ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ହାଇୱା ପଛରେ ପିଟିହେଲା ବାଇକ୍, ୨ ଯୁବକ ମୃତ

ଯାଜପୁର, ୧୧/୦୭ : ଯାଜପୁର ୨୦ନଂ ଜାତୀୟ ରାଜପଥ ଖରସ୍ରୋତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ହାଇୱା ପଛରେ ପିଟିହେଲା ବାଇକ୍। ୨ ଯୁବକ ମୃତ। 

ସୂଚନାନୁଯାୟୀ, ବୁଧବାର ରାତିରେ ୨ ଜଣ ଯୁବକ ବାଇକ୍‌ରେ ଯାଜପୁର ଟାଉନ୍‌ରୁ ଘରକୁ ଫେରୁଥିବା ବେଳେ ରାଜ ଘାଟ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲେ। ସଦର ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଯାଜପୁର ସଦର ଥାନା ଅନ୍ତର୍ଗତ କେତକିଆ ଅଞ୍ଚଳର କୁନୁ ହୋଇଥିବା ବେଳେ ଅନ୍ୟ ଜଣେ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଉଭୟଙ୍କ ବୟସ ୨୦ ବର୍ଷ ବୋଲି ଅନୁମାନ କରାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.