ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

୨୦୨୪ରେ ମୋକ୍ଷ ପାଇବେ ସନାତନ ଧର୍ମକୁ ଗାଳି କରୁଥିବା ଲୋକ: ବାବା ରାମଦେବ

ବାରଣାସୀ, ୧୬/୦୯: ଯେଉଁମାନେ ସନାତନ ଧର୍ମକୁ ଗାଳି କରୁଛନ୍ତି, ସେମାନେ ୨୦୨୪ରେ ମୋକ୍ଷ ପାଇବେ । ବାରଣାସୀରେ ଯୋଗ ଗୁରୁ ବାବା ରାମଦେବ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଉପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ସନାତନ ଧର୍ମର ମୂଳ ହେଉଛି କାଶୀ । ଏଠାରେ ଦିବ୍ୟତା ଯୁଗ ଯୁଗରୁ ରହିଛି, ପିଏମ୍ ମୋଦୀ ଏଥିରେ ଭବ୍ୟତା ଦେଇଛନ୍ତି । ବାବା ରାମଦେବ କହିଛନ୍ତି, କାଶୀ ଏକ ପବିତ୍ର ନଗରୀ । ଏହା ଉପାସନାର ମହାତୀର୍ଥ । ବିଦ୍ୟା ଓ ମୋକ୍ଷର ନଗରୀ । ପୂରା ବିଶ୍ୱକୁ ଆକର୍ଷଣ କରୁଛି କାଶୀ । 

ଅତ୍ୟନ୍ତ ଗରିବୀ ସହ ଯୁଝୁଛନ୍ତି ଭାରତର ୫ କୋଟି ଛୁଆ: ୟୁନିସେଫ୍

ଧର୍ମକୁ ନେଇ ନେତାଙ୍କ ବିବାଦୀୟ ବୟାନ

ଶୁକ୍ରବାର ବିହାରର ମନ୍ତ୍ରୀ ଚନ୍ଦ୍ରଶେଖର ଯାଦବ ଏକ ବିବାଦୀୟ ବୟାନରେ ରାମଚରିତମାନସର ତୁଳନା ଜୀବନନାଷକ ପୋଟାସିୟମ୍ ସାଇନାଇଡ୍ ସହ କରିଥିଲେ । କହିଥିଲେ, ୫୫ ପ୍ରକାରର ବ୍ୟଞ୍ଜନ ପରଷିବା ବେଳେ ସେଥିରେ ପୋଟାସିୟମ୍ ସାଇନାଇଡ୍ ମିଶାଇଲେ କଣ ହେବ । ଏବେ ହିନ୍ଦୁ ଧର୍ମ ଗନ୍ଥର ଅବସ୍ଥା ସେହିଭଳି । ରାମଚରିତମାନସକୁ ନେଇ ମୋର ଆପତ୍ତି ଅଛି ଓ ସାରା ଜୀବନ ରହିବ । ଏହା ପୂର୍ବରୁ ଚନ୍ଦ୍ରଶେଖର ହିନ୍ଦୁ ଧର୍ମ ଗନ୍ଥ ସମାଜକୁ ବିଭାଜିତ କରୁଥିବା କହିଥିଲେ ।

ଏଣିକି ହେଲ୍‌ମେଟ୍‌ ପିନ୍ଧି ନ ଥିଲେ ଆଉ ମିଳିବନି ତ୍ରାହି, ଫଟୋ ଉଠାଇ ପଠାଇଦେବେ ଲୋକେ: ଜରିମାନା ଆଦାୟ କରିବ ପରିବହନ ବିଭାଗ

ଏହା ପୂର୍ବରୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ମଧ୍ୟ ସନାତନ ଧର୍ମକୁ ନେଇ ଦେଇଥିଲେ ବିବାଦୀୟ ବୟାନ । ସନାତନ ଧର୍ମକୁ ଉଦୟନିଧିକ କରୋନା, ଡେଙ୍ଗୁ ଓ ମାଲେରିଆ ସହ ତୁଳନା କରିଥିଲେ । କହିଥିଲେ, ସନାତନ ଧର୍ମକୁ କେବଳ ବିରୋଧ ନୁହେଁ ବରଂ ଶେଷ କରି ଦିଆଯିବ ଉଚିତ୍ । ଆମେ ଡେଙ୍ଗୁ, କରୋନାକୁ ବିରୋଧ କରିବା କଥା ନୁହେଁ ମାରିଦେବା ଉଚିତ୍ । ସେହିଭଳି ସନାତନ ଧର୍ମକୁ ସମାପ୍ତ କରିଦେବା ଦରକାର । 

Copyright © 2022 - Summa Real Media Private Limited. All Rights Reserved.