ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ରଣପୁର ରାଜନୀତିରେ ପ୍ରିୟବ୍ରତଙ୍କ ଗତି କୁଆଡେ ?

Published By : Prameya | November 24, 2023 2:33 PM

ରଣପୁର,୨୪/୧୧: ନୟାଗଡ଼ ଜିଲ୍ଲା ରଣପୁର ରାଜନୀତିରେ ପ୍ରିୟବ୍ରତ ପ୍ରହରାଜ ଓରଫ୍‌ ଟୁଲୁ ଏକ ଚର୍ଚ୍ଚିତ ନାମ । ଗତ ଏନ୍‌ଏସି ନିର୍ବାଚନ ପରେ ଟୁଲୁ ଏବେ ଚୁପ୍‌ ହୋଇ ବସିଛନ୍ତି । କିଛି ମାସ ପରେ ସାଧାରଣ ନିର୍ବାଚନ ଆସୁଥିବାରୁ  ଟୁଲୁଙ୍କର କାହା ପ୍ରତି ସମର୍ଥନ ରହିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି । ରଣପୁର କଲେଜରୁ ଟୁଲୁଙ୍କ ରାଜନୀତି ଜୀବନ ଆରମ୍ଭ ହୋଇଥିଲା । ରଣପୁର କଲେଜରେ ସେ ଏବିଭିପି ତରଫରୁ ସଭାପତି ପ୍ରାର୍ଥୀ ହୋଇଥିଲେ । କଲେଜରେ ଏବିଭିପିର ନେତୃତ୍ୱ ମଧ୍ୟ ନେଇଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ । ରଣପୁର ମଣ୍ଡଳ ବିଜେପି ସଭାପତି ହେବା ସହ ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଭାବେ କାର୍ଯ୍ୟ କରିଥିଲେ । ଏପରିକି ସେ ସ୍ୱାଧୀନ ଭାବରେ ରଣପୁର ଓ ଗୌରାଙ୍ଗପୁର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଅତୀତରେ ସେ ସ୍ୱାଧୀନ ଭାବେ ରଣପୁର ବିଧାୟକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ କୌଣସି କାରଣ ଯୋଗୁଁ ସେ ବିଜେପିରୁ ମନ ଫେରାଇ ନେଇଥିଲେ । ୨୦୧୨ ମସିହାରେ ତତ୍କାଳୀନ ରାଜ୍ୟ ସଭା ସାଂସଦ ରବି ନାରାୟଣ ମହାପାତ୍ର ଟୁଲୁଙ୍କୁ ବିଜେଡିରେ ମିଶିବା ପାଇଁ ପ୍ରସ୍ତାବ ଦେଇଥିଲେ । ପରେ ଟୁଲୁ ବିଜେଡିରେ ଯୋଗ ଦେଇଥିଲେ ।  

୨୦୧୫ରେ ରଣପୁରରେ ପ୍ରଥମେ ଏନ୍‌ଏସି ନିର୍ବାଚନ ହୋଇଥିଲା । ଏନ୍‌ଏସି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଟୁଲୁ ଏନ୍‌ଏସି ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଜଣେ ସକ୍ରିୟ କର୍ମୀ ଭାବେ ସେ ବିଜେଡିରେ ଜଣାଶୁଣା ଥିଲେ । କିନ୍ତୁ ୨୦୨୨ ଏନ୍‌ଏସି ନିର୍ବାଚନରେ ହୋଇ ଥିଲା ବ୍ୟତିକ୍ରମ । ଏନ୍‌ଏସି ନିର୍ବାଚନରେ ଅଧ୍ୟକ୍ଷା ପଦ ପାଇଁ ସିଧାସଳଖ ନିର୍ବାଚନ ହୋଇଥିଲା । ତେବେ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଟୁଲୁ ତାଙ୍କ ପତ୍ନୀ ମଧୁସ୍ମିତା ପ୍ରହରାଜଙ୍କୁ ବିଜେଡି ତରଫରୁ ପ୍ରାର୍ଥୀ କରିବା ପାଇଁ ଚାହିଁଥିଲେ । କିନ୍ତୁ ବିଜେଡି ମଧୁସ୍ମିତାଙ୍କୁ  ଟିକେଟରୁ ବଞ୍ଚିତ କରିଥିଲେ । ପରେ ମଧୁସ୍ମିତା ସ୍ୱାଧୀନ ଭାବେ ଲଢ଼ିଥିଲେ । ଏହି ଏନ୍‌ଏସି ନିର୍ବାଚନରେ ବିଜେଡି ପାର୍ଥୀ ରଙ୍ଗିନ ମହାନ୍ତି ୪ ହଜାର ୨୧୫ ଭୋଟ ପାଇଥିଲା ବେଳେ ମଧୁସ୍ମିତା ୩ ହଜାର ୮୯୨ ଭୋଟ ପାଇଥିଲେ । ମାତ୍ର ୩୨୩ ଭୋଟରେ ମଧୁସ୍ମିତା ପଛରେ ପଡ଼ି ଯାଇଥିଲେ । ସେହି ଦିନଠାରୁ ଟୁଲୁଙ୍କୁ ଆଉ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନାହିଁ ।  ନିର୍ବାଚନ ଆଉ ଅଳ୍ପ କିଛି ମାସ ଥିବାରୁ ଆଗାମୀ ଦିନରେ ସେ କେଉଁ ଦଳକୁ ଯିବେ, କାହାକୁ ସମର୍ଥନ ଦେବେ ସେ ନେଇ ରଣପୁରରେ ଚର୍ଚ୍ଚା ଆରମ୍ଭ ହୋଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.