ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ହରିୟାଣାରେ ଆପ୍ – କଂଗ୍ରେସ ମିଶି ଲଢିବେ ନିର୍ବାଚନ ? ଆତିଶି କଲେ ଯୋଜନାର ଖୁଲାସା

ନୂଆଦିଲ୍ଲୀ, ୩/୯ : ହରିୟାଣା ବିଧାନସଭା ନିର୍ବାଚନ ଲାଗି ଆଗାମୀ ମାସରେ ହେବାକୁ ଥିବା ଭୋଟିଂ ପୂର୍ବରୁ କଂଗ୍ରେସ ଦଳରେ ମାନସମନ୍ଥନ ଜାରି ରହିଛି । ସୋମବାର କଂଗ୍ରେସ ନିର୍ବାଚନ କମିଟିର ବୈଠକ ହୋଇଥିଲା । ଯେଉଁଥିରେ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ହୋଇଛି । ଏହାସହ ରାହୁଲ ଗାନ୍ଧୀ ଦଳୀୟ ନେତାଙ୍କୁ ହରିୟାଣାରେ ଆମ ଆଦମୀ ସହ ଗଠବନ୍ଧନ ଉପରେ ପରାମର୍ଶ ମାଗିଛନ୍ତି । କଂଗ୍ରେସ ସହ ଗଠବନ୍ଧନ ଉପରେ ଏବେ ଆପର ପ୍ରତିକ୍ରିୟା ଆସିଛି ଏବଂ ଗଠବନ୍ଧନ ଉପରେ ଦିଲ୍ଲୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଆତିଶି ଦଳର ଯୋଜନା ବିଷୟରେ ଖୁଲାସା ବି କରିଛନ୍ତି । ପ୍ରକାଶ ଯେ, ଏହା ପୂର୍ବରୁ କଂଗ୍ରେସ ଏବଂ ଆପ୍ ଲୋକସଭା ନିର୍ବାଚନ ସମୟରେ ଦିଲ୍ଲୀ ଏବଂ ହରିୟାଣାରେ ଗଠବନ୍ଧନରେ ନିର୍ବାଚନ ଲଢିଥିଲେ ।

ହରିୟାଣାରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ଗଠବନ୍ଧନ ଉପରେ ଦିଲ୍ଲୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଆତିଶି କହିଛନ୍ତି ରାହୁଲ ଗାନ୍ଧୀ କଂଗ୍ରେସ ନେତାଙ୍କ ରାୟ ମାଗିଛନ୍ତି ଏବଂ ଏହାର ଜବାବ ତାଙ୍କ କଂଗ୍ରେସ ନେତା ଦେବେ । ଆମକୁ ଗଣମାଧ୍ୟମରୁ ଏହି ଖବର ମିଳିଛି । ହରିୟାଣାରେ ଗଠବଦନ୍ଧନ ଉପରେ ଯେତେବେଳେ ଅରବିନ୍ଦ କେଜ୍ରିଓ୍ବାଲ ବାହାରକୁ ଆସିବେ ଏହାପରେ ନିଷ୍ପତ୍ତି ହୋଇପାରିବ । 

ଆପ ହରିୟାଣା ଅଧ୍ୟକ୍ଷ ସୁଶୀଲ ଗୁପ୍ତା କହିଛନ୍ତି କି, ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ନେତୃତ୍ବଙ୍କ ଆଦେଶାନୁସାରେ ଆମେ ସମସ୍ତ ୯୦ସିଟରେ ପ୍ରସ୍ତୁତ କରୁଛୁ । ପ୍ରତିଟି ବିଧାନସଭା‌ରେ ଆମ ବୈଠକ ହେଉଛି । ଆମେ ବାରମ୍ବାର କାର୍ଯ୍ୟକ୍ରମ ଆୟୋଜିତ କରୁଛୁ । ଆମେ ୧୫ଦିନରେ ୪୦ ଆହୁରି କାର୍ଯ୍ୟକ୍ରମ ଆୟୋଜିତ କରିବୁ । ଆମ ଆଦମୀ ପାର୍ଟି ୯୦ସିଟରେ ପୂରା ପ୍ରସ୍ତୁତ କରୁଛି । ଆମ ଆଦମୀ ପାର୍ଟି ବହୁମତ ସରକାର କରିବା ସହ ବ୍ୟବସ୍ଥା ପରିବର୍ତ୍ତନ ଲାଗି ସଂଘର୍ଷ କରୁଛି । ହରିୟାଣାରେ କଂଗ୍ରେସ ସହ ଗଠବନ୍ଧନ ବିଷୟରେ ପଚରାଯିବା ଉପରେ ସେ କହିଛନ୍ତି ଏହି ନିଷ୍ପତ୍ତି ହାଇକମାଣ୍ଡ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.