ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ରୁଷ୍‌-ୟୁକ୍ରେନ ଯୁଦ୍ଧ ନେଇ ମୋଦି ସରକାରଙ୍କ ଆଭିମୁଖ୍ୟକୁ ରାହୁଲ ଗାନ୍ଧିଙ୍କ ସମର୍ଥନ , ବେଲଜିୟମରେ କଂଗ୍ରେସ ନେତା କହିଲେ ...

ନୂଆଦିଲ୍ଲୀ –କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ସମୟରେ ୟୁରୋପ ଗସ୍ତରେ ଯାଇ ବେଲଜିୟମରେ ପହଞ୍ଚିଛନ୍ତି। ସେଠାରେ ସେ ରୁଷ୍‌-ୟୁକ୍ରେନ ଯୁଦ୍ଧ ବିଷୟରେ କେନ୍ଦ୍ରର ମୋଦି ସରକାରଙ୍କର ଆଭିମୁଖ୍ୟକୁ କରିଛନ୍ତି ସମର୍ଥନ। ରାହୁଲ ଗାନ୍ଧି ବ୍ରସେଲ୍ସରେ ମିଡ଼ିଆ ସହ କଥାବାର୍ତ୍ତା ବେଳେ ତାଙ୍କୁ ପଚରା ଯାଇଥିଲା , ରୁଷ୍ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷକୁ ନେଇ ଭାରତରେ ବିରୋଧିଙ୍କ କଣ ପ୍ରତିକ୍ରିୟା ରହିଛି ? 

ଉକ୍ତ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧି କହିଥିଲେ , ମୋଟାମୋଟି ଭାବେ କହିବାକୁ ଗଲେ ସଂଘର୍ଷ (ରୁଷ୍‌ ଓ ୟୁକ୍ରେନ ମଧ୍ୟରେ)ରେ ଭାରତର ବର୍ତ୍ତମାନ ସ୍ଥିତିରେ ବିରୋଧି ସହମତ ହେବେ। ରୁଷ୍‌ ସହ ଆମର ସମ୍ୱନ୍ଧ ଅଛି। ଏହି କ୍ରମରେ ମୋତେ ଲାଗୁ ନାହିଁ କି ସରକାର ବର୍ତ୍ତମାନ ସମୟରେ ଯାହା କରୁଛନ୍ତି, ବିରୋଧିଙ୍କ ଏହାଠାକୁ ଭିନ୍ନ କୌଣସି ଉଦ୍ଦେଶ୍ୟ ରହିବ।

ମେଣ୍ଟର ନାଁ INDIA ନ ରିଖି ଭାରତ ରଖିଥିଲେ…ବିଜେପିକୁ ଟାର୍ଗେଟ୍‌ କଲେ କେଜ୍ରିଓ୍ବାଲ

ଉଲ୍ଲେଖନୀ ଯେ,  ଜି-୨୦ ଶିଖର ସମ୍ମିଳନୀର ଡିନରରେ ରାଜ୍ୟସଭାର ନେତା ପ୍ରତିପକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଡକା ନଯିବା ନେଇ ଯେବେ ରାହୁଲଙ୍କୁ ପଚରା ଗଲା ତ , ସେ କହିଲେ , ଏଥିରେ କଣ ବିରୋଧାଭାସ ରହିଛି? ସେମାନେ (ବିଜେପି) ବିରୋଧି ନେତାଙ୍କୁ ନିମନ୍ତ୍ରଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଆପଣଙ୍କୁ ଦର୍ଶାଉଛି କି ସେମାନେ (ବିଜେପି) ଭାରତର ୬୦ ପ୍ରତିଶତ ଜନସଂଖ୍ୟାର ନେତାଙ୍କୁ ମହତ୍ତ୍ୱ ଦେଉ ନାହାନ୍ତି । ଏହା କିଛି ଏମିତି କି, ଯାହା ବିଷୟରେ ଲୋକଙ୍କୁ ଭାବିବା ଉଚିତ କି ଏହା ପଛରେ କି ପ୍ରକାରର ଭାବନା ରହିଛି। 


ଏହି ସମୟରେ ରାହୁଲ ଗାନ୍ଧି ମୋଦି ସରକାର ଉପରେ ଟାର୍ଗେଟ କରି କହିଥିଲେ କି ଦେଶକୁ ବଦଳାଇବାକୁ ଚେଷ୍ଟା କରାଯାଇଛି। ରାହୁଲ ପୁଣି ଥରେ ଦେଶର ଗଣତାନ୍ତ୍ରିକ ସଂସ୍ଥାନ ଉପରେ ଆକ୍ରମଣର କଥା ଦୋହରାଇଛନ୍ତି। ସେ କହିଛନ୍ତି ନିଶ୍ଚିତ ଭାବେ ଭାରତରେ ଭେଦଭାବ ଓ ହିଂସା ବଢିଛି। ସମସ୍ତେ ଏକଥା ଜାଣିଛନ୍ତି। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି । ଏହାସହ ଦଳିତ ଓ ଅନ୍ୟ ଜାତି ଉପରେ ହମଲା ହେଉଛି।

Copyright © 2022 - Summa Real Media Private Limited. All Rights Reserved.