ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଇନ୍ଧନ ଭରିବା ପରେ ଟଙ୍କା ଦେଇ ପାରିଲାନି ପାକିସ୍ତାନ, ବିମାନ ରଖିଦେଲା ସାଉଦି ଆରବ

ନୂଆଦିଲ୍ଲୀ, ୧୪/୦୯: ପଡ଼ୋଶୀ ପାକିସ୍ତାନର ଆର୍ଥିକ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ବୁଡ଼ିବାକୁ ବସିଲାଣି ପାକିସ୍ତାନର ସବୁଠୁ ବଡ଼ ଏୟାରଲାଇନ୍ସ ପିଆଇଏ । ସ୍ଥିତି ଏମିତି ହୋଇଛି ଯେ, ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ବିମାନ ଉଡ଼ାଣ କରି ପାରୁନି । 

ବିମାନରେ ଇନ୍ଧନ ଭରିବାକୁ ସରକାରଙ୍କ ପାଖରେ ଟଙ୍କା ନାହିଁ । ଇନ୍ଧନ ଟଙ୍କା ଦେଇ ନ ପାରିବାରୁ ପାକିସ୍ତାନର ମିତ୍ର ଦେଶ ଦେଶ ସାଉଦି ଓ ୟୁଏଇ ପାକିସ୍ତାନର ସରକାରୀ ବିମାନକୁ ରଖି ଦେଇଥିଲେ । ସେପ୍ଟେମ୍ବର ୧୫ ସୁଦ୍ଧା ଏୟାରଲାଇନ୍ସକୁ ଜରୁରୀକାଳୀନ ପାଣ୍ଠି ଯୋଗାଇ ନଦେଲେ ସମସ୍ତ ଉଡ଼ାଣକୁ ବନ୍ଦ କରି ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ଚେତାବନୀ ଦେଇଛନ୍ତି ।

ତାଇୱାନକୁ ନେଇ ଚୀନର ନୂଆ ଚାଲ୍, ରାଷ୍ଟ୍ରପତି ନିର୍ବାଚନ ପ୍ରଭାବିତ ହେବା ଆଶଙ୍କା

ପାକିସ୍ତାନର ଜିଓ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆଗରୁ ଦୈନିକ ୨୩ଟି ଅନ୍ତର୍ଜାତୀୟ ବିମାନ ଉଡ଼ୁଥିଲା । ଏବେ ତାହା ୧୬କୁ ହ୍ରାସ ପାଇଛି । ଇନ୍ଧନ ପାଇଁ ଟଙ୍କା ନଥିବାରୁ ଅନେକ ଉଡ଼ାଣ ବାତିଲ୍ କରିବାକୁ ପଡ଼ିଛି ।

ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂ ଓ ଏୟାରବସ୍ ବିମାନର ସ୍ପେୟାର ପାର୍ଟ୍ସ ଦେବା ପାଇଁ ମନା କରି ଦେଇଛନ୍ତି । କାରଣ ପାକିସ୍ତାନ ଏସବୁ ପାର୍ଟ୍ସ ଲାଗି ଟଙ୍କା ଦେଇ ପାରୁନି । ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଦୈନିକ କମ୍ ବିମାନ ଉଡ଼ାଣ କରୁଥିବାରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଥିବା କହିଛନ୍ତି ବରିଷ୍ଠ ଅଧିକାରୀ । 

ବଲାଙ୍ଗିରରେ ପ୍ରବଳ ବର୍ଷା, ସବୁ ସ୍କୁଲ ଛୁଟି

ଆର୍ଥିକ ଅସ୍ଥିରତା ଭିତରେ ପାକିସ୍ତାନ ଗତି କରୁଥିବା ବେଳେ ନିକଟରେ ଦମନ ଏୟାରପୋର୍ଟରେ ପାକିସ୍ତାନର ଏକ ବିମାନକୁ ସାଉଦି ଅଟକାଇଥିଲା । ସେହିଭଳି ପାକିସ୍ତାନର ୪ଟି ବିମାନକୁ ଅକଟାଇ ରଖିଥିଲା ୟୁଏଇ । ପାକିସ୍ତାନ ଏୟାରଲାଇନ୍ସ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ସାଉଦି ଓ ୟୁଏଇ ବିମାନ ଛାଡ଼ିଥିଲେ ।

ଇଣ୍ଟରନ୍ୟାସନାଲ୍ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ୍ ୩୫ ଲକ୍ଷ ଡଲାର ଦେବା ପରେ ପାକିସ୍ତାନ ଏୟାରଲାଇନ୍ସ ଉଡ଼ାଣ ଆରମ୍ଭ କରିଛି । ଅଧିକାରୀଙ୍କ ଅନୁସାରେ, ଯଦି ଜରୁରୀକାଳୀନ ଫଣ୍ଡରୁ ୨୩ ଅରବ ଟଙ୍କା ଦିଆଯିବ ନାହିଁ ତ ସେପ୍ଟେମ୍ବର ୧୫ରୁ ଉଡ଼ାଣ ବନ୍ଦ ହୋଇଯିବ । ପାକିସ୍ତାନ ଏୟାରଲାଇନ୍ସ ଉଡ଼ାଣ ବାତିଲ୍ କରୁଥିବା ବେଳେ କର୍ମଚାରୀଙ୍କୁ ଦରମା ଦେଇ ପାରୁନାହିଁ । ଘରୋଇ ସହ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ ବାଧାପ୍ରାପ୍ତ ହେଉଛି । 

ଦେଶର ୧୦ ରାଜ୍ୟରେ ‘ନିପା’ ସଂକ୍ରମଣ, ଗ୍ରାଉଣ୍ଡ ଉପରେ ନଜର ରଖିବାକୁ ରାଜ୍ୟକୁ ବୈଜ୍ଞାନିକଙ୍କ ପରାମର୍ଶ

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.