ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

G୨୦ରେ ଭାରତର ଅଧ୍ୟକ୍ଷତାକୁ ଚୀନର ସମର୍ଥନ, କହିଲା ‘ସମ୍ପର୍କ ମଜଭୁତ୍ ପାଇଁ କାମ କରିବୁ’

ନୂଆଦିଲ୍ଲୀ୦୬/୦୯: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି୨୦ ସମ୍ମିଳନୀରେ ସାମିଲ୍ ହେବେ ନାହିଁ । ତେବେ ଭାରତ ଜି୨୦ର ଅଧ୍ୟକ୍ଷତା କରୁଥିବାରୁ ତାକୁ ଚୀନ୍ ରାଷ୍ଟ୍ରପତି ସମର୍ଥନ କରୁଥିବା କହିଛି ବୈଦେଶିକ ମନ୍ତ୍ରଣାଳୟ । ଏଥିସହ ଏହାକୁ ସଫଳ କରିବା ଲାଗି ସମସ୍ତ ପକ୍ଷ ସହ କାମ କରିବାକୁ ବେଜିଂ ପ୍ରସ୍ତୁତ ଥିବା କହିଛି ।

ସୋମବାର ଚୀନ୍ କହିଥିଲା, ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ସି ଜିନପିଙ୍ଗ ସାମିଲ୍ ହେବେ ନାହିଁ । ତାଙ୍କ ବଦଳରେ ଚୀନ୍ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୯ ଓ ୧୦ରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଚୀନର ପ୍ରତିନିଧିତ୍ୱ କରିବେ ।

ମନ୍ତ୍ରୀମାନଙ୍କୁ ପିଏମ ମୋଦୀଙ୍କ ପରାମର୍ଶ: ‘ସନାତନ ବିରୋଧୀ ମନ୍ତବ୍ୟର କଡ଼ା ଜବାବ ଦିଅ, ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରୁ ଦୂରେଇ ରୁହ’

ତେବେ ଜି୨୦ ସମ୍ମିଳନୀକୁ ସି ଜିନପିଙ୍ଗ ନ ଆସିବା ତାଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କୁ ଭାରତ ପଠାଇବା ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଦର୍ଶାଉଛି କି ? ସାମ୍ବାଦିକଙ୍କ ଏ ପ୍ରଶ୍ନର ଉତ୍ତରରେ ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାଔ ନିଙ୍ଗ କହିଛନ୍ତି, ଚୀନ-ଭାରତର ସମ୍ବନ୍ଧ ସ୍ଥିର ଅଛି । ଉଭୟ ଦେଶ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରଖିଛନ୍ତି ।

ସୀମା ବିବାଦ ପ୍ରସଙ୍ଗକୁ ନ ଉଠାଇ ଚୀନ୍ କହିଛି, ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଛି । ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ୍ କରିବାକୁ ଭାରତ ସହ କାମ କରିବାକୁ ପ୍ରସ୍ତୁତ ରହିଛୁ । ଜି୨୦ ଶିଖର ସମ୍ମିଳନୀକୁ ନେଇ କହିଛନ୍ତି, ଚୀନ୍ ସବୁବେଳେ ଏହି ସମ୍ମିଳନୀକୁ ମହତ୍ତ୍ୱ ଦେବା ସହ ଅଂଶଗ୍ରହଣ କରୁଛି ।

ଅକ୍ଟୋବର ୧ରୁ ସିମ୍‌ ଜାରି ନିୟମ କଡ଼ାକଡ଼ି, ଉଲ୍ଲଂଘନ କଲେ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା

୨୦୨୦ ଜୁନରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଥିଲେ । ସେବେଠୁ ଉଭୟ ଦେଶ ସମ୍ପର୍କରେ ତିକ୍ତତା ଲାଗି ରିହିଛି । ଏପରିକି ଲଦାଖର କିଛି ପଏଣ୍ଟକୁ ନେଇ ଉଭୟ ପକ୍ଷ ୩ ବର୍ଷରୁ ଅଧିକ ସମୟ ଧରି ଆଲୋଚନା କରୁଛନ୍ତି । 

  • China
  • Xi Jinping
  • G20 Summit
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.