗରେ କଡ଼ାକଡ଼ି ଯାଞ୍ଚ୍‌ କରାଯିବାରୁ ଦାବି ଉଠିଥିଲା । ତଥାପି ସଂକ୍ରମିତ ଅଞ୍ଚଳରୁ ଚାଲାଣ  ହେଉଥିବା କୁକୁଡ଼ା ଉପରେ କୌଣସି ରୋକ୍‌  ରହିନଥିଲା । 

ଗତ ସପ୍ତାହକ ମଧ୍ୟରେ ଏଠାରେ  ପ୍ରାୟ ୫ ହଜାରରୁ ଊଦ୍ଧ୍ୱର୍ କୁକୁଡ଼ାଙ୍କର ମୃତ୍ୟୁ ହୋଇସାରିଲାଣି । ଅନ୍ୟପକ୍ଷେ ଚାଷୀଙ୍କ  ହାତରେ ଗ୍ରାହକଙ୍କୁ ସିଧାସଳଖ ବିକ୍ରି କରିବା ବ୍ୟବସ୍ଥା ନାହିଁ ।  କମ୍ପାନୀ ତରଫରୁ ଚାଷୀଙ୍କୁ କୁକୁଡ଼ା ଚିଆଁ, ଦାନା, ଔଷଧ ଆଦି  ଯୋଗାଇ ଦିଆଯାଉଥିବା ବେଳେ ଚାଷୀ କେବଳ ବିଜୁଳି ବିଲ୍‌,  ଚଷୁ ଦେଉଛନ୍ତି । କୁକୁଡ଼ା ବଢ଼ିଲା ପରେ ଚାଲାଣ ଦାୟିତ୍ୱ କମ୍ପାନୀ  ହାତରେ ରହିଛି । ତେଣୁ କମ୍ପାନୀ କେଉଁଆଡ଼କୁ କୁକୁଡ଼ା ଚାଲାଣ  କଲା ସେ ବାବଦରେ ଜାଣିବାକୁ ଚାଷୀ ପାଖରେ ସୁଯୋଗ ନାହିଁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.