ପ୍ରମୂଖ ଖବର
  • ଭୁବନେଶ୍ୱର : ପର୍ଯ୍ୟଟନ ସ୍ଥଳୀ ବୁଲାଇବା ନାଁରେ ଠକି ନେଉଥିଲା ଲକ୍ଷ ଲକ୍ଷ ଟଙ୍କା, ଅଭିଯୁକ୍ତ ସାଂସାରିକୁ ବାନ୍ଧିଲା ପୋଲିସ
  • ||
  • ସୁବର୍ଣ୍ଣପୁର : ଲାଞ୍ଚ ନେଇ ଧରାପଡିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି
  • ||
  • କାପସୀ ଛକରେ ଗୁଳିକାଣ୍ଡ, ଅଜଣା ଯୁବକଙ୍କ ଗୁଳି ଚାଳନାରେ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : OSSSC ପରୀକ୍ଷାରେ ବିଭ୍ରାଟ ! ଆନ୍ଦୋଳନକୁ ଓହ୍ଲାଇଲେ ପରୀକ୍ଷାର୍ଥୀ, ତଦନ୍ତ ପାଇଁ ଦାବି
  • ||
  • କୁଚିଣ୍ଡା : ଟ୍ରକ-କଣ୍ଟେନର ମୁହାଁମୁହିଁ ଧକ୍କା; ଦୁଇ ଚାଳକ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର
  • ||
  • ଝାରସୁଗୁଡ଼ା : ଚୋରି କରିବାକୁ ଯିବା ବେଳେ ଓଲଟିଲା ପିକ୍ଅପ୍ ଗାଡ଼ି, ୭ ଆହତ
  • ||
  • ଆସ୍କା : ବେଆଇନ ବାଣ ତିଆରି ବେଳେ ମାଡ଼ି ବସିଲା ପୋଲିସ, ୩ ଅଟକ
  • ||
  • ଅନୁଗୁଳ : ସାଇକେଲ ଆରୋହିକୁ ଚାପି ଦେଲା ଟ୍ରକ୍‌, ବ୍ୟକ୍ତି ମୃତ
  • ||
  • ପୁଣି ତେଲକୋଇ ବନ୍ଦ ଡାକରା, ଚକଧର ଜଳପ୍ରକଳ୍ପକୁ ବିରୋଧ ଜାରି
  • ||
  • ସୁବର୍ଣ୍ଣପୁର : ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଦଶପଲ୍ଲା : ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ଯା, ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
  • ||
  • ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପଥଚାରୀଙ୍କ ଉପରେ ଚଢିଗଲା ଟ୍ରକ୍‌
  • ||
  • ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ଆଜି ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ
  • ||
  • ସମ୍ବଲପୁର : ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୩ ଆହତ
  • ||
  • ଆଜିଠୁ ଆର୍‌ବିଆଇ ମୁଦ୍ରାନୀତି ବୈଠକ, ରେପୋ ରେଟ୍‌ ଅପରିବର୍ତ୍ତିତ ରହିପାରେ
  • ||
  • ସମ୍ବଲପୁର : ଟ୍ରକ୍‌କୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୨ ଆହତ
  • ||
  • ବ୍ରହ୍ମପୁର : ପାର୍ବଣ ଆରମ୍ଭରୁ ହିଞ୍ଜିଳିରେ ଗଡ଼ିଲା ମୁଣ୍ଡ, କଂଗ୍ରେସ ନେତାଙ୍କୁ ବୀଭତ୍ସ ହତ୍ୟା
  • ||
  • ବଙ୍ଗୋପସାଗରରେ ନିଷ୍କ୍ରିୟ ମୌସୁମୀ, ରାଜ୍ୟରୁ ବିଳମ୍ବ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ: ଦିନର ତାତି କମିବନି, ଗୁଳୁଗୁଳି ବି କମିବ
  • ||
  • କୋରପୁଟ : ୮୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଆଧାର କାର୍ଡ ହୋଇପାରୁନି, ମୌଳିକ ସୁବିଧାରୁ ବଞ୍ଚିତ ବାସୁଦେବଙ୍କ ପରିବାର

ଫିରିଙ୍ଗିଆ,୩l୯ : ସରକାର  ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ତହିଁରୁ ସମସ୍ତ ଗରିବ ଖଟିଖିଆ ଶ୍ରେଣୀର ଲୋକମାନେ ଉପକୃତ ହେଉଛନ୍ତି । ହେଲେ ଆଉ କିଛି ଗ୍ରାମାଞ୍ଚଳ ଓ ଜଙ୍ଗଲରେ ବସବାସ କରୁଥିବା ଲୋକମାନେ ସେଥିରୁ ବାଦ୍ ପଢୁଛନ୍ତି । ଖାଲି ଏତିକି ନୁହେଁ, ସେମାନେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରି ପଂଚାୟତ ଅନ୍ତର୍ଗତ ଗଞ୍ଜୁ  ଗାଁ ରେ । ଗ୍ରାମର  ବାସୁଦେବ କହଁର (୪୦) ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ରାସନ କାର୍ଡ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି |

ସ୍ତ୍ରୀ ଦର୍ଶନୀ କହଁର (୩୫) ଓ ପୁତ୍ର ମିଥୁନ କହଁର (୪)ଙ୍କୁ ନେଇ ବାସୁଦେବଙ୍କ ପରିବାର । ହେଲେ ବାସୁଦେବଙ୍କ ଆଧାର କାର୍ଡ,  ଭୋଟର୍ କାର୍ଡ ଓ ରାସନ କାର୍ଡ ନାହିଁ   ।  ଆଧାର କାର୍ଡ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଦ୍ୟୁତ୍ ସଂଯୋଗରୁ ମଧ୍ୟ ବାସୁଦେବଙ୍କ ପରିବାର ବଞ୍ଚିତ ଅଛନ୍ତି । ବାସୁଦେବଙ୍କ କହିବା ଅନୁସାରେ  ସେ ଆଧାର କାର୍ଡ ଓ ଭୋଟର୍ କାର୍ଡ ପାଇଁ ବହୁବାର ଫୁଲବାଣୀ ଓ ଫିରିଙ୍ଗିଆ ଯାଇଛନ୍ତି । ହେଲେ କିଛିବି ସୁଫଳ ମିଳିନାହିଁ  । ଫୁଲବାଣୀ ଓ ଫିରିଙ୍ଗିଆକୁ ବାରମ୍ବାର ଯିବା ଆସିବା ପାଇଁ ତାଙ୍କ ପାଖରେ ପଇସା ନାହିଁ  । ତେଣୁ ନିରାଶ ହୋଇ ଆଉ ଯାଉ ନାହିଁ  । ବାସୁଙ୍କ ଆଧାର କାର୍ଡ ନ ଥିବାରୁ  ପାଇଁ ତାଙ୍କ ପୁଅର ଜନ୍ମ ସାର୍ଟିଫିକେଟ,  ଆଧାର କାର୍ଡ ହୋଇ ପାରୁ ନାହିଁ  ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.