ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମୁମ୍ୱାଇରେ ଜିକା ଭାଇରସର ୨ୟ ମାମଲା , ୧୫ ବର୍ଷିୟା ନାବାଳିକାଙ୍କ ରିପୋର୍ଟ ପଜିଟିଭ୍‌

ମୁମ୍ୱାଇ – ମୁମ୍ୱାଇରେ ଜିକା ଭାଇରସର ୨ୟ ମାମଲା ସାମନାକୁ ଆସିଛି। ବୃହନମୁମ୍ୱାଇ ନଗର ପାଳିକା (ବିଏମସି)ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ବିଏମସିର ବିଜ୍ଞପ୍ତିରେ କୁହାଯାଇଛି କି ପ୍ରଥମ ମାମଲା ୨୩ ଅଗଷ୍ଟରେ ସାମନାକୁ ଆସିଥିଲା। ୨ୟ ରୋଗୀ  ୧୫ ବର୍ଷିୟା ଜଣେ ନାବାଳିକା , ଯିଏକି ସିଟି କାଉନ୍ସିଲର ଏଲ-ୱାର୍ଡ ଅନ୍ତର୍ଗତ ପୂର୍ବୀୟ ମୁମ୍ୱାଇର କୁର୍ଲା ଉପନଗରରେ ରୁହନ୍ତି। ଏହା ପୂର୍ବରୁ ଚେମ୍ୱୁରର ୭୯ ବର୍ଷିୟ ବ୍ୟକ୍ତି ଭାଇରାଲ ସଂକ୍ରମଣ ପ୍ରଭାବରେ ଆସିବା ପରେ ସହରରେ ଜିକାର ପ୍ରଥମ ମାମଲା ସାମନାକୁ ଆସିଥିଲା। ବିଏମସି ୨୩ ଅଗଷ୍ଟରେ ଏହାର ସୂଚନା ଦେଇଥିଲା। 

‘ଡିଜିଜ୍ ଏକ୍ସ’ ହେବ କି ଆଉ ଏକ ମହାମାରୀ ? ଆଲର୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଏମସି ପକ୍ଷରୁ କିଛି ଦିନ ପରେ ଏହା କୁହାଯାଇ ଥିଲା କି ସେ ଏଥିରେ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି । ପୁଣେ ସ୍ଥିତ ରାଷ୍ଟ୍ରୀୟ ଭାଇରୋଲୋଜି ପ୍ରତିଷ୍ଠାନ ସ୍ପଷ୍ଟ କରିଥିଲା କି ଉପନଗର ଚେମ୍ୱୁରରେ ରହୁଥିବା ବ୍ୟକ୍ତି ଜିକା ଭାଇରାଲରେ ସଂକ୍ରମିତ ଥିଲେ। ଏଥିରେ ୧୯ ଜୁଲାଇ ୨୦୨୩ରେ ଜ୍ୱର , ନାକ ବନ୍ଦ ହେବା ଓ କାଶ ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ସେ ଘରୋଇ ଡାକ୍ତରଙ୍କ ଦ୍ୱାରା ଉକ୍ତ ଲକ୍ଷଣ ଗୁଡ଼ିକର ଉପଚାର କଲେ । ରୋଗୀଙ୍କ ସୁସ୍ଥ ହେବାରେ ୨ ଅଗଷ୍ଟରେ ହସ୍ପିଟାଲରୁ ମୁକ୍ତ କରାଯାଇ ଥିଲା। ଏହି ରୋଗଙ୍କର ୨୦ବର୍ଷ ପୂର୍ବେ ଏଞ୍ଜିୟୋପ୍ଲାଷ୍ଟି ହୋଇଥିଲା ଏବଂ ତାଙ୍କୁ ମଧୁମେହ, ରକ୍ତଚାପ ସମେତ ଅନ୍ୟ ରୋଗ ବି ଅଛି। 

ଚିନ୍ତା ବଢାଇଲା ‘Disease X’ , WHO ମୁଖ୍ୟଙ୍କ ଚେତାବନୀ ପରେ ଲୋକେ ଭୟଭୀତ

ନଗର ପରିଷଦ (ସିଟି କାଉନ୍ସିଲ) ଲୋକଙ୍କୁ ଆଶ୍ୱାସନା ଦେଇ ଭୟଭୀତ ନହେବାକୁ କହିଛି। କାରଣ ଜିକା ସଂକ୍ରମଣ ଏକ ସୀମିତ ରୋଗ । କହି ରଖୁଛୁ କି ଜିକା ଭାଇରାସ ମୁଖ୍ୟ ଭାବେ ଏଡିଜ୍‌ ମାଛିରୁ ବ୍ୟାପିଥାଏ । ଗର୍ଭାବସ୍ଥା ବେଳେ ସଂକ୍ରମଣରେ ଶିଶୁ ଠାରେ କିଛି ଜନ୍ମ ଦୋଷ ବି ହୋଇପାର । ଜିକା ପାଇଁ କୌଣସି ଭାକ୍ସିନ କି ଔଷଧ ନାହିଁ । ଏଥିରେ ଜ୍ୱର , ମୁଣ୍ଡ ବ୍ୟଥା ,  ଗଣ୍ଠିରେ ଯନ୍ତ୍ରଣା ,ଆଖି ଲାଲ ହୋଇଯିବା ଓ ମାଂସପେଶୀୟରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ । ଏଥିରେ ସଂକ୍ରମିତ ବ୍ୟକ୍ତି  ନିଜକୁ ନିଜେ ସୁସ୍ଥ ହୋଇଯାଏ ।ଏଥିରେ ସଂକ୍ରମଣ ୮୦ ପ୍ରତିଶତ ଲୋକଙ୍କ ଠାରେ ଲକ୍ଷଣ ନଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.