ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂଆପଡ଼ା ଆସନ ପାଇଁ ଟିକେଟ୍ ଅଙ୍କକଷା: ବସନ୍ତଙ୍କ ଭରସାରେ ବିଜେପି ଆଶାୟୀ, ବିଜେଡିରୁ ରାଜେନ୍ଦ୍ର, କଂଗ୍ରେସରେ ଲମ୍ବା ତାଲିକା

ନୂଆପଡ଼ା,୦୨/୦୩: ନୂଆପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିରୁ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ  ଟିକଟ ପାଇବା ଏକ ପ୍ରକାର ସ୍ପଷ୍ଟ  ହୋଇଛି । ବିଜେଡିରୁ ଶ୍ରୀ ଢୋଲକିଆଙ୍କ ସମେତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପସିଂ ମାଝି,  ବିଜେଡି ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ ବିଧାୟକ ଟିକଟ ପାଇଁ ଆବେଦନ କରିଛନ୍ତି । ଆଦିବାସୀ ସମାଜ ପ୍ରାର୍ଥୀ  କରିବାକୁ ଚାହୁଁଛି ଓ ବିଜେଡିରୁ ଟିକଟ  ନମିଳିଲେ ସ୍ୱାଧୀନରେ ଛିଡ଼ାହେବେ  ବୋଲି ଭାନୁପ୍ରତାପ କହିଛନ୍ତି ।  

କଂଗ୍ରେସ ଟିକଟ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ  ଜିଲ୍ଲା ସଭାପତି ଘାସିରାମ ମାଝି,  ଜିଲ୍ଲା ପରିଷଦ ସଭ୍ୟ ଭରତଲାଲ ରାଉତ, ଗରିବସେନା ସଭାପତି ରବୀନ୍ଦ୍ର  ମଙ୍ଗରାଜ, ଆଇନଜୀବୀ ପ୍ରଦୀପ ସାହୁ,  ଦେବଦତ୍ତ ଦୀକ୍ଷିତ, ନୀଳାଚଳ ମହାନନ୍ଦ,  ସୌରଭ ଚନ୍ଦ୍ରକାର ପ୍ରମୁଖ ୧୬ ଜଣ  ଆବେଦନ କରିଛନ୍ତି । ଏହି ଆସନରୁ  ପିସିସି ସଭାପତି ଶରତ ଲଢ଼ିବାର  ଚର୍ଚ୍ଚା ହେଉଛି । ନଚେତ ଗତଥର ପ୍ରାର୍ଥୀ  ଘାସିରାମଙ୍କୁ ମଧ୍ୟ ଟିକଟ ମିଳିପାରେ ।  ବର୍ତ୍ତମାନ ବିଜେପିରେ ବିଧାୟକ  ଟିକଟ ରାଜନୀତି ସରଗରମ ହୋଇଛି  ା 

ନୂଆପଡ଼ାରୁ ବସନ୍ତ ପଣ୍ଡା ଦୁଇଥର ବିଧାୟକ ନିର୍ବାଚିତ ହୋଇ ବର୍ତ୍ତମାନ ସାଂସଦ ରହିଛନ୍ତି । ପୁଣିଥରେ ବସନ୍ତ କଳାହାଣ୍ଡି ସାଂସଦ ଆସନରୁ ଲଢ଼ିବାକୁ ରାଷ୍ଟ୍ରୀୟ ସ୍ତରରେ ଲବି ଚଳାଇଛନ୍ତି । ଶ୍ରୀ ପଣ୍ଡା ସାଂସଦ ଟିକଟ  ପାଇଲେ ବିଜେପିରେ  କିଏ ପ୍ରାର୍ଥୀ ହେବ ତାକୁ  ନେଇ ଜୋରଦାର ଚର୍ଚ୍ଚା ହେଉଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟ ପ୍ରସନ୍ନ ପାଢ଼ୀ, ଜିଲ୍ଲା କେନ୍ଦୁପତ୍ର  କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ଯଦୁମଣି ପାଣିଗ୍ରାହୀ, ଖରିଆରରୋଡ଼ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ ଟିକଟ  ଦୌଡ଼ରେ ରହିଛନ୍ତି। ଯଦି ବସନ୍ତ ସାଂସଦ  ଟିକଟ ପାଇଲେ, ଏମାନଙ୍କ ମଧ୍ୟରୁ କେହି  ଜଣେ ବିଧାୟକ ଟିକଟ ପାଇବେ । ଏହି  ୩ ଆଶାୟୀ ସାଂସଦ ବସନ୍ତଙ୍କ ଆଶୀର୍ବାଦ ଭରସାରେ ରହିଥିବା ଚର୍ଚ୍ଚା ହେଉଛି ।  ବସନ୍ତଙ୍କୁ ସାଂସଦ ଟିକଟ ନମିଳିଲେ  ପୁଣିଥରେ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.