ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଦିଲ୍ଲୀ ମେଟ୍ରୋ ନାଁରେ ବିରଳ ରେକର୍ଡ, ଗୋଟିଏ ଦିନରେ ଯାତ୍ରା କଲେ ୭୧ ଲକ୍ଷ ଯାତ୍ରୀ

Image Courtesy: economictimes

ନୂଆଦିଲ୍ଲୀ, ୦୫/୦୯: ଦିଲ୍ଲୀ ମେଟ୍ରୋରେ ଯାତ୍ରୀଙ୍କ ସଂଖ୍ୟା ଅଚାନକ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୭୧ ଲକ୍ଷ ଲୋକ ଯାତ୍ରା କରିଛନ୍ତି । ସୋମବାର ଦିନ ଦିଲ୍ଲୀ ମେଟ୍ରୋ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ୟେଲୋ ଲାଇନ୍‌, ବ୍ଲୁ ଲାଇନ୍, ରେଡ ଲାଇନ୍ ସହିତ ଦିଲ୍ଲୀ ମେଟ୍ରୋ ପ୍ରତିଟି ରୁଟରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି । ତେବେ ଜି-୨୦ ସମ୍ମିଳନୀ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ରୁଟ ଡାଇଭର୍ସନ ଯୋଗୁଁ ମେଟ୍ରୋ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା କୁହାଯାଉଛି । 

ମୁମ୍ବାଇରେ ଜିକା ଭାଇରସର ୨ୟ ମାମଲା , ୧୫ ବର୍ଷିୟା ନାବାଳିକାଙ୍କ ରିପୋର୍ଟ ପଜିଟିଭ୍‌

ରାସ୍ତା ଜାମରୁ ବର୍ତ୍ତିବା ଲାଗି ଏବଂ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ମେଟ୍ରୋକୁ ବାଛୁଛନ୍ତି ଲୋକେ । ଏହା ପୂର୍ବରୁ ୨୮ ଅଗଷ୍ଟରେ ପ୍ରାୟ ୩ ବର୍ଷ ପରେ ସର୍ବାଧିକ ଲୋକେ ମେଟ୍ରୋରେ ଯାତ୍ରା କରିଥିଲେ । ଏହି ଦିନ ୬୮ ଲକ୍ଷ ୧୬ ହଜାର ୨୫୨ ଯାତ୍ରୀ ଯାତ୍ରା କରିଥିଲେ ।

ସେହିଭଳି ୨୦୨୦ ଫେବୃଆରୀ ୧୦ରେ ୬୬ ଲକ୍ଷ ୧୮ ହଜାର ୭୧୩ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ । ଆଉ ଏବେ ସେପ୍ଟେମ୍ବର ୪ ତାରିଖରେ ୭୧ ଲକ୍ଷ ୩ ହଜାର ୫୧୧ ଜଣ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ପରେ ଦିଲ୍ଲୀ ମେଟ୍ରୋ ଏକ ବିଶାଳ ରେକର୍ଡ କରିଛି ।

You can also read: ପାକିସ୍ତାନ ମିଡିଆରେ ଭାରତ ବନାମ ଇଣ୍ଡିଆ ଚର୍ଚ୍ଚା, ମୋଦୀ ସରକାରଙ୍କ ଉପରେ ଆଣିଲା ଅଭିଯୋଗ

 

  • Delhi Metro
  • Copyright © 2022 - Summa Real Media Private Limited. All Rights Reserved.