ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଜି-୨୦ ସମ୍ମିଳନୀର ସଫଳତା ପାଇଁ ମୋଦିଙ୍କୁ ପ୍ରଶଂସା କଲେ ଶାହାରୁଖ, ଟ୍ୱିଟ୍‌ କରି ଲେଖିଲେ ଏମିତି କିଛି

ନୂଆଦିଲ୍ଲୀ ୧୧/୦୯: ଜି-୨୦ ସମ୍ମିଳନୀର ସଫଳତା ପାଇଁ ବଲିଉଡ୍‌ ବାଦଶାହ ଶାହରୁଖ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁବ୍‌ ପ୍ରଶଂସା କରିଛନ୍ତି । ଶାହରୁଖ ଏକ ଟ୍ୱିଟ୍‌ରେ ଲେଖିଛନ୍ତି, ‘ଜି-୨୦ରେ ଭାରତର ସଫଳ ଅଧ୍ୟକ୍ଷତା ଏବଂ ବିଶ୍ୱବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦେଶଗୁଡ଼ିକ ଭିତରେ ଏକତା ବଢ଼ାଇବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ । ଏହି କାରଣରୁ ସବୁ ଭାରତୀୟଙ୍କ ହୃଦୟରେ ସମ୍ମାନ ଓ ଗର୍ବର ଭାବନା ଆସିଛି । ସାର, ଆପରଙ୍କ ନେତୃତ୍ୱରେ ଆମେ ବିଚ୍ଛନ୍ନତାବାଦ ନୁହେଁ ବରଂ ଏକତାରେ ସମୃଦ୍ଧ ହେବୁ । ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ।



ପ୍ରକାଶଥାଉ କି, ଶାହରୁଖଙ୍କ ସଦ୍ୟ ମୁକ୍ତିଲାଭ କରିଥିବା ‘ଜୱାନ୍‌’ ଫିଲ୍ମରେ ଅନେକ ଗମ୍ଭୀର ପ୍ରସଙ୍ଗକୁ ଛୁଇଁବା ଭଳି ବିଷୟବସ୍ତୁ ରହିଛି । ଏଥିରେ କୃଷକ ଆତ୍ମହତ୍ୟା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭଳି ପ୍ରମୁଖ ପ୍ରସଙ୍ଗ ରହିଛି । ଫିଲ୍ମରେ ଶାହରୁଖଙ୍କ ଏକ ମନୋଲଗ୍‌ ମଧ୍ୟ ରହିଛି ଯେଉଁଥିରେ ସେ ଭୋଟ ଦେବା ପୂର୍ବରୁ ପ୍ରଶ୍ନ ଉଠାଇବା କଥା କହୁଥିବା ଦେଖିବାକୁ ମିଳିଛି । ଏହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଶାହରୁଖ ଏଥିରେ କହୁଛନ୍ତି, ଭୋଟ ଦେବା ପୂର୍ବରୁ ପ୍ରଶ୍ନ ପଚାର ଯେ ଆଗାମୀ ୫ ବର୍ଷରେ ଦେଶ, ବେରୋଜଗାରୀ, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ସେମାନେ କ’ଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.