କେସିଙ୍ଗା,୩୧/୧୧ : ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନରେ ସଚେତନତା ଆଣିବା ପାଇଁ ରାଜ୍ୟ ପରିବହନ ବିଭାଗ ଅନେକ କାର୍ଯ୍ୟକ୍ରମ କରିଆସିଛି। ଏହି ଧାରାରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ 'ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ୨୦୨୩' ପାଇଁ ସାଧାରଣ ଜନତାଙ୍କ ପାଖରୁ କ୍ଷୁଦ୍ର ଚଳଚ୍ଚିତ୍ର ଆହ୍ୱାନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୭ ଟି ଭାଷାର ଆଠ ଟି ରାଜ୍ୟରୁ ୨୪୭ ଗୋଟି ଚଳଚ୍ଚିତ୍ର ହସ୍ତଗତ ହୋଇଥିଲା। ତା ଭିତରୁ ମୋଟ ୪୨ ଟି ଚଳଚ୍ଚିତ୍ରକୁ ମହୋତ୍ସବରେ ପ୍ରଦର୍ଶନ ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି। ସେହି ୪୨ ଟି ଚଳଚ୍ଚିତ୍ର ଭିତରୁ କେସିଙ୍ଗା ସହରର କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ଦେବେନ୍ଦ୍ର ଲାଲ ଙ୍କ ଚଳଚ୍ଚିତ୍ର ଚାର୍ଲି କୁ ମଧ୍ୟ ପ୍ରଦର୍ଶନ ପାଇଁ ମନୋନୀତ କରାଯାଇଛି। ଏହି ଚଳଚ୍ଚିତ୍ର ସବୁ ୧ ଡିସେମ୍ବରରେ ବ୍ରହ୍ମପୁର, ୪ ଡିସେମ୍ବରରେ ସମ୍ବଲପୁର, ୭ ଡିସେମ୍ବରରେ ଅନୁଗୁଳ ଏବଂ ୧୨ ଡିସେମ୍ବରରେ ଭୁବନେଶ୍ୱରରେ ପ୍ରଦର୍ଶନ କରାଯିବ। ଏଥିସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପାଇଁ ସ୍ଥିର କରାଯାଇଛି ବୋଲି 'ଚାର୍ଲି' ଚଳଚ୍ଚିତ୍ର ନିର୍ଦେଶକ ଦେବେନ୍ଦ୍ର ଲାଲଙ୍କ ଠାରୁ ସୂଚନା ମିଳିଛି ।