ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ୟୁକ୍ରେନ୍ ଯୁଦ୍ଧରୁ ବଡ଼ ଶିକ୍ଷା, ଦୂରଗାମୀ ଘାତକ ଅସ୍ତ୍ର ଜମା କରିବ ଭାରତ

ନୂଆଦିଲ୍ଲୀ,୧୭।୯: ଋ‌‌ଷ ସହିତ ଯୁଦ୍ଧ ବେଳେ ୟୁକ୍ରେନ୍‌ ପାଖରେ ହତିଆର କମ୍ ପଡିଯାଇଛି। ଦୂରଗାମୀ ଘାତକ ଅସ୍ତ୍ରର ଅଭାବ ଦେଇ ଗତି କରୁଛି ୟୁକ୍ରେନ। ଖୁବ୍ ଅନୁରୋଧ ପରେ ଆମେରିକା ତାକୁ ଅସ୍ତ୍ର ଦେଉଛି। ଏହି ଯୁଦ୍ଧରୁ କିନ୍ତୁ ଭାରତ ବଡ଼ ଶିକ୍ଷା ନେଇଛି। ପଡୋଶୀ ଦେଶର ଚ୍ୟାଲେଞ୍ଜକୁ ଦେଖି ଭାରତୀୟ ସେନା ଘାତକ ଓ ଲମ୍ବା ଦୂରଗାମୀ ଅସ୍ତ୍ରକୁ ଜମା କରିବାର ନିଷ୍ପତ୍ତି ନେଇଛି। ସେନା ଏବେ ଆଧୁନିକ ଅସ୍ତ୍ର, ରକେଟ ସିଷ୍ଟମ ଓ ମିସାଇଲ କିଣିବା ବଢାଯାଉଛି। ଯୁଦ୍ଧ ବେଳେ ଶତ୍ରୁକୁ ମୁକାବିଲା କରିବା ପାଇଁ ଯେଉଁ ଅସ୍ତ୍ରର ଦରକାର ରହିଛି ସେ ସବୁକିଛି ଭାରତୀୟ ସେନା ପାଖରେ ରହିବ।  

ମିଳିଥିବା ସୂଚନା ଅନୁସାରେ, ୧୫୫ ଏମ୍‌ଏମ୍ ଆର୍ଟିଲାରୀ ଗନ୍ ସିଷ୍ଟମ, ଲମ୍ବା ଦୂର ପର୍ଯ୍ୟନ୍ତ ଆକ୍ରମଣ କରୁଥିବା ମିସାଇଲ ଓ ରକେଟ ସିଷ୍ଟମ, ସର୍ଭିଲାନ୍ସ ଓ ଟାର୍ଗେଟ ଏକଜିବିସନ୍‌ ୟୁନିଟ୍‌, ସ୍ବାର୍ମ ଡ୍ରୋନ୍‌ ଆର ଆଇଏସଆର, ଲାଇଟର ମ୍ୟୁନିଶନକୁ ସାମିଲ କରିବାର ଯୋଜନା ରହିଛି। ସେନାର ଦୁଇଟି କଥା ଉପରେ ବିଶେଷ ଭାବରେ ଜୋର ରହିଛି। ଗୋଟିଏ ଦୁଇଟି ଏଭଳି ଅସ୍ତ୍ର ରହିଛି, ଯାହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନିଆଯାଇ ପାରିବ। ଦ୍ବିତୀୟଟି ଲମ୍ବା ଦୂର ପର୍ଯ୍ୟନ୍ତ ଆକ୍ରମଣ କରିପାରୁଥିବା ଅସ୍ତ୍ର, ଯାହାକି ଦରକାର ପଡିଲେ ସୀମାରେ ପଶି ଆକ୍ରମଣ କରିବାରେ ସକ୍ଷମ ହେବ।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏହି ସମୟରେ ସାରା ଦୁନିଆରେ ଅନେକ ଦେଶ ଲମ୍ବା ଦୂରଗାମୀ ଅସ୍ତ୍ର ଉପରେ ଧ୍ୟାନ ଦେଉଛନ୍ତି। ଏହାଛଡା ଫାୟାର ଓ ଅଧିକ କ୍ଷତି କରୁଥିବା ଘାତକ ଅସ୍ତ୍ର ଦ୍ରୁତ ଗତିରେ ସେନାରେ ସାମିଲ ହେଉଛି। ଋଷ ଓ ୟୁକ୍ରେନ୍ ଯୁଦ୍ଧର ବିଶ୍ଲେଷଣ ପରେ ଆମେ ରଣନୀତିରେ ପରିବର୍ତ୍ତନ କରିଛୁ। ସେ କହିଛନ୍ତି, ୧୯ ମାସ ଧରି ଚାଲି ଆସୁଥିବା ଯୁଦ୍ଧକୁ ଦେଖି କୁହାଯାଇ ହେବ ଯେ ସେନାକୁ ଲମ୍ବା ଦୂରଗାମୀ ତୋପ, ମିସାଇଲର ଆବଶ୍ୟକତା ରହିଛି। ଏହାଛଡା ସେନାକୁ ଆଧୁନିକ କରିବା ପାଇଁ ବହୁ ସଂଖ୍ୟା ଡ୍ରୋନ୍ ମଧ୍ୟ ହେବା ଦରକାର।

ଉଲ୍ଲେଖନୀୟ ଯେ, ଭାରତ ପାଖରେ ଏଭଳି ତୋପର ସଂଖ୍ୟା ଅଧିକ ଥିଲା, ଯାହାକୁ କ୍ୟାରିୟରରେ ନେଇଯିବାର ଦରକାର ହେବ। ତେବେ ସେଲଫ୍ ପ୍ରୋପଲେଟ୍ ତୋପ କିଣାଯାଉଛି। ସେନାର ୯ ବଜ୍ରର ଅପଡେଟ୍ ଭର୍ସନର ମଧ୍ୟ ପରୀକ୍ଷଣ କରାଯାଉଛି। ସେନା ତୋପଖାନା ରେଜିମେଣ୍ଟର କ୍ଷମତାକୁ ବଢାଇବାର ପ୍ରସ୍ତୁତିରେ ଅଛି। ଏଥିପାଇଁ ୩୦୦ରୁ ଅଧିକ ସ୍ବଦେଶୀ ଅପଗ୍ରେଡ୍‌ ଆର୍ଟିଆଲୀ ଗନ୍ ସିଷ୍ଟମ(ଏଟିଏଜିଏସ୍‌) ଓ ୩୦୦ ମାଉଣ୍ଟେନ୍ ଗନ୍ ସିଷ୍ଟମ କିଣିବାର ପକ୍ରିୟା ଚାଲିଛି। ସେନାକୁ ଦକ୍ଷିଣ କୋରିଆରୁ ଲମ୍ବା ରେଞ୍ଜ ଥିବା ୧୦୦ ରୁ ଅଧିକ ୯ ବ୍ରଜ ତୋପ ମିଳିବାକୁ ଯାଉଛି।

  • Indian army
  • military capabilities
  • Copyright © 2022 - Summa Real Media Private Limited. All Rights Reserved.