ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଫିଲ୍ମ ‘ଯବାନ’କୁ ନେଇ ରାଜାମୌଳୀଙ୍କର ଟ୍ୱିଟ୍ , ଶାହରୁଖ ଖାନ ଦେଲେ ଜବାବ

ମୁମ୍ୱାଇ – ଯବାନର ସଫଳତା ଦକ୍ଷିଣ ଓ ଉତ୍ତର ମଧ୍ୟରେ ଥିବା ଅନ୍ତରକୁ ଲିଭାଇ ଦେଇଛି। ଏଟଲୀଙ୍କ ନିର୍ଦ୍ଦେଶିତ ଫିଲ୍ମକୁ ହିନ୍ଦି ବେଲ୍‌ଟ ସହ ଦକ୍ଷିଣ ଭାରତରେ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ମିଳିଛି। ସାଧାରଣତଃ ଏମିତି ଖୁବ୍‌ କମ ଦେଖିବାକୁ ମିଳିଥାଏ। ଶାହରୁଖ ଖାନଙ୍କର ବହୁପ୍ରତୀକ୍ଷିତ ଫିଲ୍ମ ଯବାନ ଯେମିତି କି ଏକ ଉତ୍ସବ ଭଳି ହୋଇଛି। ଫିଲ୍ମର ରିଲିଜ ହେବା କ୍ଷଣି ଉତ୍ସବ ପାଳିତ ହୋଇଛି। ଦେଶର ସିନେମା ହଲ୍‌ର ବାହାରେ ପ୍ରଶଂସକମାନେ ବଡ଼ ବଡ଼ ପୋଷ୍ଟର ଓ ଶାହରୁଖଙ୍କର କଟଆଉଟ୍‌ ଲଗାଇ କ୍ଷୀର ଢାଳି , ଫୁଲ ମାଳା ପିନ୍ଧାଉଛନ୍ତି। ସିନେମା ହଲ୍‌ରୁ ବି ଭିଡ଼ିଓ ସାମନାକୁ ଆସିଛି , ଯେଉଁଠି ଲୋକେ ଫିଲ୍ମ ଗୀତରେ ଝୁମିବାର ନଜର ଆସିଛି। ବଲିଉଡ ଓ ଦକ୍ଷିଣର ଅନେକ ଷ୍ଟାରମାନେ ଫିଲ୍ମକୁ ନେଇ ଟ୍ୱିଟ୍‌ କରିଛନ୍ତି ଓ ଶାହରୁଖଙ୍କୁ ଶୁଭେଚ୍ଛା ଦେଇଛନ୍ତି। ଏହି ଭିତରେ ବାହୁବଳୀର ଡାଇରେକ୍ଟର ଏସଏସ ରାଜାମୌଳୀ ମଧ୍ୟ ଏକ ଟ୍ୱିଟ୍‌ ଲେଖିଛନ୍ତି। 

‘ଯବାନ’ର ଟିମ୍‌କୁ ଦେଲେ ଶୁଭେଚ୍ଛା –

ରାଜାମୌଳୀ ଶାହରୁଖ ଓ ଯବାନର ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍‌ ରେ ଲେଖିଛନ୍ତି , ଏହି କାରଣ ପାଇଁ ଶାହରୁଖ ଖାନ ବକ୍ସ ଅଫିସରେ ବାଦଶାହ। କି ଜବରଦସ୍ତ ଓପନିଂ। ଉତ୍ତର ଭାରତରେ ମଧ୍ୟ ସଫଳତାର ପ୍ରକ୍ରିୟା ଜାରି ରହିଥିବା ପାଇଁ ଏଲଟଙ୍କୁ ଶୁଭେଚ୍ଛା। ଏହାସହ ସୁନ୍ଦର ସଫଳତା ପାଇଁ ଯବାନ ଟିମ୍‌କୁ ଶୁଭେଚ୍ଛା। 

ଶାହରୁଖ ଦେଲେ ଜବାବ – ଶାହରୁଖ ମଧ୍ୟ ରାଜାମୌଳୀଙ୍କୁ ଫିଲ୍ମ ଦେଖିବାକୁ ଅନୁରୋଧ କରିଥିଲେ। ସେ ଲେଖିଥିଲେ – ବହୁତ ବହୁତ ଧନ୍ୟବାଦ ସାର୍‌। ଆମେ ସମସ୍ତେ ଆପଣଙ୍କ କ୍ରିଏଟିଭ୍‌ ଇନପୁଟ ଶିଖୁଛୁ। ଯବେ ବି ସମ୍ଭବ ହେବ ପ୍ଲିଜ ଏହାକୁ ଦେଖିବେ। ମୋତେ କଲ୍‌ କରି କହିବେ କି ମୁଁ କଣ ମାସ୍‌ ହିରୋ ହୋଇ ପାରିବି। ହାହା .. ଲଭ୍‌ ୟୁ ସାର। 

ସୂଚନା ଯେ, ଯବାନ ଓପନିଂ ଡେ’ ରେ ଧମାକାଦାର ବ୍ୟବସାୟ କରିଛି। ରେଡ୍‌ ଚିଲିଜ୍‌ ଏକ ଟ୍ୱିଟ୍‌ କରି କହିଛି କି ଫିଲ୍ମ ପ୍ରଥମ ଦିନ ୱାର୍ଲ୍ଡୱାଇଡ୍‌ ୧୨୯.୬ କୋଟି ଟଙ୍କାର ଆୟ କରିଛି। ଏହି କୌଣସି ବି ଭାରତୀୟ ଫିଲ୍ମ ପାଇଁ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଓପନିଂ। ଯବାନ ଗତ ୭ ସେପ୍ଟେମ୍ୱରରେ ସାରା ବିଶ୍ୱର ଫିଲ୍ମ ହଲ୍‌ରେ ହିନ୍ଦି , ତାମିଲ ଓ ତେଲୁଗୁରେ ରିଲିଜ ହୋଇଥିଲା। 

Copyright © 2022 - Summa Real Media Private Limited. All Rights Reserved.