ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ଲାଟ୍‌ରେ ମିଳିଲା ଅଭିନେତ୍ରୀ ନୂରଙ୍କ ଶବ, କାଜୋଲଙ୍କ ୱେବ୍‌ସିରିଜ୍‌‘ଦ ଟ୍ରାଏଲ’ରେ ନଜର ଆସିଥିଲେ

ନୂଆଦିଲ୍ଲୀ ୧୧/୦୬: ପୂର୍ବତନ ଏୟାର ହୋଷ୍ଟେସ୍‌ ନୂର ମାଲବିକା ଦାସଙ୍କ ଶବ ତାଙ୍କ ଆପାର୍ଟମେଣ୍ଟ୍‌ରେ ଗଳିତ ଅବସ୍ଥାରେ ମିଳିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନୂର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେବେ ପୁଲିସ ଏ ବିଷୟରେ ସ୍ପଷ୍ଟ କରିନାହିଁ । ଗତ ବର୍ଷ ମୁକ୍ତିପ୍ରାପ୍ତ କାଜୋଲଙ୍କ ଅଭିନୀତ ୱେବ୍‌ସିରିଜ୍‌ ‘ଦ ଟ୍ରାଏଲ’ରେ ନୂର କାମ କରିଥିଲେ । ନୂରଙ୍କ ଫ୍ଲାଟ୍‌ରୁ ଦୁର୍ଗନ୍ଧ ଆସୁଥିବା ବିଷୟରେ ପଡ଼ୋଶୀ ଅଭିଯୋଗ କରିବା ପରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଲା । ଏହା ପରେ ଗତ ୬ ତାରିଖରେ ଓଶିୱାରା ପୁଲିସ ଲୋଖଣ୍ଡୱାଲା ସ୍ଥିତ ତାଙ୍କ ଫ୍ଲାଟ୍‌ରେ ପହଞ୍ଚି ଦେଖିଲା, ନୂରଙ୍କ ଶବ ପଙ୍ଖାରେ ଝୁଲୁଥିଲା । ଏହା ପରେ ଶବକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଗଲା ।

ପୁଲିସ ସୂତ୍ରରୁ ପ୍ରକାଶ, ପଞ୍ଚନାମା ଫାଇଲ କରିବା ପରେ ପୁଲିସ ନୂରଙ୍କ ପରିବାରକୁ ସମ୍ପର୍କ କରିବାକୁ ଚେଷ୍ଟା କଲା । କିନ୍ତୁ ଶବ ନେବାକୁ କେହି ଆସିଲେ ନାହିଁ । ଏହା ପରେ ଗତ ରବିବାର ପୁଲିସ ଅଜଣା ଶବଙ୍କ ଅନ୍ତିମ ସଂସ୍କାର କରୁଥିବା ଏନ୍‌ଜିଓ ସାହାଯ୍ୟରେ ନୂରଙ୍କ ଅନ୍ତିମ ସଂସ୍କାର କଲା । ସୂଚନାଯୋଗ୍ୟ, ନୂର ମୁମ୍ବାଇରେ ନିଜ ପରିବାର ସହ ରହୁଥିଲେ । ଏହି ଘଟଣାର ଦୁଇ ସପ୍ତାହ ପୂର୍ବରୁ ତାଙ୍କ ପରିବାର ଗାଁକୁ ଯାଇଛନ୍ତି । ୩୨ ବର୍ଷୀୟା ନୂର ଆସାମ ବାସିନ୍ଦା । ସେ ‘ସିସକିୟାଁ’, ‘ତିଖୀ ଚଟ୍‌ନୀ’ ଓ ‘ଚରମସୁଖ’ ଭଳି ଉଲ୍ଲୁ ଆପ୍‌ରେ ପ୍ରସାରିତ ବୋଲ୍ଡ ୱେବ୍‌ ସିରିଜ୍‌ରେ କାମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.