ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ହନୁମାନ ଭାଙ୍ଗିଥିଲେ ଭୀମଙ୍କ ଗର୍ବ,ପଢନ୍ତୁ ବଡ଼ ମଙ୍ଗଳବାରର ରୋଚକ କାହାଣୀ

ଜ୍ୟେଷ୍ଠ ମାସରେ ଆସୁଥିବା ମଙ୍ଗବାରକୁ ବଡ଼ ମଙ୍ଗଳ ବା ବୁଢ଼ା ମଙ୍ଗଳ କୁହାଯାଇଥାଏ। ଏହିଦିନ ଭଗବାନ ହନୁମାନଙ୍କର ବିଧିବଦ୍ଧ ଉପାସନା କରିବା ଦ୍ୱାରା ତାଙ୍କର ଆଶୀର୍ବାଦ ମିଲିଥାଏ ବୋଲି କୁହାଯାଇଛି। ଚଳିତ ବର୍ଷ ପ୍ରଥମ ବଡ଼ ମଙ୍ଗଳବାର ୨୮ମଇ, ଦ୍ଵିତୀୟ ବଡ଼ ମଙ୍ଗଳବାର ୪ ଜୁନ, ତୃତୀୟ ବଡ଼ ମଙ୍ଗଳବାର ୧୧ଜୁନ ଏବଂ ଚତୁର୍ଥ ବଡ଼ ମଙ୍ଗଳବାର ୧୮ ଜୁନ ରେ ପଡୁଛି। ଏହି ଦିନ ହନୁମାନଙ୍କଠାରେ ମଲ୍ଲୀଫୁଲ ଘିଅର ଦ୍ଵୀପ ପ୍ରଜ୍ବଳନ କରିବା ସହ ତାଙ୍କୁ ବୁନ୍ଦିର ପ୍ରସାଦ ଭୋଗ ଲଗାନ୍ତୁ। ବଡ଼ ମଙ୍ଗଳବାରକୁ ନେଇ ଦୁଇଟି କଥା ବହୁତ ପ୍ରଚଳିତ ଅଟେ। ପ୍ରଥମଟି ତ୍ରେତୟା ଯୁଗ ଏବଂ ଦ୍ୱିତୀୟଟି ଦ୍ଵାପର ଯୁଗ।


ବଡ଼ ମଙ୍ଗଳବାର ସହ ଜଡ଼ିତ ଥିବା ତ୍ରେତୟା ଯୁଗର କାହାଣୀ:-      

ରାମାୟଣ ହେଉ ବା ରାମଚରିତ ମାନସ, ସମସ୍ତ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ ଜ୍ୟେଷ୍ଠ ମାସର ମଙ୍ଗଳବାରରେ ହିଁ ସୀତା ହରଣ ପରେ ୠଷିମୁକ୍ୟ  ପର୍ବତର ଜଙ୍ଗଲରେ ବୁଲୁଥିବା ବେଳେ ଶ୍ରୀ ରାମ , ଲକ୍ଷ୍ମଣ ଏବଂ ହନୁମାନଙ୍କୁ ଭେଟିଥିଲେ। ଭକ୍ତ ଏବଂ ଭଗବାନଙ୍କର ଏହି ଅପୂର୍ବ ମିଳନ ଆଜି ପର୍ଯ୍ୟନ୍ତ ପରମ୍ପରା ଭଳି ଚାଲିଆସୁଛି। 


ବଡ଼ ମଙ୍ଗଳବାର ସହ ଜଡ଼ିତ ଥିବା ଦ୍ଵାପର ଯୁଗର କାହାଣୀ:-

ବଡ଼ ମଙ୍ଗଳବାର ସହ ଜଡ଼ିତ ଏକ ପୌରାଣିକ କାହାଣୀ ସେ ଯୁଗର ମଧ୍ୟ ରହିଛି, ଯେବେ ଦ୍ଵାପର ଯୁଗରେ କୌରବ ଏବଂ ପାଣ୍ଡବ ପରସ୍ପର ମଧ୍ୟରେ ଯୁଦ୍ଧ କରୁଥିଲେ। କୁହାଯାଇଛି ଯେ ମହାଭାରତ କାଳରେ ଦ୍ରୌପଦୀଙ୍କ କହିବାରୁ ଭୀମ  ପଦ୍ମ ଫୁଲ ଆଣିବାକୁ ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ପଦ୍ମ ପୋଖରୀ ପାଖରେ ପହଞ୍ଚିଥିଲେ। ପରନ୍ତୁ ସେଠାରେ ହନୁମାନ ରାସ୍ତାରେ ଶୋଇଥିଲେ ଏବଂ ତାଙ୍କର ଲାଙ୍ଗୁଡ଼ ରାସ୍ତାକୁ ବନ୍ଦ କରି ରଖିଥିଲା। ଭୀମ ତାଙ୍କୁ ଡେଇଁ କରି ଯିବାକୁ ଚାହୁଁ ନଥିଲେ । ଭୀମ ହନୁମାନଙ୍କୁ ତାଙ୍କର ଲଙ୍ଗୁଡ଼କୁ ରାସ୍ତାରୁ କାଢ଼ିବାକୁ କହିଲେ।

ହନୁମାନ ହସି କରି ତାଙ୍କ କଥାକୁ ଅଣଦେଖା କରିଦେଲେ। ହନୁମାନ  କହିଲେ ଯେ ତୁମେ ତ ବହୁତ ବଳଶାଳୀ, ତୁମେ ନିଜେ ହିଁ ମୋ ଲାଙ୍ଗୁଡ଼ କୁ କାଢି ଆଗକୁ ଯାଅ। ଭୀମ  ଏହି କଥା ରେ ଚିଡିଗଲେ ଏବଂ ହନୁମାନଙ୍କର ଲାଙ୍ଗୁଡ କାଢ଼ିବାକୁ ଲାଗିପଡିଲେ। ପ୍ରଥମ ଥର ରେ ଲାଙ୍ଗୁଡ଼ ତିଳେମାତ୍ର ହଲିଲା ନାହିଁ। ପରେ ଭୀମ ତାଙ୍କର ସବୁ ବଳ ପ୍ରୟୋଗକରି ଲାଙ୍ଗୁଡ଼କୁ ରାସ୍ତା ରୁ କାଢ଼ିବାକୁ ଚେଷ୍ଟା କରିଲେ କିନ୍ତୁ ବିଫଳ ହେଲେ।


ହନୁମାନ ଭୀମଙ୍କର ବଳଶାଳୀ ହେବାର ଗର୍ବକୁ କିଛି କ୍ଷଣରେ ଭାଙ୍ଗିଦେଲେ। ଯେତେବେଳ ଭୀମ ଥକିଗଲେ ସେତେବେଳେ ତାଙ୍କୁ ଅନୁଭବ ହେଲା ଯେ ସେ କୌଣସି ସାଧାରଣ ମାଙ୍କଡ ନୁହନ୍ତି। ଭୀମ ହନୁମାନଙ୍କୁ କ୍ଷମା ମାଗିଲେ ଏବଂ ତାଙ୍କୁ ତାଙ୍କ ବାସ୍ତବ ସ୍ୱରୁପରେ ଦର୍ଶନ ଦେବାକୁ ଅନୁରୋଧ କରିଲେ। ହନୁମାନ ସାମାନ୍ୟ ହସି ନିଜର ବିରାଟ ସ୍ୱରୂପର ଭୀମଙ୍କୁ ଦର୍ଶନ କରାଇଲେ। ପରେ ଭୀମ ହନୁମାନଙ୍କର ଆଶୀର୍ବାଦ ନେଇ ଫେରି ଆସିଲେ। ଏହିପରି ଭୀମଙ୍କର ଗର୍ବ ଭାଙ୍ଗି ମାଟିରେ ମିଶିଥିଲା। ସେବେଠାରୁ ହିଁ ଜ୍ୟେଷ୍ଠ ମାସର ପ୍ରତ୍ୟେକ ମଙ୍ଗଳବାରକୁ ବଡ଼ ମଙ୍ଗଳବାର ବା ବୁଢ଼ାମଙ୍ଗଳବାର ବୋଲି କୁହାଯାଉଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.