ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଆଥ୍‌ଲେଟିକ୍ସରେ ୧୩ ଇଭେଣ୍ଟ: ଆଜି ଟ୍ରାକ୍‌କୁ ଓହ୍ଲାଇବେ ଫ୍ରେଜର-ପ୍ରାଇସ, ରିଚାର୍ଡସନ

ପ୍ୟାରିସ୍‌,୦୨/୦୮: ଆଜି ଆଥ୍‌ଲେଟିକ୍ସରେ ମୋଟ୍‌ ୧୩ଟି ଇଭେଣ୍ଟ  ଆୟେଜିତ ହେବ । ଏଗୁଡ଼ିକ ମଧ୍ୟରେ କେବଳ ପୁରୁଷ ବର୍ଗ ୧୦,୦୦୦ ମିଟର  ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ବାକି ସବୁ ଇଭେଣ୍ଟର ପ୍ରାଥମିକ ତଥା  ଯୋଗ୍ୟତା ରାଉଣ୍ଡ ଆୟେିଜତ ହେବ । ତଥାପି  ଆଥ୍‌ଲେଟକ୍ସର ବହୁ ପ୍ରସିଦ୍ଧ ତାରକା ଟ୍ରାକ୍‌କୁ ଓହ୍ଲାଇବେ ।  

ଶୁକ୍ରବାର ମହିଳା ବର୍ଗ ୧୦୦ମିଟର ଦୌଡରେ  ପ୍ରାଥମିକ ଓ ହିଟ୍‌ ରାଉଣ୍ଡ  ରହିଛି । ଜାମାଇକା ଷ୍ଟାର୍‌ ସେଲି ଆନ୍‌ ଫ୍ରେଜର- ପ୍ରାଇସ ଓ ଆମେରିକାର ସା’କାରି ରିଚାର୍ଡସନ୍‌  ପ୍ରତିଦ୍ୱନ୍ଦ୍ୱିତା କରିବେ । ଏଲାନି ଥମ୍ପସନ ହେରା  ଓ ସେରିକା ଜାକସନ ଏହି ଇଭେଣ୍ଟରୁ ଓହରି ଯାଇଥିବାରୁ ଫ୍ରେଜର-ପ୍ରାଇସ ଓ ରିଚାର୍ଡସନଙ୍କ  ମଧ୍ୟରେ ଏଥର ସ୍ୱର୍ଣ୍ଣ ପଦକ ପାଇଁ କଡ଼ା ଟକ୍କର ହେବା ଆଶା କରାଯାଉଛି ।  

ପୁରୁଷ ବର୍ଗ ୧୦,୦୦୦ ମିଟର ଦୌଡ଼ରେ ପଦକ ଇଭେଣ୍ଟ ରହିଛି । ୨ଥର  ବିଶ୍ୱ ଚାମ୍ପିଅନ୍‌ ଜୋଶୁଆ ଚେପଟେଗି ପ୍ରଥମ ଅଲିମ୍ପିକ୍ସ ଟାଇଟଲ ପାଇଁ ପ୍ରୟାସ କରିବେ । ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନ୍‌ ସେଲେମନ ବରେଗା ତାଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ। ଅନ୍ୟମାନଙ୍କ ମଧ୍ୟରେ ୟୋମିଫ କେଚେଲଚା  ଓ ବେରିହୁ ଆରେଗାୱି, ଜାକବ କିପଲିମୋ ଓ ଆମେରିକାର ଗ୍ରାଣ୍ଟ ଫିସର ମଧ୍ୟ ପଦକ  ଦାବିଦାର ରହିବେ।  ଡେକାଥଲନ୍‌ରେ ଫ୍ରାନ୍ସର କେଭିନ  ମେୟର ଓହରି ଯାଇଥିବାରୁ ଡିଫେଣ୍ଡିଂ ଚାମ୍ପିଅନ୍‌  ଡାମିଆନ ୱାର୍ଣ୍ଣର ଓ ଲିଡର ବୋର୍ଡର ଶୀର୍ଷରେ  ରହିଥିବା ଜର୍ମାନୀର ଲିଓ ନ୍ୟୁଗେବ୍ୟୁୟରଙ୍କ  ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । 

ମହିଳା ବର୍ଗ ୫୦୦୦ ମିଟର ଦୌଡର  ହିଟ୍‌ ରାଉଣ୍ଡ ସପ୍ତମ ଦିବସର ପ୍ରମୁଖ ଆକର୍ଷଣ ରହିବ । ବିଶ୍ୱର ପ୍ରମୁଖ ୪ପ୍ରତିଯୋଗୀ ସିଫାନ ହାସାନ, ଫେଥ କିପେଗନ, ଗୁଡ଼ାଫ ସେଗେ ଓ  ବିଟ୍ରିସ ଚେବେତ ଟ୍ରାକ୍‌ରେ ଲଢେଇ କରିବେ । କିପେଗନ ୧୫୦୦ମିଟର ଓ ୫୦୦୦ ମିଟର  ଦୌଡରେ ବିଶ୍ୱ ଚାମ୍ପିଅନ୍‌ । ସିଫାନ ହାସାନ  ଗତ ଟୋକିଓ ଅଲିମ୍ପିକ୍ସରେ ୫୦୦୦ ମିଟର ଓ  ୧୦,୦୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଥିଲେ । ୧୦,୦୦୦ ମିଟରରେ ସେଗେ ବିଶ୍ୱ ଟାଇଟଲ  ହାସଲ କରିଛନ୍ତି । ସେହିପରି ଚେବେତ  କ୍ରସ୍‌ କଣ୍ଟ୍ରି ଓ ୫କିଲୋ ମିଟର ଦୌଡରେ  ବିଶ୍ୱ ଚାମ୍ପିଅନ୍‌ ରହିଛନ୍ତି । ଏହି ଇଭେଣ୍ଟର  ଫାଇନାଲ୍‌ ୫ତାରିଖରେ ଅନୁଷ୍ଠିତ ହେବ । 

ଶୁକ୍ରବାର ଫ୍ରାନ୍ସର ମେଲିନା  ରୋବୋର୍ଟ-ମିଚନ ମହିଳା ବର୍ଗ ଡିସ୍‌କସ ଥ୍ରୋ  ଇଭେଣ୍ଟରେ ଷ୍ଟେଡ ଡି ଫ୍ରାନ୍ସକୁ ଓହ୍ଲାଇବେ ।  ଏଥିସହ ତାଙ୍କ ନାମରେ ଏକ ବିରଳ ରେକର୍ଡ  ସ୍ଥାପନ ହେବ । ସେ ସପ୍ତମ ଅଲିମ୍ପିକ୍ସ  ଖେଳିବାକୁ ଯାଉଛନ୍ତି । ଆଥିଲେଟିକ୍ସରେ  କୌଣସି ମହିଳା ଏପର୍ଯ୍ୟନ୍ତ ଏତେ  ସଂଖ୍ୟକ ଅଲିମ୍ପିକ୍ସ ଖେଳି ନାହାନ୍ତି ।  ବର୍ତ୍ତମାନ ତାଙ୍କ ବୟସ ୪୫  ବର୍ଷ । ଏହି ବୟସରେ  ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ  କରିବା ଅସମ୍ଭବ ମନେ ହେଉଛି ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.