ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କୋଟିଆରେ ବାରମ୍ବାର ଅନୁପ୍ରବେଶ କରୁଛି ଆନ୍ଧ୍ର, ସରକାରଙ୍କୁ ଠିକ୍‌ ରିପୋର୍ଟ ଦେଉନି ପ୍ରଶାସନ!

କୋରାପୁଟ,୦୧/୦୯: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆରେ ଅନୁପ୍ରବେଶ ଜାରି  ରଖିଛି ଆନ୍ଧ୍ର । ସ୍ଥାନୀୟ ଜିଲ୍ଲା ପ୍ରଶାସନର ବାରମ୍ବାର ବିରୋଧ ସତ୍ତେ୍ୱ ଅମାନିଆ ହେଉଛି ।  ଆନ୍ଧ୍ର ଅଧିକାରୀମାନେ ଆସି ଗତ ୨୩  ତାରିଖରେ ପଞ୍ଚାୟତର ୩ଟି ଗାଁରେ ଗ୍ରାମସଭା କରିଛନ୍ତି । ସ୍ୱାଧୀନତା ଦିବସରେ ବିଭିନ୍ନ ଗାଁରେ  ସ୍ୱାଧୀନତା ଦିବସ ମଧ୍ୟ ପାଳନ କରାଯାଇଛି ।  ଆଗକୁ ଏହି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମେଗା ହେଲ୍‌ଥ କ୍ୟାମ୍ପ୍‌ କରିବାକୁ ଯୋଜନା  କରୁଛି ଆନ୍ଧ୍ର ।  

କୋଟିଆ ସୀମା ବିବାଦକୁ ନେଇ ରଜ୍ୟ  ରାଜନୀତିରେ ତୁମ୍ଭି ତୋଫାନ ଲାଗି ରହିଛି ।  ଗତବର୍ଷ ଉତ୍କଳ ଦିବସ ପାଳନ ଅବସରରେ କୋଟିଆ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ କେତେକ ଆନ୍ଧ୍ର ଅଧିକାରୀଙ୍କୁ ଏଠାରୁ  ତଡ଼ିଥିଲେ । ଯାହା ସେହି ସମୟରେ ଚର୍ଚ୍ଚାର  ବିଷୟ ପାଲଟିଥିଲା । ସୀମାନ୍ତ ଜିଲ୍ଲା ଗୁଡ଼ିକର  ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଜାଣିବାକୁ ୧୫  ଦିନିଆ ଗୋପନୀୟ ରିପୋର୍ଟ ଏବଂ ବାର୍ଷିକ  ସୀମାପଥ ଯାଞ୍ଚ ତଥ୍ୟ ରାଜ୍ୟ ସରକାରଙ୍କ  ପକ୍ଷରୁ ସମସ୍ତ ଜିଲ୍ଲାକୁ ମଗାଯାଉଛି ।  ହେଲେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ  ବାସ୍ତବ ତଥ୍ୟ ସଂଗ୍ରହ ହେଉନଥିବା ମନେ  ହେଉଛି । ଉପରୋକ୍ତ ଘଟଣା ସମ୍ପର୍କରେ  ଜିଲ୍ଲା ପ୍ରଶାସନ ଜାଣିନପାରିବା ଏହା ପ୍ରମାଣିତ  କରିଛି । ପ୍ରଶାସନ ପକ୍ଷରୁ କୌଣସି କଟକଣା  କିମ୍ବା କୌଣସି ତାଗିଦ୍‌ ହେଉନଥିବାରୁ  ଏଭଳି ବାରମ୍ବାର ଅନୁପ୍ରବେଶ ହେଉଥିବା  ବୁଦ୍ଧିଜୀବୀମାନେ କହିଛନ୍ତି ।  

ସୂଚନା ଅନୁଯାୟୀ, ଆନ୍ଧ୍ରର ପ୍ରତି ଗାଁରେ  ସରକାରଙ୍କ ଯୋଜନାର କାର୍ଯ୍ୟକାରିତା  ନେଇ ଗ୍ରାମସଭା କରାଯାଉଛି । ଏହି  ପରିପ୍ରେକ୍ଷୀରେ ଆନ୍ଧ୍ର ପକ୍ଷରୁ କୋଟିଆ  ପଞ୍ଚାୟତର ଫାଟୁସିନେରୀ, ଫଗୁଣ ସିନେରୀ  ଓ ଗଞ୍ଜେଇପଦରଠାରେ ଗତ ୨୩ ତାରିଖରେ  ଗ୍ରାମସଭାର ଆୟୋଜନ କରାଯାଇଥିଲା । ଏହି  ଗାଁ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବେ ୩ଜଣ ପଞ୍ଚାୟତ  ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା ।  ଏହି ଅଧିକାରୀମାନେ ଗ୍ରାମବାସୀଙ୍କ ସହ  ମନରେଗା ଯୋଜନା ସମ୍ପର୍କରେ ଆଲୋଚନା  କରିଥିଲେ । ଏହି ତିନି ଅଧିକାରୀ ହେଲେ  ଶ୍ରୀନିବାସ ରାଓ, ସୁରେଶ ଓ ସୁରିନା ରୟାନା ।  ସେହିପରି ଗତ ମେ’ ମାସରେ ଆନ୍ଧ୍ରର  ଏପିଜିଭିବି ସରକାରୀ ବ୍ୟାଙ୍କ ତରଫରୁ  କୋଟିଆ ପଞ୍ଚାୟତର ନେରେଡ଼ିବାଳସାଠାରେ  ଏକ କ୍ୟାମ୍ପ୍‌ କରାଯାଇଥିଲା । ଲୋକଙ୍କୁ  ଅର୍ଥନୈତିକ ସାକ୍ଷରତା ଓ ଆର୍ଥିକ ଅଭିବୃଦ୍ଧି  ସମ୍ପର୍କରେ ସଚେତନ କରାଯାଇଥିଲା । ଏଥିରେ ବ୍ୟାଙ୍କ ଅଧିକାରୀ ଓ ସାଲୁର ବ୍ଲକ୍‌ର କେତେକ  କର୍ମଚାରୀ ସାମିଲ୍‌ ହୋଇଥିଲେ । ଆନ୍ଧ୍ରରେ ସରକାର ବଦଳିବା ପରେ ମଧ୍ୟ ଅନୁପ୍ରବେଶ  ଜାରିରହିଛି । 

ଅନ୍ୟପକ୍ଷରେ ବର୍ତ୍ତମାନ ଆନ୍ଧ୍ରରେ  ବିଜେପିର ମେଣ୍ଟ ସରକାର ଚାଳିଛି ।  ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି ।  ତେଣୁ ଓଡ଼ିଶା ସରକାର ନିଜଆଡୁ ଉଦ୍ୟମ  କଲେ ଦୀର୍ଘବର୍ଷର ଏହି ବିବାଦ ସମାଧାନ  ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ  କହିଛନ୍ତି । ଏ ସମ୍ପର୍କରେ ପଚାରିବାକୁ  କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବରଙ୍କୁ  ଯୋଗାଯୋଗ କରାଯାଇଥିଲା । କୌଣସି  କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ପରେ କଥାହେବେ  କହି ଫୋନ୍‌ କାଟିଦେଇଥିଲେ । ତେଣୁ ତାଙ୍କ  ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.